ଭାରତର ପ୍ରସିଦ୍ଧ କଳାଯାଦୁର ଗଡ଼: ଜାଣନ୍ତୁ ଏବିଷୟରେ କିଛି ରୋଚକ ତଥ୍ୟ


ଭାରତରେ ଗୁଣିଗାରେଡ଼ିକୁ ଅଧିକ ବିଶ୍ୱାସ କରାଯାଉଥିବାବେଳେ ଏହାର ନାଁ ଶୁଣିଲେ ସାଧାରଣ ଲୋକମାନେ ଭୟରେ ଥରିଥାନ୍ତି । ତଥାପିବି ଏହି ଆଧୁନିକ ଯୁଗରେ ଲୋକମାନେ ଏହାକୁ ଆଖିବୁଜି ବିଶ୍ୱାସ କରିଥାନ୍ତି । ଆଜିର ଏ ବିଜ୍ଞାନ ଏହାକୁ ସ୍ୱିକାର ନକଲେ ମଧ୍ୟ ଏହାକୁ ମିଥ୍ୟାବୋଲି ମଧ୍ୟ ପ୍ରମାଣ କରିପାରି ନାହିଁ । ଏହିପରି ଏକ ଗାଁ ବିଷୟରେ ଆଜିର ଏ କାହାଣୀ ପର୍ଯ୍ୟବେଶିତ । ଆସାମର ମାୟେଁଗ ଗାଁ କଳା ଯାଦୁର ଗଡ଼ରୁପେ ଖୁବ୍ ଜଣାଶୁଣା । ଏହି ଗାଁର ନାଁ ନେଉ ନେଉ ଆଖ ପାଖର ଗାଁର ଲୋକମାନେ ଡ଼ରରେ କମ୍ପିଥାନ୍ତି । ମାୟେଁଗ ଗାଁର ସମସ୍ତ ଘରେ ଯାଦୁ ବିଦ୍ୟା ପ୍ରଚଳିତ ।
ଲୋକକଥା ଅନୁଯାୟି ସମ୍ପୁର୍ଣ୍ଣ ବିଶ୍ୱରେ କଳା ଯାଦୁ ପ୍ରଥମେ ଏହିଠାରୁ ହିଁ ଆରମ୍ଭ ହୋଇଥିଲା । ମାୟେଁଗ ଗାଁ ଗୁଆହାଟ୍ଟିରୁ ଆନୁମାନିକ ୪୦ କି.ମି ଦୂରରେ ଅବସ୍ଥାପିତ । ମାୟେଁଗର ନାମକରଣ ଏପରି ହେବାର ଯଥାର୍ଥତା ହେଉଛି ଏହା ସଂସ୍କୃତ ଶବ୍ଧ ମାୟାରୁ ଉଦ୍ଧୃତ । ପୌରାଣିକ ତଥ୍ୟ ଅନୁଯାୟି ଭିମଙ୍କର ପୁତ୍ର ଘଟୋତ୍କଚ ମାୟେଁଗର ରାଜା ଥିଲେ । ତଥ୍ୟ ଅନୁଯାୟି ୧୩୩୨ ମସିହାରେ ଆସାମରେ ମୋଗଲ ବାଦାଶାହା, ମହମ୍ମଦ ଶାହା ୧ ଲକ୍ଷ ଅଶ୍ୱାରୋହୀଙ୍କ ସହିତ ଆକ୍ରମଣ କରିଥିଲେ । ସେତେବେଳେ ଏଠାରେ ହଜାର ହଜାର ତାନ୍ତ୍ରିକ ଉପସ୍ଥିତଥିଲେ ଏବଂ ସେଠାରେ ସେମାନେ ରାଜ୍ୟକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏପରି ଏକ କାନ୍ଥ ନିର୍ମାଣ କରିଥିଲେ, ଯାହାକୁ ଶତ୍ରୁ ପକ୍ଷ ସୈନିକମାନେ ଅତିକ୍ରମ କରିବା ସମୟରେ ଅର୍ନ୍ତଧ୍ୟାନ ହୋଉଯାଉଥିଲେ ।
ଦୁନିଆସାରା ଲୋକମାନେ କଳା ଯାଦୁ ଶିଖିବା ପାଇଁ ଏବଂ ଏହା ଉପରେ ଅନୁସନ୍ଧାନ କରିବା ପାଇଁ ମାୟେଁଗ ଗାଁକୁ ଆସିଥାନ୍ତି । କିନ୍ତୁ ଆଖପାଖ ଗାଁର ଲୋକମାନେ ଏଠାକୁ ଆସିବାକୁ ଡ଼ରିଥାନ୍ତି । ଏହି ଗାଁକୁ ଆସୁଥିବା ଅଧିକାଂଶ ବ୍ୟକ୍ତି କଳା ଯାଦୁ ଛଡ଼ାଇବାକୁ କିମ୍ବା କାହା ଉପରେ କଳା ଯାଦୁ କରିବାକୁ ଏଠାକୁ ଆସିଥାନ୍ତି । ଏଠାରେ ଦୁଇଟି କୁଣ୍ଡ ଯେପରିକି ଅଷ୍ଟଦଳ କୁଣ୍ଡରେ ବୌଦ୍ଧମାନେ ସାଧନା କରୁଥିବାବେଳେ ଯୋନୀ କୁଣ୍ଡରେ ହିନ୍ଦୁମାନେ ସାଧନା କରିଥାନ୍ତି ।
ଉକ୍ତ ଗ୍ରାମରେ ୧୨ ଶତାବ୍ଦିର କେତକ ପାଣ୍ଡୁଲିପି ମଧ୍ୟ ରହିଛି ଯେଉଁଥିରେ କଳାଯାଦୁ ସମ୍ପର୍କିତ ତଥ୍ୟ ଲିପିବଦ୍ଧ । ମାୟେଁଗ ଗାଁରେ ବୁଢା ମାୟେଁଗବୋଲି ଏକ ସ୍ଥାନ ରହିଛି, ଯାହାକୁ କଳା ଯାଦୁର କେନ୍ଦ୍ର ସ୍ଥଳବୋଲି କୁହାଯାଇଥାଏ । ଏଠାରେ ଶିବ, ପାର୍ବତୀ ଏବଂ ଗଣେଶଙ୍କର ତାନ୍ତ୍ରିକ ପ୍ରତିମା ରହିଛି ଏବଂ ଏଠାରେ ବହୁ ଦିନ ଆଗରୁ ନରବଳି ଦିଆଯାଉଥିଲା । ମାନ୍ୟତା ରହିଛିକି ମନ୍ତ୍ର ଶକ୍ତି ଯୋଗୁଁ ଏହି କୁଣ୍ଡରେ ବର୍ଷ ସାରା ପାଣି ଭର୍ତ୍ତିହୋଇ ରହିଥାଏ ।


Share It

Comments are closed.