ପୁନର୍ବାର ସେହି ଭୁଲ ଦୋହରାଇ କଙ୍ଗାରୁ ଦଳ ଆଗରେ ଆଣ୍ଠେଇ ବସିଲେ ରୋହିତ


ଆରମ୍ଭ ହୋଇଯାଇଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତିକ୍ଷୀତ ଟେଷ୍ଟ ମ୍ୟାଚ । ଏଡିଲେଡରେ ଆରମ୍ଭ ହୋଇଥିବା ଏହି ମ୍ୟାଚ ଭାରତ ପାଇଁ ନୈରାଶ୍ୟଜନକ ରହିଛି । ଲଞ୍ଚ ବ୍ରେକ ସୁଧା ଅଷ୍ଟ୍ରେଲିଆ ବୋଲର ଭାରତୀୟ ଦଳର ଚାରୋଟି ୱିକେଟ ଅକ୍ତିଆର କରିନେଇଥିବାବେଳେ ଏହା ପରେ କଙ୍ଗାରୁ ଦଳ ରୋହିତ ଶର୍ମାଙ୍କ ୱିକେଟ ନେଇ ଭାରତୀୟ ଟିମକୁ ବ୍ୟାକଫୁଟକୁ ପଠାଇଦେଇଛନ୍ତି । ପ୍ରଥମ ଲଞ୍ଚ ବ୍ରେକ ସୁଧା କଙ୍ଗାରୁ ଦଳ ୫୬ ରନ ଦେଇ କେ. ରାହୁଲ, ଅଜିଙ୍କେ ରାହାଣେ, ମୁରଲୀ ବିଜୟ ଏବଂ ବିରାଟ କୋହଲୀଙ୍କ ୱିକେଟ ହାସଲ କରିଥିବାବେଳେ ଏବେ ରୋହିତଙ୍କ ୱିକେଟ ନେଇ ଭାରତର ୫ଟି ୱିକେଟର ପତନ ଘଟାଇଛି ।
ଦିନିକିଆ ଏବଂ ଟି-୨୦ ଫର୍ମାଟରେ ରୋହିତ ସଫଳ ବ୍ୟାଟ୍ସମ୍ୟାନ ରୂପେ ପରିଚିତ ଥିବା ବେଳେ କିନ୍ତୁ ଟେଷ୍ଟ ମ୍ୟାଚରେ ସେ ଫ୍ଲପ ସାବ୍ୟସ୍ତ ହୋଇଛନ୍ତି । ରୋହିତ ଶର୍ମା ଟେଷ୍ଟରେ ନିଜର ଖରାପ ପ୍ରଦର୍ଶନ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଟିମରେ ନିଜ ସ୍ଥାନ ସୁରକ୍ଷିତ କରିପାରି ନାହାନ୍ତି । ରୋହିତ ଶର୍ମା ନିଜ ଟେଷ୍ଟ କ୍ରିକେଟର ଆରମ୍ଭ ଶତକରୁ ହିଁ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳରେ ନିଜ ସ୍ଥାନ ସୁରକ୍ଷିତ କରିପାରି ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତଙ୍କୁ, ହନୁମା ବିହାରୀଙ୍କ ବଦଳରେ ଖେଳାଯାଇଥିଲା ।
ରୋହିତ ଶର୍ମା ଏହି ମ୍ୟାଚରେ ନିଜ ଭୁଲକୁ ପୁଣି ଥରେ ଦୋହରାଇଛନ୍ତି । ସେ ଅଷ୍ଟ୍ରେଲିଆକୁ ଗିଫ୍ଟ ରୂପରେ ନିଜ ୱିକେଟର ପତନ ଘଟାଇ ପାଭିଲିୟନ ଫେରି ଆସିଲେ । ରୋହିତ ୩୭.୨ ଓଭରରେ ‘ନାଥନ ଲାଏନ୍ସ’ଙ୍କ ବଲରେ ମିଡରେ ୱିକେଟ ଏକ ଛକା ମାରିଥିଲେ । ବାଉଣ୍ଡ୍ରିରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆ ଖେଳାଳୀ ‘ମାର୍କ ହ୍ୟାରିସ’ ରୋହିତଙ୍କ ଏହି ସଟକୁ ଅଟକାଇବା ପାଇଁ ଭଲ ଫିଲ୍ଡଙ୍ଗ କରିଥିଲେ କିନ୍ତୁ ରିଭିୟୁରେ ଏହା ଛକା ବୋଲି ଜଣାପଡିଲା କିନ୍ତୁ ସବୁଠାରୁ ମୁଖ୍ୟ କଥା ହେଲା ରୋହିତ ଏହି ସଟରେ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ପୁଣି ଥରେ ପରେ ବଲ ସେହି ସଟ ଖେଳିବାକୁ ଯାଇ ନିଜ ୱିକେଟ ହରାଇ ବସିଲେ ।


Share It

Comments are closed.