ପ୍ରିୟଙ୍କା ଗାନ୍ଧୀଙ୍କ ପରେ ପୁଣି କୋରନାରେ ଆକ୍ରାନ୍ତ ହେଲେ ସୋନିଆ ଗାନ୍ଧୀ


ଅଗଷ୍ଟ ୧୦ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଆଇସୋଲେସନରେ ରହିଥିଲେ । ଏହା ପରେ ଆଜି ସୋନିଆଙ୍କ ଶରୀର ଖରାପ ଥିବାରୁ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ସେ ମଧ୍ୟ ଆଇସୋଲେସନରେ ଅଛନ୍ତି । ଏହା ପୂର୍ବରୁ ସେ ଦୁନ ମାସରେ କରୋନା ସଂକ୍ରମିତ ହୋଇଥିଲେ । ସ୍ଥିତି କଠିନ ହେବାରୁ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ଦିନ ତାଙ୍କୁ ସାମାନ୍ୟ ଥଣ୍ଡା କାଶ ହୋଇଥିବା ବେଳେ ଜ୍ୱର ମଧ୍ୟ ଅନୁଭବ ହୋଇଥିଲା । ପରେ ଶନିବାର ଦିନ ତାଙ୍କର ପ୍ରୋପ୍ଟ ପଜିଟିଭ ଆସିଛି । ତାଙ୍କର ପଜିଟିଭ ରିପୋର୍ଟ ନେଇ କଂଗ୍ରେସ ଦଳର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ କରି ସୂଚନା ପ୍ରଦାନ କରିଥିଲେ ।


Share It

Comments are closed.