ଜେନ୍‌-ଜିଙ୍କୁ ‘ଭୋଟ୍ ରେଜିଷ୍ଟ୍ରେସନ୍‌’ ପାଇଁ ପ୍ରତ୍ସାହିତ କରିବା ଦିଗରେ ଟାଟା ଏଆଇଏ ପକ୍ଷରୁ “ଭୋଟ୍ କାର୍ନେ-କୋ ତେୟାର୍‌” ଅଭିଯାନ


ଭୁବନେଶ୍ୱର : ଟାଟା ଏଆଇଏ ଲାଇଫ୍ ଇନ୍ସୁରାନ୍ସ କର୍ପୋରେସନ ଲିଃ (ଟାଟା ଏଆଇଏ), ଭାରତର ଏକ ଅଗ୍ରଣୀ ଜୀବନ ବୀମା କମ୍ପାନୀ ନିକଟରେ “ଭୋଟ୍ କାର୍ନେ-କୋ ତେୟାର୍‌” ନାମକ ଏକ ଅଭିନବ ସୋସିଆଲ୍ ମିଡିଆ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ଯୁବ ଭାରତୀୟଙ୍କୁ, ବିଶେଷ କରି ପ୍ରଥମ ଥର ଭୋଟରମାନଙ୍କୁ ଭୋଟ୍ ଦେବା ପାଇଁ ପଞ୍ଜୀକୃତ କରିବାକୁ ଏବଂ ତା’ପରେ ନିଜ ନିଜ ସ୍ଥାନରେ ନିର୍ବାଚନ ଦିନ ଭୋଟ୍ ଦେବାକୁ ପ୍ରତ୍ସାହିତ କରିବ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଯୁବକମାନଙ୍କ ମଧ୍ୟରେ ଜାତୀୟ ଦାୟିତ୍ୱ ଏବଂ କର୍ତ୍ତବ୍ୟର ଭାବନା, ସାମାଜିକ ସମସ୍ୟା ପ୍ରତି ସେମାନଙ୍କର ଚେତନାକୁ ବୃଦ୍ଧି କରିବ । ଗୋଟିଏ ସମୟରେ ଯେଉଁଠାରେ ଜେନ୍‌-ଜି ସ୍ଥିରତା, ସଡକ ସୁରକ୍ଷା ଏବଂ ସାଇବର ସଚେତନତା ଭଳି ବିଷୟ ପ୍ରତି ଅଧିକ ସଚେତନତା ପ୍ରଦର୍ଶନ କରୁଛନ୍ତି, ଅନୁରୂପଭାବେ ଟାଟା ଏଆଇଏ ଦେଶର ଭବିଷ୍ୟତ ଗଠନରେ ସେମାନଙ୍କ ଭାଗିଦାରି ସୁନିଶ୍ଚିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

“ଭୋଟ୍ କାର୍ନେ-କୋ ତେୟାର୍‌” ଅଭିଯାନ ଡିଜିଟାଲି ସକ୍ରିୟ ଯୁବକମାନଙ୍କୁ ଅନ୍ତର୍ଭୁକ୍ତ କରୁଛି, ଯେଉଁମାନେ ଅନଲାଇନ୍ ବିଷୟବସ୍ତୁର ଉପଭୋକ୍ତା ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଅଟନ୍ତି । ସେମାନଙ୍କ ମଧ୍ୟରୁ ୯୦% ରୁ ଅଧିକ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ବ୍ୟବହାର କରୁଥିବା ସ୍ୱୀକାର କରି, ଟାଟା ଏଆଇଏ ଏହି ଡିଜିଟାଲ୍ ଯୋଗଦାନକୁ ବ୍ୟବହାର କରି ନାଗରିକ ଅଂଶଗ୍ରହଣର ଦାୟିତ୍ୱ ପ୍ରତିପାଦନ କରିବାକୁ ଅନୁପ୍ରାଣିତ କରୁଛି। ଏହି ପିଢ଼ିର ନୈତିକତା ସହିତ ମେଳ ଖାଉଥିବା ଡିଜାଇନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଅଭିଯାନରେ ଜଡିତ ବିଷୟବସ୍ତୁର ପ୍ରସାର ପାଇଁ ସୋସିଆଲ୍ ମିଡିଆ ଚ୍ୟାନେଲଗୁଡିକ ବ୍ୟବହାର କରୁଛି । “ଭୋଟ୍ କାର୍ନେ-କୋ ତେୟାର୍‌” ହ୍ୟାସ-ଟ୍ୟାଗକୁ ନିୟୋଜିତ ସହ, ଟାଟା ଏଆଇଆର ଲକ୍ଷ୍ୟ ହେଉଛି ଯୁବକମାନଙ୍କ ମଧ୍ୟରେ ଭାରତର ଯୁବ ନାଗରିକ ଭାବରେ ସେମାନଙ୍କର ସକ୍ରିୟ ଭୂମିକା ଉପରେ ଏକ ବ୍ୟାପକ ସଚେତନତା ସୃଷ୍ଟି କରିବା ।

ଟାଟା ଏଆଇଏର ଅତ୍ୟଧିକ ବ୍ରାଣ୍ଡ୍ ଥିମ୍ “ହର ୱାକ୍ତ କେ ଲିୟା ତୟାର” ଓ ‘ତୟାରି’ (ପ୍ରସ୍ତୁତତା) ର ସଂକଳ୍ପକୁ ଏକତ୍ର କରି ଏହି ଅଭିଯାନ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୋଟ୍ ଦେବା ପାଇଁ ନିଜକୁ ପଞ୍ଜୀକୃତ କରି ପ୍ରସ୍ତୁତ ହେବା ପାଇଁ ଅନୁପ୍ରଣିତ କରୁଛି । ଏହା ସେମାନଙ୍କୁ ନିର୍ବାଚନ ଦିନ ଭୋଟ୍ ଦେବାକୁ ଏବଂ ସେମାନଙ୍କର ତଥା ଦେଶର ଭବିଷ୍ୟତ ସୁରକ୍ଷିତ କରିବାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରୁଛି ।

ଯେହେତୁ ଭାରତ ଏକ ପରିବର୍ତ୍ତନଶୀଳ ଯାତ୍ରାର ଅଗ୍ରଭାଗରେ ଆନିତ ହୋଇଛି, ଟାଟା ଏଆଇଏ “ଭୋଟ୍ କାର୍ନେ-କୋ ତେୟାର୍‌” ଅଭିଯାନ ପରି ପଦକ୍ଷେପ ମାଧ୍ୟମରେ ନାଗରିକ ଯୋଗଦାନର ଦାୟିତ୍ୱ ପ୍ରତିପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏକତ୍ରୀତ ସକରାତ୍ମକ ପରିବର୍ତ୍ତନକୁ ଅନୁକରଣ କରିବାକୁ ଏବଂ ଭବିଷ୍ୟତ ପାଇଁ ଏକ ଉଜ୍ଜ୍ୱଳ, ସମୃଦ୍ଧ ଭବିଷ୍ୟତ ପାଇଁ ମାର୍ଗ ପ୍ରସସ୍ଥ କରିବା ଦିଗରେ ଚେଷ୍ଟିତ ।


Share It

Comments are closed.