କଂଗ୍ରେସରେ ଯୋଗଦେବେ ନରେନ୍ଦ୍ର ମୋଦିଙ୍କ ଡୁପଲିକେଟ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଦେଖାଯାଉଥିବା ଏବଂ ତାଙ୍କର ବିଶ୍ୱସ୍ତ ବୋଲଉଥିବା ଅଭିନ୍ଦନ ପାଠକ ବିଜେପି ବିରୋଧରେ ନିର୍ବାଚନ ଲଢିବେ ଘୋଷଣା କରିଦେଇଛନ୍ତି । ସହାରନପୁରର ନୀବାସୀ ଥିବା ପାଠକଙ୍କ ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିବାବେଳେ ସେ କହିଛନ୍ତି ଯେ, ବିଜେପି ଅଚ୍ଛେଦିନର ପ୍ରତିଶ୍ରୁତି ଦେଇ ବୁରେଦିନର କାର୍ଯ୍ୟ କରୁଛି । ସେଥିପାଇଁ ଏହାକୁ ଗ୍ରହଣ କରିବା ମୋ ସପକ୍ଷେ କଷ୍ଟକର ହୋଇପଡିଥିଲା । ଯେଉଁଥିପାଇଁ ମୁଁ ବାଧ୍ୟ ହୋଇ ବିଜେପି ଛାଡି କଂଗ୍ରେସରେ ଯୋଗ ଦେବାକୁ ଚାହୁଁଛି ।
ସେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, “ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି, ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତିି ଏବଂ ଯାହାବି କିଛି କରିବାକୁ ଚାହୁଁଛନ୍ତି କିନ୍ତୁ ବିଜେପି ତାର ଠିକ ବିପରୀତ କାମ କରୁଛି । ଲୋକ ବର୍ତ୍ତମାନ ମୋତେ ପଚାରୁଛନ୍ତି ଯେ, ଅଚ୍ଛେଦିନ କେବେ ଆସିବ ? ”

ସେ ଆହୁରୀ ମଧ୍ୟ କହିଛନ୍ତି “ମୁଁ ନରେନ୍ଦ୍ର ମୋଦିଙ୍କ ବଡ ସମର୍ଥକ ଏବଂ ତାଙ୍କର ନକଲ ହୋଇଥିବା ହେତୁ ମୋତେ ଲୋକମାନଙ୍କର ସମାଲୋଚନା ସହ ଆକ୍ରୋଶର ଶୀକାର ହେବାକୁ ମଧ୍ୟ ପଡୁଛି । ଲୋକେ ମୋତେ ପଚାରୁଛନ୍ତି ଆପଣଙ୍କୁ ଆପଣଙ୍କର ୧୫ ଲକ୍ଷ କେବେ ମିଳିବ । କେନ୍ଦ୍ର ସରକାରଙ୍କର ଏହି ଖରାପ କାର୍ଯ୍ୟକଳାପ ଯୋଗୁଁ ଲୋକେ ମୋତେ ମାରିବାକୁ ମଧ୍ୟ ପଛେଇବେ ନାହିଁ । ମୁଁ ନରେନ୍ଦ୍ର ମୋଦିଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ପାଉଛି କିନ୍ତୁ ତାଙ୍କ ସରକାର ୨୦୧୪ରେ ଦେଇଥିବା ପ୍ରତିଶ୍ରୃତିକୁ ପୂରଣ କରିବାରେ ଅସଫଳ ରହିଥିବା ହେତୁ ମୋତେ ବାଧ୍ୟ ହୋଇ ତାଙ୍କ ବିରୋଧରେ ପ୍ରଚାର କରିବ ପଡିବ ।
ମୁଁ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବ ପାଇଁ ମୋ ଅନୁରୋଧ ପତ୍ର ପଠାଇଛି ଯାହା ଦ୍ୱାରା ମୁଁ କଂଗ୍ରେସରେ ଯୋଗ ଦେଇ ବିଜେପି ବିରୋଧୀ ପ୍ରଚାରର ଅଂଶ ହୋଉପାରିବି ।”
ପ୍ରକାଶ ଥାଉକି, ପାଠକ ବିଜେପିର ଜଣେ ବଡ ସମର୍ଥକ ଥିବାବେଳେ ତାଙ୍କୁ ପୂର୍ବରୁ ବିଜେପିର ଅନେକ ପ୍ରଚାର ଅଭିଯାନରେ ଦେଖିବାକୁ ମିଳିଥିଲା ।


Share It

Comments are closed.