ଇଣ୍ଡିଆନ ଆଇଡଲ ଟପ ୧୦ରେ ଓଡିଆ ପୁଅ ବିଶ୍ୱଜିତ


ପୂର୍ବରୁ ଅନେକ ଜାତୀୟସ୍ତରର ସଙ୍ଗୀତ ପ୍ରତିଯୋଗୀତାରେ ଅନେକ ଓଡିଆ ପୁଅ ନିଜ କଣ୍ଠର ଯାଦୁ ଦେଖାଇ ସାରିଥିବାବେଳେ ଏବେ ପୁଣି ଥରେ ଇଣ୍ଡିଆନ ଆଇଡଲ ୧୦ମ ସଂସ୍କରଣରେ ଆଉ ଜଣେ ଓଡିଆ ପୁଅ ବିଶ୍ୱଜିତ ମହାପାତ୍ର ତାଙ୍କର ଯାଦୁ ଦେଖାଇବାକୁ ଯାଉଛନ୍ତି । ଇଣ୍ଡିଆନ ଆଇଡଲ ଟପ ୧୪ରେ ସ୍ଥାନ ପକ୍କା କରିଥିବା ଓଡିଆ ପୁଅ ବିଶ୍ୱଜିତ ମହାପାତ୍ର ହେଉଛନ୍ତି କଳାହାଣ୍ଡି ଜିଲ୍ଲାର । ନିଜ ସ୍ୱରର ଯାଦୁରେ ଅଗଣିତ ଦର୍ଶକ ଓ ବିଚାରପତିଙ୍କ ହୃଦୟକୁ ଜଣିଥିବା ଓଡିଆ ପୁଅ ବିଶ୍ୱଜିତ ଇଣ୍ଡିଆନ ଆଇଡଲରେ ସବୁ ପ୍ରକାରର ଗୀତ ଗାଇ ଗୋଟେ ପରେ ଗୋଟେ ସଫଳତା ହାସଲ କରିବାରେ ଲାଗିଛନ୍ତି ।
ବହୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବର୍ତ୍ତମାନ ଟପ ୧୪ରୁ ଖସି ଟପ ୧୦ରେ ଆସିକି ପହଞ୍ଚିଲେଣି । ଇଣ୍ଡିଆନ ଆଇଡଲ ହେଉଛି ଦେଶର ସବୁଠାରୁ ଲୋକପ୍ରିୟ ସଙ୍ଗୀତ ରିୟାଲିଟି ସୋ । ସାରା ଦେଶର କଣ୍ଠଶିଳ୍ପୀ ନିଜ ସଙ୍ଗୀତର ଜଲୱା ଦେଖାଇବା ପାଇଁ ଏହି ମଞ୍ଚରେ ଆସିକି ପହଞ୍ଚିଥାନ୍ତି । ତେଣୁ ଇଣ୍ଡିଆନ ଆଇଡଲ ସିଙ୍ଗିଙ୍ଗ ରିୟାଲିଟି ସୋରେ ବିଶ୍ୱଜିତଙ୍କ ସଫଳତା ଓଡିଶା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ନିଶ୍ଚୟ ।


Share It

Comments are closed.