ପାକିସ୍ତନରେ ଜଣେ ୬୦ ବର୍ଷୀୟ ପୁରୁଷ ଗର୍ଭବତୀ ଥିବା ଆସିଲା ରିପୋର୍ଟ, ରିପୋର୍ଟ ଦେଖି ଉଡ଼ିଗଲା ପରିଜନଙ୍କ ହୋସ


ବୟସ୍କ ମହିଳାଙ୍କର ଗର୍ଭବତୀ ହେବା କଥା ଶୁଣିଥିବେ କିନ୍ତୁ କଣ ପୁରୁଷଙ୍କ ଗର୍ଭଧାରଣ କରିବା କଥା କେବେ ଶୁଣିଛନ୍ତି । ଆପଣଙ୍କୁ କଥାଟା ଶୁଣିବାକୁ ଅଡ଼ୁଆ ଲାଗୁଥାଇପାରେ କିନ୍ତୁ ଏଭଳି ଏକ ଘଟଣା ପାକିସ୍ତାନର ପଂଜାବ ପ୍ରାନ୍ତର ଖାନେୱାଲ ପ୍ରାନ୍ତରେ ଘଟିଛି । ଅଲ୍ଲା ବିଟା ନାମକ ଜଣେ ବୟସ୍କ ବୃଦ୍ଧ ଖାନେୱାଲର ଡିଏଚକ୍ୟୁ ହସପିଟାଲକୁ ଚିକିତ୍ସା କରିବା ପାଇଁ ଆସିଥିଲେ । ସେଠାରେ ତାଙ୍କୁ ୟୁରିନ ଟେଷ୍ଟ କରିବା ପାଇଁ କୁହାଗଲା । ତେଣୁ ସେ ବ୍ୟକ୍ତି ଜଣକ ଗୋଟିଏ ପ୍ରାଇଭେଟ ଲ୍ୟାବକୁ ୟୁରିନ ଟେଷ୍ଟ କରିବା ପାଇଁ ଗଲେ, କିନ୍ତୁ ଯେତେବେଳେ ରିପୋର୍ଟ ସାମ୍ନାକୁ ଆସିଲା ତ ସେ ଲୋକର ହୋସ ଉଡ଼ିଗଲା । ରିପୋର୍ଟରେ ସେ ଗର୍ଭବତୀ ଥିବାର ଦର୍ଶାଯାଇଥିଲା ।

ଯେତେବେଳେ ଏହାର ସୂଚନା ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ପହଂଚିଲା ତାଙ୍କୁ ଏଥିରେ କିଛି ଗଡ଼ବଡ଼ ଲାଗିଲା । ତେଣୁ ସେମାନେ ଏହାର ଯାଂଚ କରିବା ଆରମ୍ଭ କରିଦେଲେ । ଏହି ମାମଲା ପାକିସ୍ତାନ ରୁ ଆରମ୍ଭ ହୋଇ ହେଲଥକେୟାର କାଶ୍ମୀର ପର୍ଯ୍ୟନ୍ତ ପହଂଚିଲା । ହେଲଥ ଡିପାର୍ଟମେଂଟର ଯାଂଚରୁ ଜଣାପଡ଼ିଲା ଯେ ଏହି ଲ୍ୟାବ ବେଆଇନ ଭାବେ ଚାଲିଥିଲା । ଏଠାରେ କୌଣସି ମାନ୍ୟ ଡାକ୍ତର ମଧ୍ୟ ନ ଥିଲେ । ଏହା ଗତ ଦୁଇବର୍ଷ ହେବ ଚାଲିଥିଲା । ଏହାପରେ ଖାନେୱାଲର ଜିଲ୍ଲା କମିଶନର ଏହି ଲ୍ୟାବକୁ ସିଲ କରିଦେଲେ । ଲ୍ୟାବର ମାଲିକ ଅମୀନକୁ ଗିରଫ କରାଯାଇଛି । ଏହି ଖବର ସୋସିଆଲ ମିଡିଆରେ ପ୍ରସାର ହେଲା ପରେ ଲୋକମାନେ ସ୍ୱାସ୍ଥ୍ୟ ବିଭାଗର ଜମେଇକରି ମଜା ଉଡ଼ାଇଲେ । କେତେକ ଲୋକ ଏହାକୁ ଫେକ ଖବର କହିଲେ ତ ପୁଣି କେତେକ ଏଥିପାଇଁ ସରକାରଙ୍କୁ ଦାୟୀ କରିଲେ । ଅନେକ ଲୋକ ଏହା ମଧ୍ୟ କହିଲେ ଯେ ଏବେ ଲ୍ୟାବ ରିପୋର୍ଟ ଉପରେ ମଧ୍ୟ ବିଶ୍ୱାସ କରିବାକୁ ଡର ଲାଗିବ ।


Share It

Comments are closed.