କରୋନା ଭାଇରସ ଠାରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସାରା ବିଶ୍ୱ ତା’ ବିରୋଧରେ ଲଢେଇ ଜାରି ରଖିଥିବାବେଳେ ଅନେକ ଦେଶଙ୍କ ସମେତ ଭାରତରେ ମଧ୍ୟ ଏହା ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । କେବଳ ଏତିକି ନୁହେଁ ଦେଶରେ ଜନସାଧାରଣଙ୍କୁ ଏହା କବଳରୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ୨୧ ଦିନକ ଲକଡାଉନର ଘୋଷଣା ମଧ୍ୟ କରି ସାରିଛନ୍ତି ।
ତେବେ ଏହି ମଧ୍ୟରେ କରୋନା କେତେ ଭୟଙ୍କର ତାହା ଜଣାଇବା ପାଇଁ ବଲିଉଡ ଅଭିନେତ୍ରୀ ସୈଫାଲୀ ଶାହା ଏକ ଭିଡିଓ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ସୈଫାଲୀଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ନିଜ ମୁହଁରେ ପଲିଥିନ ଜରି ବାନ୍ଧି ଥିବାର ଦେଖିବାକୁ ମିଳୁଛି ।
ଯେତେବେଳେ କରୋନା ଭାଇରସ ଫୁସଫୁସକୁ ଆକ୍ରମଣ କରେ ସେତେବେଳେ ଜଣେ ବ୍ୟକ୍ତି ନିଜକୁ କିପରି ଅନୁଭବ କରନ୍ତି ତାହାକୁ ଏହି ଭିଡିଓ ମାଧ୍ୟମରେ ସେ ଜଣାଇଛନ୍ତି । କେହି ଏହାକୁ ନିଜ ଘରେ ନକରିବା ପାଇଁ ସେ ସମସ୍ତଙ୍କୁ ଉପଦେଶ ମଧ୍ୟ ଦେଇଛନ୍ତି ।
ଭିଡିଓରେ ସେଫାଲୀ କହିଛନ୍ତି ଯେ, “ଏହାର ଅନୁଭବ ସେପରି ଅଟେ ଯେତେବେଳେ ଆମେ କ୍ୱାରେଣ୍ଟାଇନ ସମୟରେ ଅନୁଭବ କରିଥାଉ । ଆପଣଙ୍କ ଫୁସଫୁସକୁ ଠିକ ଏପରି ଲାଗିବ ଯେତବେଳେ କରୋନା ଭାଇରସକୁ ତାହାକୁ ଆକ୍ରମଣ କରିବା ସହ ବିକଶିତ ହେବା ଆରମ୍ଭ ହେବ । ନିଜ ପରିବାର ଏବଂ ସାଙ୍ଗମାନଙ୍କୁ ଯଦି ସୁରକ୍ଷିତ ରଖିବା ପାଇଁ ଚାହୁଁଛନ୍ତି ତେବେ ନିଜେ ଘରେ ରୁହନ୍ତୁ । ଏହା ଏଥିପାଇଁ କାରଣ ଯଦିବି କେହି ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୁଅନ୍ତି ତେବେ ଏହା ଜଙ୍ଗଲରେ ନିଆଁ ଲାଗିବା ଭଳି ସମସ୍ତଙ୍କୁ ସଂକ୍ରମିତ କରିବ । ଯଦି ଆପଣ ଏହାକୁ ବୁଝି ପାରୁ ନାହାନ୍ତି ତେବେ ମୋତେ ଜଣା ନାହିଁ ଆପଣ କ’ଣ ବୁଝି ପାରିବେ । ”
ପ୍ରକାଶ ଥାଉକି, ବର୍ତ୍ତମାନ ସୁଧା ଏହି ଭାଇରସ ଦ୍ୱାରା ୬୦୬ ଜଣ ସଂକ୍ରମିତ ହୋଇ ସାରିଥିବାବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇସାରିଛି
Comments are closed.