ଗ୍ଲୋବାଲ ସ୍ପାମ୍ କଲ୍ ର‌୍ୟାଙ୍କିଙ୍ଗ୍ କ୍ଷେତ୍ରରେ ୯ମ ସ୍ଥାନକୁ ଖସିଛି ଭାରତ


ଭୁବନେଶ୍ୱର: ଟ୍ରୁକଲର୍ ପକ୍ଷରୁ ଏହାର ବାର୍ଷିକ ଟ୍ରୁକଲର୍ ଇନ୍‌ସାଇଟ୍ ରିପୋର୍ଟର ଫଳାଫଳ ପ୍ରକାଶ କରାଯାଇଛି ଯେଉଁଥିରେ ୨୦୨୦ରେ ସ୍ପାମ୍ କଲ୍ ଦ୍ୱାରା ପ୍ରଭାବିତ ହୋଇଥିବା ଶୀର୍ଷ ୨୦ଟି ଦେଶକୁ ତାଲିକାଭୁକ୍ତ କରାଯାଇଛି । ଏହା ଏହି ରିପୋର୍ଟର ୪ର୍ଥ ସଂସ୍କରଣ ଯେଉଁଥିରେ ସର୍ବାଧିକ ସ୍ପାମ୍ କଲ ଗ୍ରହଣ କରିଥିବା ଦେଶଗୁଡିକର ର‌୍ୟାଙ୍କିଙ୍ଗ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଆସିଛି । ଚଳିତ ବର୍ଷ ପ୍ରାରମ୍ଭରେ ମହାମାରୀ ଆରମ୍ଭ ହେବା ଏବଂ ଦେଶଗୁଡିକରେ ଲକ୍‌ଡାଉନ୍ ଲାଗୁ ହେବା ସହିତ ଏହି ବର୍ଷର ରିପୋର୍ଟ ଦର୍ଶାଉଛି ଯେ, ମହାମାରୀ କେବଳ ଯୋଗାଯୋଗ ଆଚରଣକୁ ପ୍ରଭାବିତ କରିନାହିଁ ବରଂ ବିଶ୍ୱବ୍ୟାପୀ ସ୍ପାମ୍ ଶୈଳୀକୁ ମଧ୍ୟ ପ୍ରଭାବିତ କରିଛି । ଏକ ଜାତରୟ ସ୍ତରରେ ଟ୍ରେଣ୍ଡକୁ ଦେଖିଲେ, ଟ୍ରୁକଲର୍ ୨୦୨୦ରେ ୧୪୫.୪ ବିଲିୟନ ଅଜଣା କଲ୍‌କୁ ଚିହ୍ନଟ କରିଛି, ଯାହାକି ଗତବର୍ଷ ତୁଳନାରେ ୨୫% ଅଧିକ ।
ରିପୋର୍ଟ ଅନୁଯାୟୀ, ବିଶ୍ୱବ୍ୟାପୀ ଉପଭୋକ୍ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସ୍ପାମ୍ କଲ ସଂଖ୍ୟା କ୍ଷେତ୍ରରେ ଭାରତ ୯ମ ସ୍ଥାନକୁ ଖସିଆସିଥିବା ବେଳେ ବ୍ରାଜିଲ ଶୀର୍ଷ ସ୍ଥାନରେ ବଜାୟ ରହିଛି । ଭାରତରେ ସ୍ପାମ୍ କଲ୍ ଗ୍ରହଣ କରିଥିବା ୟୁଜର୍‌ଙ୍କ ସଂଖ୍ୟା ୩୪% ହ୍ରାସ ପାଇଛି । ଗ୍ରହଣ କରାଯାଇଥିବା ସ୍ପାମ୍ କଲ୍ ସଂଖ୍ୟାରେ ହ୍ରାସ ସତ୍ୱେ ଭାରତ ଶୀର୍ଷ ୧୦ଟି ସର୍ବାଧିକ ସ୍ପାମ୍‌ଡ ଦେଶ ମଧ୍ୟରେ ରହିଛି ।
ଚଳିତ ବର୍ଷର ରିପୋର୍ଟରୁ ମିଳିଥିବା ସବୁଠାରୁ ରୋଚକପୂର୍ଣ୍ଣ ତଥ୍ୟ ହେଉଛି ଭାରତରେ ସମସ୍ତ ୯୮.୫% ସ୍ପାମ୍ କଲ୍ ଘରୋଇ ନମ୍ବରରୁ ଆସୁଛି, ଯାହାକି ଆଂଶିକ ରୂପେ ବର୍ଣ୍ଣନା କରୁଛି ଯେ, କାହିଁକି ଭାରତରେ ସ୍ପାମ୍ କଲ୍ ସଂଖ୍ୟା ହ୍ରାସ ପାଇଛି, କାରଣ ଚଳିତ ବର୍ଷ ଆରମ୍ଭରେ ଦେଶରେ ଲାଗୁ ହୋଇଥିବା କଠୋର କଫ୍ରୁ୍ୟ ଯୋଗୁଁ ଟେଲିମାର୍କେଟର୍‌ମାନେ କାମ କରିବା ପାଇଁ ଘରୁ ବାହାରକୁ ଯାଇପାରିନଥିଲେ କିମ୍ବା ନିଜ ଉପକରଣକୁ ବ୍ୟବହାର କରିପାରିନଥିଲେ, ଯାହାକୁ ସେମାନେ ବୃହତ୍ ସ୍ତରର ସ୍ପାମ୍ କ୍ୟାମ୍ପେନ୍‌ଗୁଡିକ ପାଇଁ ଆବଶ୍ୟକ କରିଥାନ୍ତି ।
ଅନ୍ୟ ଏକ ରୋଚକପୂର୍ଣ୍ଣ ତଥ୍ୟ ହେଉଛି ଯେ, ଭାରତରେ ଲକ୍‌ଡାଉନ୍‌ର ପ୍ରଥମ ୩ ମାସରେ ଜରୁରୀକାଳୀନ ସେବାଗୁଡିକୁ କରାଯାଇଥିବା କଲ୍ ସଂଖ୍ୟା ୧୪୮% ବୃଦ୍ଧି ପାଇଛି । ସ୍ପାମ୍ କଲ୍ ବର୍ଗୀକରଣ କ୍ଷେତ୍ରରେ ଭାରତରେ ଅପରେଟରମାନେ ଶୀର୍ଷ ସ୍ପାମର୍‌ଙ୍କ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛନ୍ତି କାରଣ ୫୨% ୟୁଜର୍ କଲ୍ ବିଭିନ୍ନ ଅଫର୍ ଓ ରିମାଇଣ୍ଡରଗୁଡିକର ବିକ୍ରି ପାଇଁ ସ୍ପାମ୍ କଲ୍ ଗ୍ରହଣ କରିଛନ୍ତି । ତେବେ ଅଧ୍ୟୟନରେ ଟେଲିମାର୍କେଟିଙ୍ଗ ସେବାଗୁଡିକ ବୃହତ୍ ସ୍ପାମର୍ ଭାବେ ଉଭା ହୋଇଛନ୍ତି, ଯାହାର ସଂଖ୍ୟା ମୋଟ ୩୪% ରହିଛି । ଗୁଜରାଟ ୨୦୨୦ରେ ସର୍ବାଧିକ ସ୍ପାମ୍ କଲ୍ ଗ୍ରହଣ କରିଥିବା ରାଜ୍ୟରେ ପରିଣତ ହୋଇଥିବା ବେଳେ ଏହା ପରେ ମହାରାଷ୍ଟ୍ରର ସ୍ଥାନ ରହିଛି ।


Share It

Comments are closed.