ବିଦ୍ରୋହୀ ବିଧାୟକଙ୍କୁ ଆଦିତ୍ୟଙ୍କ କଟାକ୍ଷ, କହିଲେ ଆମ ସହ ଆଖି ମିଶାଇ ପାରୁନାହାନ୍ତି… କେଉଁ ମୁଁହରେ ଯିବେ ଲୋକଙ୍କ ସାମ୍ନାକୁ


ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ସରକାର ଗଢ଼ିବା ପରେ ରାଜନୈତିକ ତାତି କମିଥିଲେ ମଧ୍ୟ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ସିନ୍ଦେ ଶିବିରର ବିଦ୍ରୋହୀ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ସେ ଟାର୍ଗେଟ କରି କହିଛନ୍ତି, ଏହି ବିଦ୍ରୋହୀ ବିଧାୟକ ଆମ ସହ ଆଖି ମିଳାଇ ପାରୁନାହାନ୍ତି ସେମାନେ ତାଙ୍କ ବିଧାନସଭା ଆସନରେ କେମିତି ମୁହଁ ଦେଖାଇ ପାରିବେ। ଏହାସହ ବିଧାୟକଙ୍କ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ଆଦିତ୍ୟ ଠାକରେ କହିଛନ୍ତି, ବିଧାନସଭା ଗୃହରେ ପହଞ୍ଚିଥିବା ସିନ୍ଦେଙ୍କ ଶିବିରର ବିଦ୍ରୋହୀ ବିଧାୟକ ଆମ ସହ ଆଖି ମିଶାଇ ପାରୁନାହାନ୍ତି। ସେ କହିଛନ୍ତି, କେତେ ଦିନ ଯାଏ ଆପଣମାନେ ଗୋଟିଏ ହୋଟେଲରୁ ଆଉ ଏକ ହୋଟେଲକୁ ଯାଉଥିବେ ? କେଉଁ ଦିନ ତ ଏହି ବିଧାୟକମାନେ ନିଜର ବିଧାନସଭା ଷେତ୍ରକୁ ଗସ୍ତ କରିବେ। ସେମାନେ ନିଜ ନିର୍ବାଚନୀ ମଣ୍ଡଳିକୁ ଗଲେ ଲୋକଙ୍କ ମୁହଁକୁ ଅନେଇ ପାରିବେନି ଏହି ବିଧାୟକମାନେ।


Share It

Comments are closed.