କୌଟିଲ୍ୟ ସ୍କୁଲ ଅଫ୍ ପବ୍ଲିକ୍ ପଲିସିରେ ନାମଲେଖା ଆରମ୍ଭ


ଭୁବନେଶ୍ୱର: ଗୀତମ ଭାବେ ((www.gitam.edu) ଭାବେ ଜଣାଶୁଣା ଗୀତମ ବିଶ୍ୱବିଦ୍ୟାଳୟ ସହ ଜଡିତ କୌଟିଲ୍ୟ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି, ହାଇଦ୍ରାବାଦ ୨୦୨୧ ଶିକ୍ଷା ବର୍ଷ ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ବା ନାମଲେଖା ଆରମ୍ଭ କରିଛି । ଏହି ଶିକ୍ଷାନୁଷ୍ଠାନ ଦୁଇ ବର୍ଷର ଆବାସିକ ମାଷ୍ଟର୍‌ସ ଇନ୍ ପବ୍ଲିକ୍ ପଲିସି(ଏମ୍‌ପିପି) ପ୍ରୋଗ୍ରାମ) ଓ କର୍ମଜୀବୀଙ୍କ ପାଇଁ ପବ୍ଲିକ୍ ପଲିସିରେ ସର୍ଟ-ଟର୍ମ ମ୍ୟାନେଜ୍‌ମେଂଟ୍ ଡେଭ୍‌ଲପ୍‌ମେଂଟ୍ ପ୍ରୋଗ୍ରାମ (ଏଥିପାଇଁ ଆବେଦନ ପ୍ରକ୍ରିୟା ଜାନୁଆରୀ ୨୦୨୧ରୁ ଆରମ୍ଭ ହେବ) ପ୍ରଦାନ କରୁଛି ।
ଏମ୍‌ପିପି ହେଉଛି ଏକ ପାଠ୍ୟକ୍ରମ ସହିତ ୧୦୩୩-କ୍ରେଡିଟ୍ ପ୍ରୋଗ୍ରାମ ଯାହାକୁ ଦୁଇ ବର୍ଷର ଅବଧି ମଧ୍ୟରେ ଜ୍ଞାନର ବିସ୍ତାର, ଦକ୍ଷତା ବୃଦ୍ଧି ଓ ମୂଲ୍ୟବୋଧକୁ ବଢାଇବା ପାଇଁ ପ୍ରସ୍ତୁତ କରାଯାଇଛି । ପ୍ରଥମ ବର୍ଷର ଶେଷରେ ଛାତ୍ରଛାତ୍ରୀମାନଙ୍କୁ ନିଜ ପସନ୍ଦର ଏକ ସଂସ୍ଥା ସହିତ ୩ ମାସର ଏକ ଇଂଟର୍ଣ୍ଣସିପ୍ କରିବାକୁ ହେବ । ସ୍ୱାଧୀନ ଭାବରେ କିମ୍ବା ଏକ ସାମ୍ପ୍ରତିକ ନୀତି ନେତୃତ୍ୱୀଧୀନ ପ୍ରସଙ୍ଗରେ ଅଧ୍ୟାପକଙ୍କ ନେନତୃତ୍ୱରେ ଥିବା ଏକ ପ୍ରକଳ୍ପର ଅଂଶ ଭାବରେ ଏକ ସଂଗଠନ ସହିତ ଗ୍ରହଣ କରାଯାଇଥିବା କ୍ୟାପ୍‌ଷ୍ଟୋନ୍ ପ୍ରକଳ୍ପ ଆଧାରରେ ଏକ ମାଷ୍ଟର୍ସ ଥେସିସ୍‌ରେ ଏହି ପ୍ରୋଗ୍ରାମ ଶେଷ ହେବ ।
କୌଟିଲ୍ୟର ଛାତ୍ରଛାତ୍ରୀମାନେ ବିଶ୍ୱବ୍ୟାପୀ ପବ୍ଲିକ୍ ପଲିସି କ୍ଷେତ୍ରାର କିଛି ସର୍ବୋତମ ଶିକ୍ଷକ ମାନଙ୍କଠାରୁ ଶିକ୍ଷା ହାସଲ କରିବେ ଯେଉଁମାନେ କି ଅତିଥି କିମ୍ବା ଫୁଲ୍‌-ଟାଇମ୍ ଫ୍ୟାକ୍‌ଲ୍ଟି ଭାବେ ମଧ୍ୟ ଆସିବେ । କିଛି ଫ୍ୟାକଲ୍ଟି ସଦସ୍ୟଙ୍କ ମଧ୍ୟରେ, ହାଭାର୍ଡ କେନେଡୀ ସ୍କୁଲ୍‌ର ପବ୍ଲିକ୍ ପଲିସି ବିଭାଗର ପୂର୍ବତନ ଅଧ୍ୟାପକ ଓ ଜଣେ ଗ୍ଲୋବାଲ ପଲିଟିକାଲ କ୍ୟାମ୍ପେନ କନ୍‌ସଲ୍‌ଟାଂଟ୍ ପ୍ରଫେସର ଷ୍ଟିଭ୍ ଜାର୍ଡିଙ୍ଗ୍‌, ବ୍ରୁକିଙ୍ଗ୍‌ସ ଇନ୍‌ଷ୍ଟିଚ୍ୟୁସନରେ ନନନ୍‌-ରେସିଡେଂଟ୍ ସିନିୟର ଓ ପବ୍ଲିକ୍ ପଲିସିର ପ୍ରଫେସର ଇନ୍ଦରମିତ୍ ଗିଲ୍‌, ଓଡିଆଇ (ରିସର୍ଚ୍ଚ ଓ ପଲିସି)ର ପରିଚାଳନା ନିର୍ଦ୍ଦେଶକ ଓ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ପୂର୍ବତନ ସଦସ୍ୟ ପ୍ରଫେସର ରଥିନ ରୟ ଏବଂ ଷ୍ଟାନ୍‌ଫୋର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜ୍‌ନେସ୍‌ର ଲେକ୍‌ଚରର୍ ଇନ୍ ମ୍ୟାନେଜ୍‌ମେଂଟ୍ ପ୍ରଫେସସର ଗ୍ଲେନ୍ କ୍ରାମୋନ୍ ଆଦି ସାମିଲ ଅଛନ୍ତି ।
