ଆପଣଙ୍କୁ ଅଶ୍ଚର୍ଯ୍ୟଚକିତ କରିଦେବ ହୁମା ମନ୍ଦିରର ଐତିହ୍ୟ


ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ଅନ୍ତର୍ଗତ ହୁମା ଗାଁର ଶେଷ ମୁଣ୍ଡରେ ବହିଯାଇଥିବା ମହାନଦୀ କୂଳରେ ବାବା ବିମଳେଶ୍ୱର ପୂଜାର୍ଚ୍ଚନା ପାଇଥାନ୍ତି । ଏହି ମନ୍ଦିର ଭୁପୃଷ୍ଠ ଆଡକୁ ଢଳିରହୁଥିବାରୁ ଏହା ବକ୍ର ଦେଉଳ ଭାବରେ ବହୁତ ପରିଚିତ । ମନ୍ଦିରକୁ ଲାଗି ଲାଗି ରହିଥିବା ନଦୀ ଘାଟରେ ଦେଖାଯାଉଥିବା ଇଷତ ଲାଲ ରଙ୍ଗର କୁଡୋ ମାଛ ହୁମାର ଅନ୍ୟତ୍ତମ ଆକର୍ଷଣ ଅଟେ । ସେମାନେ ପୋଷା ମାଛ ସଦୃଶ । ଏଠାରେ ଭଗବାନ ବିଷ୍ଣୁ ମୀନ ମାଛ ଅବତାରରେ ଅଛନ୍ତି ବୋଲି ବିଶ୍ୱାସ କରାଯାଏ । ଥରେ ଜଣେ ବୃଦ୍ଧୀ ଏହି ସ୍ଥାନରେ କୁଡୋ ମାଛକୁ ପନିକିରେ କାଟିବାକୁ ଉଦ୍ୟମ କରିବାକୁ ଯାଉଥିବାବେଳେ, ସେ ତତକ୍ଷଣାତ ପଥର ପାଲଟିଯାଇଥିଲେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ହୁମାର ଶିବ ଲିଙ୍ଗ ଉପରେ ଗୋଟିଏ ଗାଇର କ୍ଷୀର ଆପେ ଆପେ କ୍ଷରୀତ ହେଉଥିଲା । ପ୍ରତିଦିନ ସେହି ଗାଇର ପହ୍ନା ଶୁଷ୍କ ହେଉଯାଉଥିବାର ଦେଖି ଗାଇର ମାଲିକ ଥରେ ସନ୍ଦେହ ପ୍ରକଟ କରି ନିଜେ ଗାଇଟିକୁ ଗୋପନରେ ଜଗିବାକୁ ଆସିଥିଲା । ଗାଇଟି ଅନତିଦୂରରେ ରହିଥିବା ଏକ ଶିବ ଲିଙ୍ଗ ଉପରେ ଆପେ ଆପେ କ୍ଷୀର ଝରାଉଛି, ଏହାକୁ ଦେଖି ମାଲିକଟି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲା । ପରେ ଏହି ଘଟଣା ଧିରେ ଧିରେ ପ୍ରଘଟ ହେବାରେ ଲାଗିଥିଲା । ସେବେ ଠାରୁ ଏଠାରେ ବାବା ବିମଳେଶ୍ୱରଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଉଛି ।
ଏହି ମନ୍ଦିର ନିର୍ମାଣର ସଠିକ ସୂଚନା ଜଣାନଥିବାବେଳେ, ଲୋକଙ୍କ କହିବା ମୁତାବକ ଏହାକୁ ସମ୍ବଲପୁରର ପଞ୍ଚମ ରାଜା ବିଳିୟାର ସିôଂହ ହେବ ୧୬୬୦ ରୁ ୧୬୮୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମାଣ କରିଥିଲେ । ମାତ୍ର ଜୈ÷ନିକ ବ୍ରିଟିସ ସେଟେଲମେଣ୍ଟ ଅଫିସର ଏ.ଏମ ରସେଲଙ୍କ ଏକ ବନ୍ଦୋବସ୍ତ ଅଦେଶନାମା ଅନୁସାରେ ସମ୍ବଲପୁର ପ୍ରଥମ ରାଜା ବଳରାମ ଦେବ ହୁମା ଗ୍ରାମ ଠାରେ ଏହି ମନ୍ଦିର ନିର୍ମାଣ ୬ ଖଣ୍ଡ ମୌଜା ପ୍ରଦାନ କରିଥିଲେ । ଏହି କୋର୍ଟ ଆଦେଶ ନାମାରେ ଅନ୍ୟ ଜଣେ ବ୍ରିଟିସ ଜଜ୍ ଏହି ଉକ୍ତିକୁ ସମର୍ଥନ କରିଛନ୍ତି । ସୁତରାଂ କେତେକ  ଐତିହାସିକଙ୍କ ମତରେ ହୁମାକୁ ସମ୍ବଲପୁରର ପଞ୍ଚମ ରାଜା ପରିବର୍ତ୍ତେ ପ୍ରଥମ ରାଜା ବଳରାମ ଦେବ କିମ୍ବା ତାଙ୍କର କୌଣସି ନିକଟ ସମ୍ପର୍କୀୟ ନିର୍ମାଣ କରାଇଥିବା ଯୁକ୍ତି ଦର୍ଶାଇଛନ୍ତି । ଏପରି ହେଲେ ମନ୍ଦିର ନିର୍ମାମ କାଳ ଆହୁରୀ ପୁରାତନ ହୋଇ ୧୫୪୫ ଓ ୧୫୬୦ ଖ୍ରୀଷ୍ଟବ୍ଦ ଧରାଯିବ ।

