ପୁଣି ଫେରିଆସିଛି ଏୟାର ଏସିଆର ବୃହତ୍ତ ସେଲ୍


ଏୟାର ଏସିଆ ଏହାର ବହୁ ପ୍ରତିକ୍ଷୀତ ବିଗ୍ ସେଲ୍ ପ୍ରମୋସନ୍ ସହିତ ପୁଣିଥରେ ଆସିଛି, ଯାହାକି ଯାତ୍ରୀ ମାନଙ୍କୁ ୧୨୦ରୁ ଅଧିକ ଗନ୍ତବ୍ୟସ୍ଥଳ ଯେପରିକି ଏସିଆ, ଅଷ୍ଟ୍ରେଲିଆ ଏବଂ ଆହୁରି ଅଧିକ ସ୍ଥାନ ସହିତ ଯୋଡ଼ିକରି ରଖିବ । ୧୯ ଫେବୃୟାରୀ ରୁ ୨୬ ନଭେମ୍ବର ୨୦୧୯ ମଧ୍ୟରେ ଯାତ୍ରା କରିବାକୁ ଚାହୁଁଥିବା ବିଗ୍ ସଦସ୍ୟମାନେ ୨ ସେପ୍ଟେମ୍ବରରୁ ୯ ସେପ୍ଟେମ୍ବର ୨୦୧୮ ମଧ୍ୟରେ ପଞ୍ଜିକରଣ କରିପାରିବେ । ଉକ୍ତ ୱାନ୍ ୱେର ପ୍ରାରମ୍ଭିକ ଭଡ଼ା ସର୍ବନିମ୍ନ ୯୯୯ ଟଙ୍କା ଘରୋଇ ଯାତ୍ରୀ ମାନଙ୍କ ପାଇଁ ଏବଂ ୧୩୯୯ ଟଙ୍କା ଆନ୍ତର୍ଜାତୀକ ଯାତ୍ରା ପାଇଁ ଉଦ୍ଦିଷ୍ଟ ।
ଉକ୍ତ ଅଫର ଏୟାର ଏସିଆର ଗ୍ରୁପ୍ ନେଟୱାର୍କ ଯେପରିକି ଏୟାର ଏସିଆ ଇଣ୍ଡିଆ (ଫ୍ଲାଇଟ କୋଡ଼୍ ଆଇ ୫), ଏୟାର ଏସିଆ ବରହଦ୍ (ଫ୍ଲାଇଟ୍ କୋଡ଼୍ ଏକେ), ଥାଇ ଏୟାର ଏସିଆ (ଫ୍ଲାଇଟ୍ କୋଡ଼୍ ଏଫଡ଼ି) ଏବଂ ଏୟାର ଏସିଆ ଏକ୍ସ (ଫ୍ଲାଇଟ୍ କୋଡ଼୍ ଡ଼ି ୭)ରେ ଉପଲବ୍ଧ । ଏୟାର ଏସିଆ ଡ଼ଟ୍ କମ୍ ଏବଂ ଏୟାର ଏସିଆ ମୋବାଇଲ୍ ଆପ୍ ମାଧ୍ୟମରେ କରାଯାଇଥିବା ସମସ୍ତ ପଞ୍ଜିକରଣରେ ଉକ୍ତ ରିହାତି ଲାଗୁ କରାଯିବ ।
ଏକ ଅଲ ଇନ୍ ୱାନ୍ ୱେ ଭଡ଼ାର ପ୍ରାରମ୍ଭ ସର୍ବନିମ୍ନ ୯୯୯ ଟଙ୍କା ରହିଥିବାବେଳେ ଅତିଥିମାନେ ୨୧ଟି ଘରୋଇ ଗନ୍ତବ୍ୟସ୍ଥଳ ମଧ୍ୟରୁ ଚୟନ କରିପାରିବେ, ଯେବେକି ଏୟାର ଏସିଆ ଇଣ୍ଡିଆ ନିକଟରେ ତାର ଉଡ଼ାଣ ବେଙ୍ଗାଲୁର, ନୂଆ ଦିଲ୍ଲୀ, କଲିକତା, କୋଚ୍ଚି, ଗୋଆ, ଜୟପୂର, ଚଣ୍ଡିଗଡ଼, ପୁନେ, ଗୁଆହାଟ୍ଟି, ଇମ୍ଫାଲ୍, ବିସାଖାପାଟ୍ଟଣା, ହାଇଦ୍ରାବାଦ୍, ଶ୍ରୀନଗର, ବାଗଡ଼ୋଗ୍ରା, ରାଞ୍ଚି, ଭୁବନେଶ୍ୱର, ନାଗପୁର, ଇନ୍ଦୋର, ସୂରତ, ଅମ୍ରିତସର ଏବଂ ଚେନ୍ନାଇକୁ ଆରମ୍ଭ କରିଛି ।
ଆନ୍ତର୍ଜାତୀକ ଯାତ୍ରା ପାଇଁ, ଅତିଥିମାନେ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଯେପରିକି କୁଆଲାଲମପୁର, ବ୍ୟାଙ୍ଗକକ୍, କ୍ରାବି, ସିଡ଼ନୀ, ଅକଲ୍ୟାଣ୍ଡ୍, ମେଲବୋର୍ଣ୍ଣ, ସିଙ୍ଗାପୁର, ବାଲି ଏବଂ ଆହୁରି ଅଧିକ ସ୍ଥାନକୁ ଅଲ ଇନ୍ ୱାନ୍ ୱେ ଭଡ଼ାର ପ୍ରାରମ୍ଭ ସର୍ବନିମ୍ନ ୧୩୯୯ ଟଙ୍କା ରଖାଯାଇଛି ।
ଏୟାର ଏସିଆର ବିଗ୍ ସଦସ୍ୟମାନେ ଉକ୍ତ ସେଲ୍ରେ ସେମାନଙ୍କର ଏୟାର ଏସିଆର ବିଗ୍ ପଏଣ୍ଟକୁ ରିଡ଼ିମକରି ଏହାର ଫାଇଦା ନେଇପାରିବେ ।
ଏଥି ସମ୍ପର୍କିତ ଅଧିକ ତଥ୍ୟ ଯେପରିକି ଏୟାର ଏସିଆର ଅତ୍ୟାଧୁନିକ ଆବିଷ୍କାର, ସର୍ବୋପରି ପ୍ରମୋସନ୍, କାର୍ଯ୍ୟକଳାପ ଏବଂ ପ୍ରତିଯୋଗିତା ସମ୍ପର୍କିତ ଜାଣିବା ପାଇଁ ଟୁୟିଟରରେ (https://twitter.com/airasia କିମ୍ବା ଫେସବୁକରେ (facebook.com/AirAsia) ଲଗ୍ ଇନ୍ କରନ୍ତୁ ।


Share It

Comments are closed.