ଜାତିଆଣ ଏବଂ ଅସଦାଚରଣ ମନ୍ତବ୍ୟକୁ ନେଇ କ୍ଷମା ମାଗିଲେ ୱାର୍ଣ୍ଣର, କହିଲେ “ସରି ସିରାଜ ଏଣ୍ଡ ଟିମ ଇଣ୍ଡିଆ..”


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା, ଯାହାକି ଡ୍ର ହୋଇଥିଲା । ଏହି ମଧ୍ୟରେ କିଛି ଅଷ୍ଟ୍ରେଲିଆ ପ୍ରଶଂସକ ମ୍ୟାଚ ସମୟରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଯଶପ୍ରୀତ ବୁମରାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା । ଏହି ପୂରା ଘଟଣାକୁ ନେଇ ଅଷ୍ଟ୍ରେଲିଆ ଦଳର ଷ୍ଟାର ଖେଳାଳୀ ଡେଭିଡ ୱାର୍ଣ୍ଣର ଭାରତୀୟ ଦଳକୁ କ୍ଷମା ମାଗିଛନ୍ତି ।

 

View this post on Instagram

 

A post shared by David Warner (@davidwarner31)


ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ସିରାଜଙ୍କ ସମେତ ଯଶପ୍ରୀତ ବୁମରାଙ୍କ ଉପରେ ମଧ୍ୟ ଏହି ଅଷ୍ଟ୍ରେଲିଆ ପ୍ରଶଂସକ ଲଗାତାର ଭାବେ ଆପତ୍ତିଜନକ ମନ୍ତବ୍ୟ ପ୍ରୟୋଗ କରିଥିଲେ । ଚତୁର୍ଥ ଦିନ କିଛି ସମୟ ପାଇଁ ଖେଳ ଅଟକାଇବାକୁ ମଧ୍ୟ ପଡିଥିଲା, ଯେତେବେଳେ ଭାରତୀୟ ଖେଳାଳୀ ଏହାକୁ ନେଇ ଅମ୍ପେୟାର୍ସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ କିଛି ଦର୍ଶକଙ୍କୁ ଗ୍ୟାଲେରିରୁ ବାହାର କରାଇ ଦିଆଯାଇଥିଲା ଏବଂ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ଏହି ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଥିଲା । କେବଳ ଏତିକି ନୁହେଁ ଏହି ଘଟଣାକୁ ନେଇ ୱାର୍ଣ୍ଣର ଦୁଃଖ ପ୍ରକାଶ କରିବା ସହ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି ଯେ, “ମୁଁ ମହମ୍ମଦ ସିରାଜ ଏବଂ ଭାରତୀୟ ଦଳ ନିକଟରେ କ୍ଷମା ମାଗିବାକୁ ଚାହୁଁଛି । ଜାତିଭେଦ କିମ୍ବା ଅସଦାଚରଣ କୌଣସି ବି ସ୍ଥାନରେ ଗ୍ରହଣୀୟ ନୁହେଁ । ଆଶା କରୁଛି ଆଗକୁ ଦର୍ଶକ ଭଲ ବ୍ୟବହାର କରିବେ । ”


Share It

Comments are closed.