ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ୍ ୨୦୨୦ରେ ଜୈନ ୟୁନିଭର୍ସିଟି, କର୍ଣ୍ଣାଟକର ଉନ୍ନତ ପ୍ରଦର୍ଶନ ରହିଆସିଛି ଏବଂ ସେମାନଙ୍କ ସଫଳତାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛନ୍ତି ସହଜ୍ ପଟେଲ । ବରୋଦାରେ ଜନ୍ମିତ ଏହି ଖେଳାଳୀ ଛଅ ଫୁଟ ଏବଂ ୯ ଇଞ୍ଚର ଉଚ୍ଚତା ସହ ଗେମର ସବୁଠାରୁ ଡେଙ୍ଗା ଖେଳାଳୀ ରୂପେ ବିବେଚିତ । ୧୮ ବର୍ଷ ବୟସରେ କଲେଜରେ ଯୋଗଦେବା ପରେ ସହଜ୍ ତାଙ୍କ ଜୀବନରେ ବହୁତ ବିଳମ୍ବରେ ବାସ୍କେଟବଲ ସହିତ ସଂଶ୍ଳିଷ୍ଟ ହୋଇଛନ୍ତି ।
“ଖେଳିବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରିବର୍ଷ ହୋଇଗଲାଣି ଏବଂ କୌଣସି ପଛଘୁଞ୍ଚା ନାହିଁ । ମୋ ଅଭିଭାବକ ଖୁସି ନଥିଲେ ଏବଂ ମୋ ସହିତ ରାଜି ମଧ୍ୟ ନଥିଲେ । କିନ୍ତୁ ସମୟକ୍ରମେ ସେମାନେ ବୁଝିଗଲେ ଯେ ଏହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ” ବୋଲି ସହଜ୍ ପ୍ରକାଶ କରିଛନ୍ତି । ଯେବେକି ଏହି ୨୪ ବର୍ଷୀୟ ଖେଳାଳୀ ସୁନିଶ୍ଚିତ କଲେ ଯେ ସେ ପ୍ରଥମେ ତାଙ୍କ ବାପାଙ୍କ ଇଚ୍ଛା ପୂରଣ କରିବେ । ସେ ନିଜର ଇଞ୍ଜିନିୟରିଂ ଶେଷକଲେ ଏବଂ ବର୍ତ୍ତମାନ ସେ ଜୈନ ୟୁନିଭର୍ସିଟିରେ ବାଣିଜ୍ୟରେ ମାଷ୍ଟର କରୁଛନ୍ତି ।
ସହଜ୍ ଜାତୀୟ ଚୟନକର୍ତ୍ତାଙ୍କ ନଜରକୁ ସେତେବେଳେ ଆସିଥିଲେ ଯେତେବେଳେ ସେ ନ୍ୟାସନାଲରେ ଗୁଜୁରାଟ ତରଫରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ପରିଶେଷରେ ସାଫ୍ ଗେମ୍ସରେ ଭାରତ ପାଇଁ ଖେଳିବାର ସୁଯୋଗ ପାଇଥିଲେ । ସେଠାରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା ଏବଂ ସହଜ୍ ସେହି ଷ୍ଟାର ଖେଳାଳୀ ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ । “” ଏହା ସ୍ୱପ୍ନ ସତ ହେବା ଭଳି । ବାସ୍ତବରେ କ୍ରମାଗତ ଭାବେ ମୁଁ ଭାରତ ପାଇଁ ପ୍ରତିନିଧିତ୍ୱ କରିବାକୁ ଇଚ୍ଛୁକ । ଏଫଆଇବିଏ ଗେମ୍ସରେ ମୁଁ ବିଫଳ ହୋଇଯାଇଥିଲି, କିନ୍ତୁ ପରବର୍ତ୍ତୀ ସମୟରେ ବାସ୍ତବରେ ମୁଁ ଭାରତୀୟ ଦଳରେ ସାମିଲ ହେବାପାଇଁ ଚେଷ୍ଟା କରିବାକୁ ଚାହୁଁଛି ଏବଂ ପ୍ରମୁଖ ଖେଳାଳୀରେ ପରିଣତ ହେବାକୁ ଚାହୁଁଛି ।” ବୋଲି ଏହି ବଲର କହିଛନ୍ତି ।
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ ସମ୍ପର୍କରେ ସହଜ୍ କହିଛନ୍ତି ଯେ, “ଭାରତ ସରକାରଙ୍କ ଦ୍ୱାରା ଏହା ଏକ ବୃହତ ପଦକ୍ଷେପ ଅଟେ । ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଏକ ଅଂଶ ଭାବେ ମୁଁ ବେଶ ଆନନ୍ଦିତ । ସରକାର ଏହିଭଳି କେତେକ ପଦକ୍ଷେପ ମାଧ୍ୟମରେ କ୍ରୀଡ଼ାବିତମାନଙ୍କୁ ସମର୍ଥନ କରିବେ ବୋଲି ମୁଁ ଆଶାୟୀ ।”
Comments are closed.