ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଅଭିନେତା ଅରିନ୍ଦମ


ଜାମ୍ମୁ କାଶ୍ମୀରର ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ରୁ ଉଦ୍ଧ୍ୱର୍ ଯବାନ ସହିଦ ହୋଇଥିବା ବେଳେ ଏହି ଘଟଣାକୁ ନେଇ ବର୍ତ୍ତମାନ ସାରା ବିଶ୍ୱ ସ୍ତବ୍ଧ ରହିଛି । ଆତଙ୍କବାଦୀଙ୍କ ଏହି ଘୃଣ୍ୟ କାର୍ଯ୍ୟକଳାପ ଯୋଗୁଁ ବିଶ୍ୱର ଅନେକ ମହଲରୁ ବିଭିନ୍ନ ପ୍ରତିକ୍ରିୟା ମିଳୁଥିବାବେଳେ ସମସ୍ତେ ଏହି ଘଟଣାରେ ସହିଦ ହୋଇଥିବା ମହାନ ପୁରୁଷଙ୍କର ଆତ୍ମାର ସଦଗଦି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଜ୍ଞାପନ କରୁଛନ୍ତି । କେବଳ ଏତିକି ନୁହେଁ ଆଜି ଏହି ବୀର ଯବାନଙ୍କ ପାଇଁ ସାରା ଦେଶ ଶୋକରେ ବୁଢି ରହିଛି ।
ତେବେ ଏଥି ମଧ୍ୟରେ ଦେଶ ପାଇଁ ଜୀବନ ଦେଇଥିବା ଏହି ମହାନ ପୁରୁଷଙ୍କର ପାର୍ଥିବ ଶରୀର ଆଜି ନିଜ ନିଜର ଜନ୍ମ ମାଟିରେ ଆସିକି ପହଞ୍ଚିଛି । ଅନ୍ୟ ପଟେ ଏହି ଆତ୍ମଘାତି ବିସ୍ପୋରଣରେ ସହିଦ ହୋଇଥିବା ୨ ଓଡିଆଙ୍କୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶାରେ ପହଞ୍ଚାଯାଇଛି ।
ତାଙ୍କର ଏହି ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ ରାଜ୍ୟପାଳ ଏବଂ ଅଭିନେତା, ରାଜନେତା ଓ ସାଧାରଣ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଓଡିଶାରେ ସହିଦ ଯବାନଙ୍କ ପାର୍ଥିବ ଶରୀର ଆସିକି ପହଞ୍ଚିବା ପରେ ସେଠାରେ ତାଙ୍କୁ ‘ଗାର୍ଡ ଅଫ ଅନର’ ଏବଂ ସଲାମୀ ପ୍ରଦାନ କରାଯାଇଥିଲା ।
ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସୂରୁପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ତାଙ୍କର ପରିବା ଉଜ୍ଜଳ ଭବିଷ୍ୟତ କାମନା ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଓଲିଉଡ ଜଗତରେ ଲୋକପ୍ରିୟ ନାୟକ ‘ଅରିନ୍ଦମ ରଏ’ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କ ପରିବାରରକୁ ସମବେଦନା ମଧ୍ୟ ଜଣାଇଥିଲେ ।

ସହିଦ ହୋଇଥିବା ଓଡିଆ ଯବାନ ହେଲେ ଜଗତସିଂହପୁର ଜିଲ୍ଲାର ପ୍ରସନ୍ନକୁମାର ସାହୁ (୪୬) ଏବଂ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ରତନପୁର ଗ୍ରାମର ମନୋଜ ବେହେରା (୩୩) ।


Share It

Comments are closed.