ଏହି ମନ୍ଦିରଟି ପ୍ରାୟ ୨୦୦ ଫୁଟ ଲମ୍ବ ଏବଂ ୧୨୦ ଫୁଟ ପ୍ରସ୍ଥ ବିଶିଷ୍ଟ ଏକ ଆୟତା କୃତି ଆଧାର କ୍ଷେତ୍ର ଉପରେ ଅବସ୍ଥାପିତ । ମୁଖ୍ୟ ବିମଳେଶ୍ୱର ମନ୍ଦିର ପଶ୍ଚିମ ଦିଗକପ ୪୭ ଡିଗ୍ରୀ କୋଣରେ ସ୍ୁଷ୍ଟ ଢଳିକରି ରହିଛି । ଏହି ବକ୍ରତାର କାରଣ ମଧ୍ୟ ରହସ୍ୟମୟ ଅଟେ । ସୂଚନା ମୁତାବକ ବର୍ଷାଦିନେ ମହାନଦୀର ବନ୍ୟା ସମୟରେ ପ୍ରବାହିତ ପ୍ରବଳ ସ୍ରୋତର ଆଘାତରୁ ରକ୍ଷା କରିବା ପାଇଁ ମନ୍ଦିରକୁ ନିର୍ମାଣ କାଳରୁ ହିଁ ବକ୍ର କରାଯାଇଛି । ଆଉ କେତେକଙ୍କ ମତରେ ସମୟ କ୍ରମେ ମହାନଦୀର ପ୍ରବଳ ସ୍ରୋତରେ ମନ୍ଦିର ନଦୀ ପାଶ୍ୱର୍ରେ ଭିତ୍ତିଭୂମି ହଜିଯାଇ ମନ୍ଦିରର ବକ୍ରତା ସୃଷ୍ଟି ହୋଇଛି ।
ବିମଳେଶ୍ୱରଙ୍କ ପୀଠରେ ମୁଖ୍ୟ ପର୍ବ ହେଉଛି ଶିବରାତ୍ରୀ । ଫାଲଗୁନି କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ମହା ଶିବରାତ୍ରୀରେ ହୋତା ପରିବାରଙ୍କୁ ଆଡମ୍ବର ସହକାରେ ବରଣ କରାଯାଇ ଷୋହଳ ଉପଚାର ପୂଜା କରାଯାଏ । ଏହି ପୂଜାରେ ଷୋହଳ ହାଣ୍ଡି ଖେଚୁଡି ଭୋଗ ହୁଏ । ମନ୍ଦିରର ବେଢା ପରିକ୍ରମା ପାଇଁ ହୋତାମାନଙ୍କୁ ଶୋବାଯାତ୍ରାରେ ପାଛୋଟି ଅଣାଯାଏ । ହୋତାଙ୍କ ହାତରେ ପୂଜାର୍ଚ୍ଚନା କରାଯିବା ସହ ମହାଦୀପ ଧରୀ ମନ୍ଦିର ପରିକ୍ରମା କରନ୍ତି ଏବଂ ପରେ ବେହେରାଙ୍କ ଦ୍ୱାରା ମହାଦୀପ ମନ୍ଦିର ଶୀଖର ଉଠିଥାଏ । ଶିବରାତ୍ରି ହେଉଛି ହୁମା ଗ୍ରାମର ବଡ ମେଳା । ଏହି ମେଳା ବର୍ତ୍ତମାନ ହୁମା ମେଳା ନାମରେ ଖ୍ୟାତି ଅର୍ଜନ କରିଛି । ଏହି ମେଳା ୭ଦିନ ଧରି ଅନୁ୍ଷ୍ଠିତ ହେୁଉଥିବାରୁ ଏଠାରେ ଅନେକ ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହା ଦେଖିବା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକମାନେ ଆସିଥାନ୍ତି ।


Share It

Comments are closed.