ଫାଷ୍ଟଫୁଡ ଖାଆନ୍ତୁ ନାହିଁ ଗର୍ଭଧାରଣରେ ବିଳମ୍ବ ହେବ


ଯେଉଁ ମହିଳାମାନେ ଅଳ୍ପ ବହୁତ ଫାଷ୍ଟଫୁଡ ଖାଆନ୍ତି ସେମାନେ ବିଳମ୍ବରେ ଗର୍ଭଧାରଣ କରନ୍ତି । ସେମାନଙ୍କଠାରେ ବିବାହ ବର୍ଷକ ମଧ୍ୟରେ ଗର୍ଭଧାରଣ କରିବା ସମ୍ଭାବନା କମ ବୋଲି ଏକ ଅଧ୍ୟନରୁ ଜଣାପଡିଛି ।
ଗବେଷକମାନେ ଏଥିପାଇଁ ୫,୫୯୮ଜଣ ପ୍ରଥମ କରି ମା ହୋଇଥିବା ମହିଳାଙ୍କୁ ସେମାନଙ୍କର ଖାଦ୍ୟ ରୂଚି ସମ୍ପର୍କରେ ପ୍ରଶ୍ନ କରିଥିଲେ । ଗର୍ଭଧାରଣ ପୂର୍ବରୁ ମାସକ ମଧ୍ୟରେ ଦିନକୁ ୩ରୁ ଅଧିକ ଥର ଫଳ ଖାଉଥିବା ମହିଳାଙ୍କ ତୁଳନାରେ ଯେଉଁ ମହିଳାମାନେ ଦିନକୁ ମାତ୍ର ଥରେ ଫଳ ଖାଉଥିଲେ ସେମାନେ ଗର୍ଭଧାରଣ କରିବା ୧୫ ଦିନ ବିଳମ୍ବ ହୋଇଥିଲା । ଯେଉଁ ମହିଳାମାନେ କ୍ୱଚିତ ଫଷ୍ଟ ଫୁଡ ଖାଆନ୍ତୁ ବା ଆଦୌ ଖାଆନ୍ତି ନାହିଁ ସେମାନଙ୍କ ତୁଳନାରେ ସପ୍ତାହକୁ ୪ରୁ ଅଧିକ ଥର ଫାଷ୍ଟ ଫୁଡ ଖାଉଥିବା ମହିଳାଙ୍କର ଗର୍ଭଧାରଣା ପାଖାପାଖି ୧ ମାସ ବିଳମ୍ବ ହୋଇଥିଲା । ଉକ୍ତ ଅଧ୍ୟୟନରେ ଯେଉଁ ଦମ୍ପତିମାନଙ୍କୁ ନିଆଯାଇଥିଲା ସେମାନଙ୍କ ମଧ୍ୟରୁ ୮% ଦମ୍ପତିଙ୍କର ସନ୍ତାନ କ୍ଷମତା କମ ଥିଲା । ଏହି ଦମ୍ପତି ବର୍ଗର ମହିଳା ଗର୍ଭଧାରଣା ପାଇଁ ୧ବର୍ଷଠୁ ଅଧିକ ସମୟ ନେଇଥିଲେ । ଅପରପକ୍ଷରେ ୩୯ ମହିଳା ମାସକ ମଧ୍ୟରେ ଗର୍ଭଧାରଣ କରିଥିଲେ ।

ବନ୍ଧ୍ୟାତ୍ୱ ଉପରେ ଖାଦ୍ୟର ପ୍ରଭାବ ôଗବେଷଣା ପାଇଁ ଗବେଷକ ଏଭଳି ପରୀକ୍ଷା କରିଥିଲେ । ସେମାନେ ଦେଖିବାକୁ ପାଇଲେ , ଯେଉଁ ମହିଳାମାନେ ଖୁବ କମ ଫଳମୂଳ ଆହର କରନ୍ତି, ସେମାନଙ୍କଠାରେ ବନ୍ଧ୍ୟାତ୍ୱ ଆଶଙ୍କା ୭%ରୁ୧୨% ବୃଦ୍ଧି ପାଇଥାଏ । ଯେଉଁମାନେ ସପ୍ତାହକୁ ୪ ବା ତା’ଠାରୁ ଅଧିକ ଥର ଫାଷ୍ଟଫୁଡ ଖାଆନ୍ତି ସେମାନଙ୍କଟାରେ ବାନ୍ଧ୍ୟାତ୍ୱ ଆଶଙ୍କା ୮%ରୁ ୧୬% ବୃଦ୍ଧି ପାଇଥାଏ । ଯେଉଁ ମହିଳାମାନେ ଅଧିକ ପରିମାଣରେ ପରିମାଣରେ ଫଳମୂଳ ଖାଇବା ସହିତ ତମ ଫାଷ୍ଟଫୁଡ ଖାଆନ୍ତି ସେମାନଙ୍କ ଅନ୍ତ ସନ୍ତାନ ଉତ୍ପାଦନ ବୃଦ୍ଧି ପାଇଥାଏ ଏବଂ ସେମାନେ ଗର୍ଭଧାରଣା କରିବା ବିଳମ୍ବ ହୁଏ ନାହିଁ ବୋଲି ଅଷ୍ଟ୍ରେଲିଆସ୍ଥିତ ଏଡିଲେଡ ୟୁନିଭର୍ସିଟି ପ୍ରଫେସର ତଥା ଏହି ଅଧ୍ୟୟନର ପ୍ରମୁଖ ଲେଖକ କ୍ଲାରେ ରବର୍ଟସ ପ୍ରକାଶ କରିଛନ୍ତି ।


Share It

Comments are closed.