ଫ୍ୟାଶନ ଡିଜାଇନିଂ କୋର୍ସର ଉପକାରିତ


ଆଜିକାଲି ବର୍ଦ୍ଧିତ ଆଧୁନିକ ଦୁନିଆରେ ପ୍ରତ୍ୟେକ ଫ୍ୟାସନର ନୂଆ ନୂଆ ଡିଜାଇନ ସହ ଭିନ୍ନ ଭିନ୍ନ କଲର କମ୍ବିନେସନ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଫ୍ୟାସନ ଡିଜାଇନିଂର କ୍ରେଜ ବି ଦିନକୁ ଦିନ ବଢାବାରେ ଲାଗିଛି । କିଛି ନା କିଛି ନୂଆ କରିବାର ଇଚ୍ଛୁକ ଥିାବା ବିଦ୍ୟାର୍ଥୀଙ୍କ ପାଇଁ ଏହା ଏକ ଉନ୍ନତ କ୍ୟାରିୟର ରୂପେ ଉଭା ହୋଇଛି । ସେହିପରି ଭିନ୍ନ୍ ଭିନ୍ନ ଡିଜାଇନର ପୋଷାକର ଚାହିଲା ବଢୁଥିବାରୁ ଉ୍ୟାସନ ଇଣ୍ଡଷ୍ଟ୍ରି ମଧ୍ୟ ଦ୍ରୁତ ଗତିରେ ବଢିବାକୁ ଲାଗୁଛି । ବର୍ତ୍ତମାନ ଭାରତୀୟ ଫ୍ୟାଶନ ଇଣ୍ଡଷ୍ଟ୍ରି ଗ୍ଲୋବଲ ରୂପ ଧାରଣ କରିଥିବା ବେଳେ ପ୍ରତି ମାସରେ କୋଟି କୋଟି ଟଙ୍କାର ବ୍ୟବସାୟ ହେଉଛି । ଦୋଶ ବ୍ୟତୀତ ଦେଶ ବାହରେ ମଧ୍ୟ ଏହି ପୋଷାକଗୁଡିକର ଖୁବ ଆଦର ପରିଲକ୍ଷିତ ହେଉଛି । ଏହିପରି ସ୍ଥଳେ ଫ୍ୟାସନ ଡିଜାଉନିଂ କ୍ୟାରିୟର ପ୍ରତି ଯୁବପିଢିମାନେ ଅଧିକ ଆକର୍ଷିତ ହେଉଛନ୍ତି । ଏହା ଛଡା ଫ୍ୟାଶନ ମର୍ଚାଣ୍ଡାଇଜର ରୂପେ କାର୍ଯ୍ୟ କରିବା ସହ ଏକ୍ସପୋର୍ଟ ହାଉସର ବି ସାମିଲ ହୋଇପାରିବ । ଯଦି କିଛି ଭିନ୍ନ କରିବାକୁ ଚାହୁଁଛନ୍ତି, ତେବେ ଜୋତା ଡିଜାଇନିଂ କିମ୍ବା ଜୁଏଲାରୀ ଡିଜାଇନିଂରୁ ଆରମ୍ଭ କରି ଆକ୍ସେରିଜ ଡାଜାଇନିଂ ପର୍ଯ୍ୟନ୍ତ କ୍ୟାରିୟର ଗଢିପାରିବେ ।

