ବିବାହକୁ ନେଇ ନିଜ ମନ ଭିତରର ଦୁଃଖ ବଖାଣିଲେ କ୍ୟାଟ୍ରିନା


ବଲିଉଡରେ ବର୍ତ୍ତମାନ ବିବାହ ଋତୁ ଚାଲିଛି । ଅନୁଷ୍କା, ସୋନମ, ଦୀପିକା ଏବଂ ପ୍ରିୟଙ୍କା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିବାବେଳେ ସେପଟେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିଜ ସଂପର୍କରେ ଖୋଲା ଖୋଲି କଥା କହିଛନ୍ତି ।
ସାମ୍ବାଦିକ ମାନଙ୍କ ଦ୍ୱାରା ପଚରାଯାଉଥିବା ଏକ ପ୍ରଶ୍ନରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିଜ ସଂପର୍କରେ ଖୋଲାଖୋଲି କଥା ହୋଇଛନ୍ତି ।
ସେ ଏହାର ଉତ୍ତରରେ କହିଛନ୍ତି ଯେ, “କିଛି ସମୟ ପୂର୍ବରୁ ବିବାହ କଥା ମୋ ମୁଣ୍ଡରେ ଥିଲା କିନ୍ତୁ ସେତେବେଳେ ଆଶା କରିଥିବା କୌଣସି ଜିନିଷ ପୂରଣ ହୋଇପାରିଲା ନାହିଁ । ସେବେ ଠାରୁ ମୁଁ ସବୁ କିଛି ଭଗବାନଙ୍କ ହାତରେ ଛାଡି ଦେଇଛି । ଭାଗ୍ୟରେ ଯାହା ଲେଖା ହୋଇଥାଏ, ତାହା ଆପଣଙ୍କୁ କରିବାକୁ ପଡିଥାଏ । ସେଥିପାଇଁ ମୁଁ ଏହି ସବୁ କଥା ଭାବିକି ଚିନ୍ତା କରିବାକୁ ଚାହୁଁ ନାହିଁ । ”
ଅଭିନେତ୍ରୀ କହିଛନ୍ତି, “ଏଥି ପାଇଁ ମୁଁ ଲଢିଥିଲି କିନ୍ତୁ ଏହି କଥା ଜାଣି ଏବେ ଶାନ୍ତି ଅଛି ଯେ, ଯାହା ଆଶା କରିଥିଲି ତାହା ପୂରଣ ହୋଇ ପାରିଲା ନାହିଁ ।”
ପ୍ରକାଶ ଥାଉକି, କ୍ୟାଟ୍ରିନା, ରଣବୀରଙ୍କ ସହ ୫ ବର୍ଷ ଯାଏଁ ରିଲେସନସିପରେ ଥିଲେ । ୨୦୧୬ରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ସେପଟେ ବର୍ତ୍ତମାନ ରଣବୀର, ଆଲିଆଙ୍କୁ ଡେଟ କରୁଛନ୍ତି । କ୍ୟାଟ୍ରିନା ଏବଂ ଆଲିଆ ଭଲ ପ୍ରକୃତ ବନ୍ଧୁ ହୋଇଥିବା ସତ୍ତେ୍ୱ ରଣବୀରଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଅଶାନ୍ତି ମଧ୍ୟ ଲାଗି ରହୁଛି ।


Share It

Comments are closed.