ଏସମ୍ପର୍କରେ କୌଟିଲ୍ୟ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସିର ସହ ପ୍ରତିଷ୍ଠାତା, ପ୍ରତୀକ କନ୍‌ୱଲ କହିଛନ୍ତି, “ବର୍ତମାନ ପର୍ଯ୍ୟନ୍ତ, ପବ୍ଲିକ୍ ପଲିସି ବା ସାର୍ବଜନିନ ନୀତି ଶିକ୍ଷାକୁ ଜନସାଧାରଣଙ୍କ ସେବା କ୍ଷେତ୍ରରେ ସରକାର ଓ ନିଷ୍ପତି ନେଉଥିବା ଲୋକମାନଙ୍କ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଉଥିଲା । ତେବେ ବର୍ତମାନ କର୍ପୋରେଟ୍‌, ଥିଙ୍କ୍ ଟ୍ୟାଙ୍କ ଓ ପ୍ରାୟ ସମସ୍ତ ବୃତି ପବ୍ଲିକ୍ ପଲିସି ଓ ଗୁଡ୍ ଗଭର୍ଣ୍ଣାନ୍ସର ଗୁରୁତ୍ୱକୁ ଅନୁଭବ କରିବା ସହିତ ଏହାର ପ୍ରଭାବକୁ ଦେଖିପାରୁଛନ୍ତି ।”
କୌଟିଲ୍ୟ ସ୍କୁଲ ଅଫ୍ ପବ୍ଲିକ୍ ପଲିସିର ପ୍ରତିଷ୍ଠାତା ନିର୍ଦ୍ଦେଶକ, ଶ୍ରୀଧର ପବିସେଟ୍ଟୀ କହିଛନ୍ତି, “କୌଟିଲ୍ୟ ସ୍କୁଲ ଅଫ୍ ପବ୍ଲିକ୍ ପିସି ଦେଶରେ ସାର୍ବଜନିନ ନୀତି ଶିକ୍ଷାକୁ ପୁନର୍ଜୀବିତ କରିବ ଏବଂ ଏହା ନିକଟରେ ଉର୍ବର ଭିତିଭୂମି ପ୍ରଦାନ କରିବାର କ୍ଷମତା ରହିଛି ଯାହାକି ସବୁସ୍ତରୀୟ ବିକାଶର ଗ୍ୟାରେଂଟି ଦେଉଛି । । କୌଟିଲ୍ୟରେ ଆମର ପ୍ରୟାସ ହେଉଛି ଦକ୍ଷ ପେସାଦାରମାନଙ୍କୁ ଶିକ୍ଷିତ କରିବା, ଯେଉଁମାନେ କି ପ୍ରଗତିଶୀଳ ପରିବର୍ତନକୁ ଆଗେଇ ନିଅନ୍ତି ଓ ଅନୁପ୍ରେରିତ କରନ୍ତି । ଆମର ପ୍ରତ୍ୟେକ ଶିକ୍ଷାର୍ଥୀ ଜନସେବାକୁ ନିଜର ଆହ୍ୱାନ ଭାବେ ଗ୍ରହଣ କରୁଥିବା ବିବେକବାନ ବ୍ୟକ୍ତି, ନିରପେକ୍ଷତା ଓ ନ୍ୟାୟ କ୍ଷେତ୍ରର ମୂଲ୍ୟବୋଧ-ପେସାଦାର, ସମାନତା ଓ ପୁନଃନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବା ପ୍ରମାଣ ଆଧାରିତ ନିଷ୍ପତି ନିର୍ଣ୍ଣୟକାରୀ ଏବଂ ଏକବିଂଶ ଶତାବ୍ଦୀର ସମସ୍ୟାଗୁଡିକୁ ସମାଧାନ କରିବାର କ୍ଷମତା ରଖୁଥିବା କାର୍ଯ୍ୟ ଆଧାରିତ ବୈଷୟିକ ବିଶେଷଜ୍ଞ ଆଦି ହେବେ । ଆମେ ଆମର ଯାତ୍ରାରେ ସାମିଲ ହେବା ପାଇଁ ଆଗ୍ରହୀ ଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରୁଛୁ ।”


Share It

Comments are closed.