I am text block. Click edit button to change this text. Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo.ଫ୍ୟାଶନ ଡିଜାଇନିଂ ଏକ ପ୍ରଫେସନାଲ କୋର୍ସ ଯାହାକୁ ଅ।।ପଣ ଦ୍ୱାଦଶ ପରେ କରିପାରିବେ । ଏହି କୋର୍ସରେ ଆପେରାଲ ଡିଜାଇନିଂ, ଫ୍ୟାସନ ଡିଜାଇନିଂ, ପ୍ରଡକ୍ସନ ମ୍ୟାନେଜମେଣ୍ଟ, କ୍ଲଦିଂ ଟୋକ୍ନୋଲୋଜି, ଟେକ୍ସ ଟାଇଲ ସାଇନ୍ସ, ଆପେରାଲ କନଷ୍ଟ୍ରକସନ ମେଥଡ, ଫ୍ୟାବ୍ରିକ ଡ୍ରଇଂ ଆଣ୍ଡ ପ୍ରିଣ୍ଟିଂ, କଲର ମିକ୍ସିଂ ଆଣ୍ଡ କମ୍ପ୍ୟଟର ଏଡେଡ ଡିଜାଇନ ଆଦି କ୍ଷେତ୍ର ମଧ୍ୟରୁ କୌଣସି ଗୋଟଇଏ କ୍ଷେତ୍ରକୁ ଚୟନ କରିପାରିବେ । ଏôତରେ ସାର୍ଟିଫିକେଟ, ଡିପ୍ଲୋମା, ଆଡଳାନ୍ସ ଡିପ୍ଲୋମା, ଫାଉଣ୍ଡସେନ ଡିଗ୍ରୀ, ଡିଗ୍ରୀ ଏବଂ ପିଜି ଡିଗ୍ରୀ ପର୍ଯ୍ୟନ୍ତ କୋର୍ସ ଉପଲବ୍ଧ ରହିଛି
ଚାକିରି ସୁଯୋଗ – କ୍ରିଏଟେଭିଟି ବ୍ୟକ୍ତିଙ୍କ ପାଇଁ ଏଠାରେ ସୁଯୋଗରେ କୌଣସି ଅଭାବ ନାହିଁ । ଚଳିତ ସମୟରେ ଫ୍ୟାଶନ ଡିଜାଇନିଂ କ୍ଷେତ୍ରରେ ଗାର୍ମେଣ୍ଟ ଏବଂ ଆକ୍ସେରିଜ ଡିଜାଉନିଂର ବେସ ଚାହିଦା ରହିଛି । ଏହି କୋର୍ସ କରିବା ପରେ ଫ୍ୟାଶନ ହାଉସ ଏବଂ ମାନୁଫାକଚ୍ୟୁରିଂ ୟୁନିଟରେ ରୋଜଗାରର ଯଥେଷ୍ଟ ସୁଯୋଗ ରହିଛି । ସେଠାରେ ଆପଣ ପ୍ରଡକ୍ସନ, ଫ୍ୟାସନ ମାର୍କେଟିଂ , ଡିଜଇନଂ ପ୍ରଡକ୍ସନ ମ୍ୟାନେଜମେଣ୍ଟ, ଫ୍ୟାସନ ମିଡିଆ, କ୍ୱାଲିଟି କଣ୍ଟ୍ରୋଲ, ଫ୍ୟାଶନ ଆକ୍ସେରିଜ ଡିଜାଇନଂ ଏବଂ ବ୍ରାଣ୍ଡ ପ୍ରମୋସନ କରିପାରିବେ । ଏହା ବ୍ୟତୀତ କଷ୍ଟ୍ୟୁମ ଡିଜାଇନର, ଫ୍ୟାଶନ କନସଲଟେଣ୍ଟ, ଟେକ୍ନଲୋଜି ଡିଜାଇନର, ଗ୍ରାଫିକ ଡିଜାଇନର, ପ୍ରଡକ୍ସନ ପ୍ୟାଟର୍ଣ୍ଣ ମେକର, ଫ୍ୟାଶନ କୋର୍ଡିନେଟର ଆଦି ରୂପେ ମଧ୍ୟ ଶାନଦାର କ୍ୟାରିୟର ଗଢିପାରିବେ ।
ଫ୍ୟାଶନ ଦୁନିଆ – ଲୋକଙ୍କୁ ସୁନ୍ଦର ରୂପେ ପ୍ରସ୍ତୁତ କରିବା ପାଇଁ ଯଦି ଆପଣ ଉତ୍ସୁକ ଅଛନ୍ତି, ତେବେ ଫ୍ୟାଶନ ଡିଜାଇନଂ କ୍ଷେତ୍ର ଆପଣଙ୍କ ଅପେକ୍ଷାରେ ରହିଛି । ଏହାକୁ କରୁବା ଅତ୍ୟନ୍ତ ସହଜ ନୁହେଁ , ବଜାରର ଚାହିଦା ଅନୁଯାଇ କୌଣସି ବିଶେଷ ପ୍ରଡକ୍ଟ, ସିଜିନ ଏବଂ ପ୍ରାଇସକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପଡିବ ।
ଦରମା – ଟ୍ରେନିଂ ରୂପେ ନିଯୁକ୍ତି ଥିଲେ ଦରାମା ଆକାରରେ ଆପଣଙ୍କର ୧୦ରୁ୧୨ ହଜାର ଟଙ୍କା ରହିବାର ସମ୍ଭାବନା ରହିଥାଏ । ଅଭିଜ୍ଞତା ଅନୁଯାୟୀ ଆପଣଙ୍କର ରୋଜଗାର ବଢିବା ସହ ୩୦ରୁ ୩୫ ହଜାର ପର୍ଯ୍ୟନ୍ତ ଦରମା ମିଳିପାରେ


Share It

Comments are closed.