ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ସମର୍ଥନ ଜଣାଇଲା କଂଗ୍ରେସ


ସାରା ଦେଶରେ ଦିନକୁ ଦିନ କରୋନାର ପ୍ରକୋପ ବଢିବାକୁ ଲାଗିଥିବାବେଳେ ଏହି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ତାଙ୍କର ୨୧ ଦିନ ଲକଡାଉନ ନିଷ୍ପତିକୁ ସମର୍ଥନ ଜଣାଇଛନ୍ତି । ଏହା ସହ କରୋନା ଭାଇରସ ବିରୋଧୀ ଲଢେଇରେ ଦେଶର ଅର୍ଥବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟକୁ ନେଇ ସେ କେନ୍ଦ୍ର ସରକାରଙ୍କୁ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି ।
ସୋନିଆ, ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକଡାଉନ ନିଷ୍ପତିକୁ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀ ତୁରନ୍ତ ‘ସର୍ବନିମ୍ନ ଆୟ ସୁନିଶ୍ଚିତ ଯୋଜନା ’ ଲାଗୁ କରି ଜୀବନଜୀବିକା ପାଇଁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଦିନ ମଜୁରିଆ ଏବଂ ଗରିବଙ୍କୁ କିପରି ଆର୍ଥିକ ସହାୟତା ଯୋଗାଇ ଦିଆଯାଇପାରିବ ସେଥିପାଇଁ ସେ ଆଗ୍ରହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କୃଷକ ଏବଂ ଖୁଦ୍ର ବ୍ୟବସାୟୀଙ୍କୁ ଆଶ୍ୱସନା ଦେଲା ଭଳି ପଦକ୍ଷେପ ତୁରନ୍ତ ଗ୍ରହଣ କରାଯାଉ ।

ଏହା ସହ ସୋନିଆ କହିଛନ୍ତି ଯେ, “କରୋନା ଭାଇରସ ଯୋଗୁଁ ଦେଶରେ ଉତ୍ପନ୍ନ ହୋଇଥିବା ସମସ୍ୟାର ସମ୍ମୁଖୀନ କରିବା ସହ ଦଳ ସଂପୂର୍ଣ୍ଣ ଋପେ ସରକାରଙ୍କ ସହ ଠିଆ ହୋଇଛି । ଏହି ଭାଇରସ ଖାସ କରି ସମାଜରେ ସବୁଠାରୁ ଦୁର୍ବଳ ଶ୍ରେଣୀର ଲୋକ ଏବଂ କମ ଆୟ ବିଶିଷ୍ଟ ଲୋକଙ୍କ ମେରୁ ଦଣ୍ଡକୁ ସଂପୂର୍ଣ୍ଣ ଋପେ ପ୍ରଭାବିତ କରିଛି । ଏହି ମହାମାରୀ କରୋନା ଭାଇରସକୁ ହରାଇବା ପାଇଁ ସାରା ଦେଶ ବର୍ତ୍ତମାନ ସଙ୍ଗଠିତ ହୋଇ ଠିଆ ହୋଇଛି । ”


Share It

Comments are closed.