ସହିଦ ଯବାନଙ୍କ ପାଇଁ ବିରାଟ ନେଲେ ବଡ ନିଷ୍ପତି


ଜାମ୍ମୁ କାଶ୍ମୀରର ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଦେଶର ୪୪ ଜଣ ଯବାନ ସହିଦ ହୋଇଥିବା ବେଳେ ଏହି ଘଟଣାକୁ ନେଇ ବର୍ତ୍ତମାନ ସାରା ବିଶ୍ୱ ସ୍ତବ୍ଧ ରହିଛି । ଆତଙ୍କବାଦୀଙ୍କ ଏହି ନିନ୍ଦନୀୟ କାର୍ଯ୍ୟକଳାପ ଯୋଗୁଁ ବିଶ୍ୱର ଅନେକ ମହଲରୁ ବିଭିନ୍ନ ପ୍ରତିକ୍ରିୟା ମିଳୁଥିବାବେଳେ ସମସ୍ତେ ଏହି ଘଟଣାରେ ସହିଦ ହୋଇଥିବା ମହାନ ପୁରୁଷଙ୍କର ଆତ୍ମାର ସଦଗଦି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଜ୍ଞାପନ କରୁଛନ୍ତି ।
ପାକିସ୍ତାନର ଏହି ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ସାରା ଦେଶରେ ବର୍ତ୍ତମାନ ବିଦ୍ରୋହର ନିଆଁ ଜଳୁଥିବାବେଳେ ସେପଟେ ଭାରତୀୟ କ୍ରିକେଟରସ ମଧ୍ୟ ଏହାକୁ ଦୃଢ ନିନ୍ଦା କରିଛନ୍ତି । କେବଳ ଏତିକି ନୁହେଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଏକ ବଡ ଘୋଷଣା ମଧ୍ୟ କରିଛନ୍ତି ।
ବିରାଟ ଏହି ହୃଦୟବିଦାରକ ଘଟଣା ଯୋଗୁଁ ତାଙ୍କ ଫାଉଣ୍ଡେସନ ପକ୍ଷରୁ ଦିଆଯାଉଥିବା ‘ଆଇପି-ଏସଜି’ ଖେଳ ସମ୍ମାନ ସମାରୋହକୁ ଘୁଞ୍ଚାଇଦେଇଛନ୍ତି । ଏହି ପୁରଷ୍କାର ବିତରଣୀ ସମାରୋହ ଶନିବାର ଅନୁଷ୍ଠିତ ହୋଇଥାନ୍ତା । କିନ୍ତୁ ଏବେ ତାହା ଘୁଞ୍ଚାଇ ଦିଆଯାଇଛି ।

ଏହି ପୁରଷ୍କାର ବିତରଣୀ ସମାରୋହକୁ ଘୁଞ୍ଚାଇ ଦେବା ସୂରୁପ ବିରାଟ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, “ଆମେ ଏହି ‘ଆଇପି-ଏସଜି’ ଖେଳ ସମ୍ମାନ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଛୁ । ଦେଶ ବର୍ତ୍ତମାନ ଦୁଃଖରେ ଅଛି ଏବଂ ମୁଁ ବି ଏଥିରେ ସାମିଲ ରହିଛି । ସେଥି ପାଇଁ ଶନିବାରକୁ ଆୟୋଜିତ ହେବାକୁ ଥିବା ଏହି ପୁରଷ୍କାର ବିତରଣୀ ସମାରୋହକୁ ଆମେ ଘୁଞ୍ଚାଇଦେଇଛି । ”
ବିରାଟଙ୍କ ସମେତ ଗମ୍ଭୀର, ସେହୱାଗ, ସଚିନ, ଧୱନ, ରୋହିତ ଏବଂ ଅନ୍ୟ ବରିଷ୍ଠ ଖେଳାଳୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।


Share It

Comments are closed.