ପୁଣି ଖୁସି ଖବର: କୋଭିସିଲ୍ଡ ପରେ ଭୁବନେଶ୍ୱରକୁ ଆସିଲା କୋଭାକ୍ସିନ୍‌ କରୋନା ଟିକାର ୨୦ହଜାର ଡୋଜ୍‌


କରୋନା ମହାମାରୀ ବିରୋଧରେ ଦୀର୍ଘ ଦିନର ଲଢ଼େଇ ପରେ ଏବେ ପ୍ରତିକ୍ଷାର ଅନ୍ତ ଘଟିଛି । ଏବେ କରୋନା ଟିକାକୁ ନେଇ ଆସିଛି ଆଉ ଏକ ଖୁସି ଖବର । ଗତକାଲି କୋଭିସିଲ୍ଡ କରୋନା ଟିକା ପରେ ଭୁବନେଶ୍ୱରରେ ଆଜି ଆସି ପହଞ୍ଚିଛି କରୋନା ଟିକା କୋଭାକ୍ସିନ୍‌ । ପ୍ରାୟ ୨୦ହଜାର କୋଭାକ୍ସିନ୍‌ ଡୋଜ୍‌ ଆସି ପହଞ୍ଚିଛି । ଭାରତ ବାୟୋଟେକ୍‌ ଓ ଆଇସିଏମ୍‌ଆର୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭାକ୍ସିନ୍‌ ଟିକାକୁ ବିମାନବନ୍ଦରରୁ ଅଣାଯାଇ ଏବେ ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋର ବା ଟିକା ଭଣ୍ଡାରରେ ରଖାଯାଇଛି। ଏଠାରୁ ରାଜ୍ୟର ବିଭିନ୍ନ ଟୀକାକରଣ କେନ୍ଦ୍ରକୁ ଟିକା ପଠାଯିବ। କେନ୍ଦ୍ର ସରକାର ମୋଟ୍ ୫୫ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା କିଣିବାକୁ ଅର୍ଡର ଦେଇଥିବା ବେଳେ ସେଥିରୁ ଓଡ଼ିଶାରେ ପହଞ୍ଚିଛି ୨୦ ହଜାର । କୋଭାକ୍ସିନ୍ ଡୋଜ୍ ପିଛା ୨୯୫ ଟଙ୍କା ଦାବି କରିଛି ଭାରତ ବାୟୋଟେକେ ।

ଗତକାଲି ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିଥିଲା କୋଭିସିଲ୍ଡ ଟିକା । ୧୬ରୁ ରାଜ୍ୟର ୧୬୨ କେନ୍ଦ୍ରରେ ଆରମ୍ଭ ହେବ ଟିକା କରଣ । ପ୍ରଥମ ଦିନ ୧୬ ହଜାର ବୟସ୍କ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ । ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣକୁ ଟିକା ଦିଆଯିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତକାଲିଠାରୁ ପହଞ୍ଚିଛି କରୋନା ଟିକା । ପ୍ରଥମ କରି ସିଧା କମ୍ପାନୀରୁ କରୋନା ଟିକା କୋଭିସିଲଡ ରାଜ୍ୟକୁ ଆସିଛି । ମଙ୍ଗଳବାର ଅପରାହ୍ନରେ ଏୟାର ପୋର୍ଟରୁ କଡା ବ୍ୟବସ୍ଥା ବଳୟ ଭିତରେ ରାଜ୍ୟ ଟିକା ଷ୍ଟୋରକୁ ଆଣାଯାଇଥିଲା। ଏହାପରେ ଜିଲ୍ଲା ଷ୍ଟୋରକୁ କୋଲଡ ​ଚେନ ଜରିଆରେ ପଠାଯାଇଛି। ଯେତିକି ଟିକା ଆସିଛି , ସେଥିରେ ପ୍ରାୟ ୧ ଲକ୍ଷ ୯୧ ହଜାର ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦିଆଯିବ। ବୟସ୍କ ଓ କୋଭିଡ ସଂକ୍ରମଣ ଅଧିକ ଥିବା ସ୍ଥାନର ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଧାନ୍ୟ ଦିଆଯିବ। ଏପଟେ ଦ୍ବିତୀୟ ପ୍ରର୍ଯ୍ୟାୟ ତାଲିକା ୨୫ ତାରିଖ ସୁଦ୍ଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।


Share It

Comments are closed.