ଭାରତୀୟ ବଜାରରେ ପ୍ରବେଶ କଲା ନୋକିଆ ୬ (୨୦୧୮)


ଭାରତରେ ନୋକିଆ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ ନୋକିଆ ୬ (୨୦୧୮) ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନଟିର ମୁଖ୍ୟ ବୈଶିଷ୍ଟ୍ୟଟି ହେଲା ଏହା ୪ଜିବି ରାମ ବିଶିଷ୍ଟ । ଏହାକୁ ଛାଡି ଦେଲେ ନୋକିଆ ୬ (୨୦୧୮) ଫୋନରେ ଥିବା ଅନ୍ୟ ସମସ୍ତ ଫଚର ଗୁଡିକ ନୋକିଆ ୬ ୩ଜିବି ରାମର ସ୍ମାର୍ଟଫୋନର ଫିଚର ସହ ସମାନ । ଏହି ନୋକିଆ ୬ (୨୦୧୮)ର ପୁରୁଣା ଭ୍ୟାରିଏଣ୍ଟର ମୂଲ୍ୟ ୧୬,୯୯୯ ରହିଥିବା ବେଳେ ଏହା ହେଉଛି ତାହାର ଅପଗ୍ରେଡ ଭେରସନ, ଯାହାର ନାମ ସାମାନ ରହିଛି ।
ଏହି ନୋକିଆ ୬ (୨୦୧୮)ଟି ହେଉଛି ଗୁଗୁଲସ ଆଣ୍ଡ୍ରଏଡ ୱାନ ପ୍ରୋଗ୍ରାମର ଅଂଶ । ଏହି ସ୍ମାର୍ଟଫୋନଟିରେ ୫.୫ ଇଞ୍ଚର ଏଫଏଚଡି ଆଇପିଏସ ଏଲସିଡିର ବଡ ସ୍କ୍ରିନ ରହିଥିବା ବେଳେ ଆଣ୍ଡ୍ରଏଡ ୮.୧ ଓରିଓ ଏବଂ କ୍ୱାଲକମ ସ୍ନାପଡ୍ରାଗନ ୬୩୦ ଏସଓସି ରହିଛି । ଏହି ସ୍ମାର୍ଟଫୋନଟିରେ ୪ ଜିବିର ରାମ ରହିଥିବାବେଳେ ୬୪ ଜିବିର ଆଭ୍ୟନ୍ତରୀଣ ମେମୋରୀ ରହିଛି, ଯାହାକି ଆବଶ୍ୟକ ମୁତାବକ ୧୨୮ ଜିବି ମାଇକ୍ରୋ ଏସଡି ସ୍ଲଟ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ ।
ଏହି ସ୍ମାର୍ଟଫୋନଟିର ପଛ ଭାଗରେ ୧୬ ଏମପିର ରିୟର ସେନସର କ୍ୟାମେରା ସହ ଡୁଆଲ ଏଲଇଡି ଫ୍ଲାସ ଏବଂ ଏଫ/୨.୯ ଆପ୍ରେଚର ରହିଥିବା ବେଳେ ସାମନା ଭାଗରେ ୮ ଏମପିର ଫିକ୍ସଡ ଫୋକସ ସେନସର ସହ ସେମ ଏଫ/୨.୦ ଆପ୍ରେଚର ରହିଛି । ସଂଯୋଗକରଣ ଦୃଷ୍ଟିରୁ ଏଥିରେ ୪ଜି ଭୋଲଟି, ୱାଇ-ଫାଇ ୮୦୨.୧୧ଏସି, ବ୍ଲୁଟୁଥ ୫.୦, ଜିପିଏସ/ଏ-ଜିପିଏସ, ଏଫଏମ ରେଡିଓ, ୩.୫ ଏମଏଏମ ଜ୍ୟାକ ଏବଂ ୟୁଏସିବି ଟାଇପ-ସି ରହିଛି ।
ବ୍ଲାକ/କୁପର, ହ୍ୱାଇଟ/ଆଇଭୋରି ଏବଂ ବ୍ଲୁ/ଗୋଲ୍ଡ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନର ମୂଲ୍ୟ ୧୮,୯୯୯ ରହିଛି, ଯାହାକି କେବଳ ଆମାଜନ ଇଣ୍ଡିଆରେ ଉପଲବ୍ଧ ରହିବ ।


Share It

Comments are closed.