ଟିମ ଇଣ୍ଡିଆ ସପ୍ତମ ଥର ପାଇଁ ଏସିଆ କପ ଚାମ୍ପିଆନ ହୋଇଥିବାବେଳେ ବର୍ତ୍ତମାନ ଭାରତ ୱେଷ୍ଟେଣ୍ଡିଜ ବିପକ୍ଷରେ ପେଟିଏମ ସିରିଜ ଖେଳୁଛି । ୱେଷ୍ଟେଣ୍ଡିଜ ବିପକ୍ଷରେ ଏହି ସିରିଜ ପାଇଁ ଯେବେ ଠାରୁ ଭାରତୀୟ ଦଳର ଘୋଷଣା ସରିଛି ସେବେଠାରୁ ଦଳର ଖେଳାଳୀଙ୍କ ମଧ୍ୟରେ କିଛି ଠିକ ଚାଲି ନାହିଁ । ଚୟନକର୍ତ୍ତାଙ୍କ ଉପରେ ବାରମ୍ବାର ପ୍ରଶ୍ନ ଉଠାଯାଉଛି । ଏସିଆ କପରେ ମ୍ୟାନ ଅଫ ଦି ସିରିଜ ରୂପେ ବିବେଚିତ ହୋଇଥିବା ଶିଖର ଧାୱାନ ଏବଂ ରୋହିତ ଶର୍ମା ଏହି ପେଟିଏମ ସିରିଜ ଖେଳିବାରୁ ବଞ୍ଚିତ ହୋଇଥିବାବେଳେ ଏହାକୁ ନେଇ ସମୀକ୍ଷକମାନେ ବାରମ୍ବାର ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠାଇବା ସହ ସେପଟେ କରୁଣ ନାୟାର ଏହି ସିରିଜ ଖେଳିବାରୁ ବଞ୍ଚିତ ହେବାରୁ ସେ ମଧ୍ୟ ଏହାକୁ ସହଜରେ ହଜମ କରିପାରୁନାହନ୍ତି ।
ଏହି ଘଟଣା ସବୁକୁ ବାଦ ଦେଲେ, ଏବେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ଏହାକୁ ଶୁଣିଲା ପରେ ଆପଣ କେବଳ ଆଶ୍ଚର୍ଯ୍ୟଚକିତ ହେବେ ବରଂ ଏହା ଟିମର ଏକତାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଛି ।
ଆମକୁ ମିଳିଥିବା ସୂଚନା ମୁତାବକ, ଟିମରେ ଖେଳାଳୀଙ୍କ ଚୟନ ନହେବା ପଛରେ ବିରାଟଙ୍କ ଯେତିକି ହାତ ନାହିଁ ତା’ଠାରୁ ଅଧିକ ହାତ ଅନୁଷ୍କାଙ୍କର ରହିଛି । ଦଳରେ ଅନେକ ଖେଳାଳୀ ବିରାଟଙ୍କ ବ୍ୟବହାର ଏବଂ କାର୍ଯ୍ୟକଳାପ ସହ୍ୟ କରିପାରୁନାହାନ୍ତି । ଏଥିରୁ ସ୍ପଷ୍ଟ ରୂପେ ବାରି ହୋଇଯାଉଛି ଦଳରେ କିଛି ଠିକ ଚାଲି ନାହିଁ । ଯାହାର ଏକ ନଗ୍ନ ଉଦାହରଣ, ଭାରତ ଇଂଲଣ୍ଡ ଗସ୍ତରେ ଥିବା ସମୟରେ ରୋହିତ ବିରାଟଙ୍କ ସମେତ ଅନୁଷ୍କାଙ୍କୁ ଟ୍ୱିଟର ଏବଂ ଇଣ୍ଟାଗ୍ରାମରେ ଅନଫଲୋ କରିବାର ଦେଖିବାକୁ ମିଳିଥିଲା ।
ରୋହିତଙ୍କୁ ପୂର୍ବରୁ ଏହି ସିରିଜ ଖେଳିବାରୁ ବାଦ ପଡିଥିବାବେଳେ ଏବେ ଧାୱାନ ଏହି ସିରିଜ ଖେଳିବାରୁ ବାଦ ପଡିବା ପରେ ସମୀକ୍ଷକ ମାନେ ଚୟନକର୍ତ୍ତାଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ମିଳିଥିବା ସୂଚନା ମୁତାବକ ଧାୱାନ ବାଦ ପଡିବା ପଛର ମୁଖ୍ୟ କାରଣ ହେଲେ ଅନୁଷ୍କା । ଅନୁଷ୍କା ଏବଂ ଧାୱାନଙ୍କ ସ୍ତ୍ରୀ ଆୟଶାଙ୍କ ମଧ୍ୟରେ କୌଣସି କଥାବାର୍ତ୍ତାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା ଧାୱାନ ମଧ୍ୟ ଏହି ସିରିଜ ଖେଳିବାରୁ ବାଦ ପଡି ପାରନ୍ତି । ଯାହାର ପ୍ରତିଫଳନ ବର୍ତ୍ତମାନ ଦେଖିବାକୁ ମିଳିଛି । ହୁଏତ ଧାୱାନ ଏସିଆ ପରେ ବିସ୍ପୋଟକ ପ୍ରଦର୍ଶନ କରି ଥାଇ ପାରନ୍ତି କିନ୍ତୁ ଅନୁଷ୍କା ଏବଂ ଆୟେସାଙ୍କ ଝଗଡା ତାଙ୍କ ପାଇଁ କାଳ ହେଲା ।
ମିଳିଥିବା ସୂଚନା ମୁତାବକ, ଦଳ ପାଇଁ ଚୟନ ହେବାକୁ ଥିବା ଚୟନକର୍ତ୍ତାଙ୍କ ମିଟିଙ୍ଗରେ ଅନୁଷ୍କା ମଧ୍ୟ ସାମିଲ ରୁହନ୍ତି, ଯାହାକୁ ଦଳରେ କେତେକ ଖେଳାଳୀ ହଜମ କରିପାରନ୍ତି ନାହିଁ ।
ସେପଟେ ଭାରତ ଇଂଲଣ୍ଡ ଗସ୍ତରେ ଥିବା ସମୟରେ ଅନୁଷ୍କା ଆୟଶାଙ୍କୁ ତାଙ୍କ ପରିବାର ସଂପର୍କରେ କିଛି ଖରାପ ମନ୍ତବ୍ୟ ଦେଇଥିଲେ । ଯାହା ଫଳରେ ଉଭୟଙ୍କ ମଧ୍ୟକରେ ଜୋରଦାର ଯପକ୍ତି ତର୍କ ମଧ୍ୟ ହୋଇଥିଲା । ଆୟଶା ଏବଂ ଅନୁଷ୍କାଙ୍କ ଏହି ବିବାଦ ଧାୱାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଛି ।
Comments are closed.