ମଣିଷ ଲକଡାଉନରେ ଥିବାବେଳେ ଗୁଡ଼ି ଉଡ଼େଇବାର ମଜା ନେଉଛି ମାଙ୍କଡ଼, ଭିଡିଓ ଭାଇରାଲ


କରୋନା ଭାଇରସ ଲକଡାଉନ ଆରମ୍ଭ ହେବା ଠାରୁ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଭିଡିଓର ସୁଅ ଛୁଟୁଥିବାର ଦେଖାଯାଉଛି । ଯେତେବେଳେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ଏହି ଭୟଙ୍କର ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ ଘର ମଧ୍ୟରେ ଲକଡାଉନ ଭାବେ ରହିଛନ୍ତି ଏଭଳି ସମୟରେ ପଶୁପକ୍ଷୀମାନେ ବାହାରେ ବୁଲିବାର ମଜା ଉଠାଉଥିବାର ଦେଖିବାକୁ ମିଳୁଛି । ନୀକଟରେ ଏଭଳି ଏକ ମାଙ୍କଡ଼ ଗୁଡ଼ି ଉଡ଼ାଉଥିବାର ଭିଡିଓ ଟ୍ୱିଟର ବ୍ୟବହାରକାରୀଙ୍କର ବେଶ ମନୋରଂଜନ କରୁଥିବାର ଦେଖିବାକୁ ମିଳିଛି ।


ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏହି ଫୁଟେଜରେ ଗୋଟିଏ ମାଙ୍କଡ଼ ଗୁଡ଼ିର ସୂତାକୁ ଟାଣୁଥିବାର ଦେଖିବାକୁ ମିଳୁଛି ଯେବେକି ଲୋକମାନେ ଏହି ଦୃଶ୍ୟ ଦେଖି ମାଙ୍କଡ଼ଟିକୁ ଉତ୍ସାହିତ କରୁଥିବା ସହିତ ବ୍ୟାକଗ୍ରାଉଣ୍ଡକୁ ଦେଖି ହସୁଥିବାର ଦେଖିବାକୁ ମିଳୁଛି । ଭିଡିଓଟିର ଶେଷରେ ମାଙ୍କଡ଼ଟି ଗୁଡ଼ିଟିକୁ କାବୁ କରିପାରୁଥିବାର ଦେଖିବାକୁ ମିଳୁଛି । ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦା ଏହି ଭିଡିଓଟିକୁ ସେୟାର କରି ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, “ଲକଡାଉନ ଯୋଗୁଁ ଦ୍ରୁତ ବିବର୍ତନ ଦେଖାଯାଉଛି,” । “ମାଙ୍କଡ଼ ଗୁଡ଼ି ଉଡ଼ାଉଛି । ହଁ, ଏହା ନିଶ୍ଚିତ ରୂପେ ଏକ ମାଙ୍କଡ଼ ।”

ଅନଲାଇନରେ ସେୟାର ହେବା ସମୟରୁ ଶ୍ରୀ ନନ୍ଦାଙ୍କର ଏହି ଭିଡିଓ ୧୦୦୦୦ରୁ ଅଧିକ ଥର ଦେଖାହୋଇସାରିଲାଣି । ଟ୍ୱିଟରରେ ଏହାକୁ ନେଇ ଅନେକ ମଜାଳିଆ କମେଂଟ ଓ ଇମୋଜି ମଧ୍ୟ ଆସୁଛି ।


Share It

Comments are closed.