ଆଧାର କାର୍ଡ ତଥ୍ୟ ଚୋରିକୁ ରୋକିବା ପାଇଁ, ଜାଣନ୍ତୁ କିଛି ସରଳ ଉପାୟ


ଆଧାର କାର୍ଡ ସୁରକ୍ଷାକୁ ନେଇ ଏବେ ଅଧିକାଂଶ ଲୋକ ଚିନ୍ତିତ ରହିଛନ୍ତି । ଏଥିପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଧାର କାର୍ଡ ସୁରକ୍ଷାକୁ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ତେବେ ଆଧାର କାର୍ଡରେ ଥିବା ସମସ୍ତ ତଥ୍ୟ ସୁରକ୍ଷିତ ରହିଛି ଏବଂ ଏଥିରେ ଥିବା ତଥ୍ୟ କେବେବି ଲିକ ହୋଇବ ନାହିଁ ବୋଲି ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ସହ ଏଥିରେ ଏମିତି କିଛି ଉପାୟ ଅଛି, ଯାହା ଦ୍ୱାରା ଆପଣ ଆଧାରକାର୍ଡର ସମ୍ପୂର୍ଣ୍ଣ ତଥ୍ୟକୁ ସୁରକ୍ଷିତ ରଖି ପାରିବ ।
ବିନା କୌଣସି କାରଣରେ କାହାକୁ ବି ଅଧାର ତଥ୍ୟ ସେୟାର କରନ୍ତୁ ନାହିଁ
କୌଣସି ସଂସ୍ଥା, ସଙ୍ଗଠନ, ଏବଂ ସରକାରୀ ହେଉ କିମ୍ବା ବେସରକାରୀ ବିଭାଗ ଯଦି ଆପଣଙ୍କୁ ସେମାନେ ଆଧାର କାର୍ଡ ସମ୍ବନ୍ଧୀୟ ତଥ୍ୟ ମାଗୁଛନ୍ତି, ତେବେ ଏହାର କାରଣ ପଚାରିବାକୁ ଆଦୌ ଭୁଲନ୍ତୁ ନାହିଁ । ବିନା କାରଣରେ କୌଣସି ଅଚିହ୍ନା ବ୍ୟକ୍ତି କିମ୍ବା ସଂସ୍ଥାକୁ ଆଧାର କାର୍ଡ ସମ୍ବନ୍ଧୀୟ ତଥ୍ୟ ନଦେବା ପାଇଁ ୟୁଆଇଡିଏଆଇ ପକ୍ଷରୁ ସ୍ପଷ୍ଟ ବାରଣ କରାଯାଇଛି ।
ଆପ ବ୍ୟବହାରରୁ ଦୂରେଇ ରୁହନ୍ତୁ
ସାଧାରଣରେ ଲୋକମାନେ ନିଜ ଫୋନରେ ବିଭିନ୍ନ ପ୍ରକାର ଆପର ବ୍ୟବହାର କରିଥାନ୍ତି । ଆପଣମାନେ ନିଜ ପ୍ଲେ ଷ୍ଟୋରରେ କେତେକ ଏପରି ନୂଆ ଆପ ଡାଉନଲୋଡ କରିଥାନ୍ତି, ଯେଉଁଥିରେ ସେହି ଆପକୁ ଖୋଲିବା ପାଇଁ ସେ ଆପଣଙ୍କୁ ନିଜ ମୋବାଇଲ ନମ୍ବରକୁ ଲିଙ୍କ କରିବା ପାଇଁ କହିଥାଏ । ମୋବାଇଲ ନମ୍ବରକୁ ସେହି ଆପରେ ଲିଙ୍କ କରିବା ଦ୍ୱାରା ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଆପଣଙ୍କୁ ଆପ ଯୋଗାଇଦେବା ବୋଲି ପ୍ରଲୋଭନ ମଧ୍ୟ ଦେଖାଯାଇଥାଏ । ତେବେ ଆପଣଙ୍କ ଆଧାର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ, ସବୁବେଳେ ଏହି ଆପ ଗୁଡିକ ଠାରୁ ଦୂରେଇ ରୁହନ୍ତୁ ବୋଲି ୟୁଆଇଡିଏଆଇ କହିଛି । ମୋବାଇଲ ସହ ଆଧାର କାର୍ଡ ଲିଙ୍କରେ ମିଳୁଥିବା ସୁବିଧାର ଫାଇଦା ଉଠାଇବା ପାଇଁ ଆଧାରର ଅଫିସିଆଲ ଆପ “ଏମଆଧାର”ର ବ୍ୟବହାର କରିପାରିବେ । ଏହ ସହ ସରକାରଙ୍କ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଉମଙ୍ଗ ଆପର ମଧ୍ୟ ବ୍ୟବହାର କରିପାରିବେ ।

ବାୟୋମେଟ୍ରିକ ବ୍ଲକ
ଯଦି ଆପଣ ଭାବୁଥିବେ ଆପଣଙ୍କ ଆଧାରରେ ଥିବା ତଥ୍ୟ ଚୋରି ହେଉଛି, ତେବେ ଏଭଳି ସ୍ଥିତିରେ ତୁରନ୍ତ ବାୟୋମେଟ୍ରିକ ବ୍ଲକ କରିବାକୁ ଭୁଲନ୍ତୁ ନାହିଁ । ୟୁଆଇଡିଏଆଇ ୱେବସାଇଟକୁ ଯାଇ ଆପଣ ବାୟୋମେଟ୍ରିକ ବ୍ଲକ କରିପାରିବେ । ଏହା ଦ୍ୱାରା କୌଣସି ବି ବ୍ୟକ୍ତି ଆପଣଙ୍କ ଆଧାରକୁ ଚୋରି କରିପାରିବେ ନାହିଁ ।
ସବୁ ସ୍ଥାନରେ ବାୟୋମେଟ୍ରିକ ଏବଂ ଆଧାରକାର୍ଡ ତଥ୍ୟ ଦିଅନ୍ତୁ ନାହିଁ କାରଣ ବାୟୋମେଟ୍ରିକରେ ହିଁ ଆଧାରର ସମସ୍ତ ରହିଥାଏ । ଯଦି ବି ଆପଣଙ୍କ ଆଧାର କାର୍ଡ ନମ୍ବର ଚୋରି ହୋଇଯାଇଛି, ତେବେ ଏଥିପାଇଁ ଚିନ୍ତା କରିବାର କୌଣସି ବି କାରଣ ନାହିଁ କାରଣ ବିନା ବାୟୋମେଟ୍ରିକ ତଥ୍ୟରେ ଆଧାର କାର୍ଡର ଅପବ୍ୟବହାର କରାଯାଇ ପାରିବା ନାହିଁ ।


Share It

Comments are closed.