ଭାରତରେ ଲଞ୍ଚ ହେଲା ରିଅଲ୍‌ମିର ପ୍ରଥମ ୫ଜି ସ୍ମାର୍ଟଫୋନ୍‌


ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍‌ମି ଏହାର ପ୍ରଥମ ୫ଜି ଫୋନ୍‌ର ଶୁଭାରମ୍ଭ କରିଛି, ଯାହାକି ଏହି ଫ୍ଲାଗ୍‌ସିପ ମଡେଲର ପ୍ରଥମ ବ୍ୟାଚ୍ ହୋଇଥିବା ବେଳେ କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ ୮୬୫ ୫ଜି ମୋବାଇଲ ପ୍ଲାଟ୍‌ଫର୍ମ ଦ୍ୱାରା ପରିଚାଳିତ ଓ ଏନ୍‌ଏସ୍‌ଏ/ଏସ୍‌ଏ ୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଛି ।

ଏଥିରେ ଥିବା ୬ ଷ୍ଟେଲାର କ୍ୟାମେରା ବିକଳ୍ପ, ୨୦ ଗୁଣ ଜୁମ୍ ସହ ୬୪ ମେଗାପିକ୍ସେଲ କ୍ୱାଡ୍ କ୍ୟାମେରା ଓ ଡୁଆଲ୍ ଇନ୍‌-ଡିସ୍‌ପ୍ଲେ ୱାଇଡ୍ ଆଙ୍ଗେଲ୍ ଲେନ୍ସ ସହିତ ଉପଭୋକ୍ତାମାନେ ସମ୍ପୂର୍ଣ୍ଣ ଓ ସନ୍ତୋଷଜନକ ସୁଟିଙ୍ଗ୍ ଅଭିଜ୍ଞତା ପାଇବାକୁ ସକ୍ଷମ ହେବେ । ରିଅଲ୍‌ମି ଏକ୍ସ୫୦ ପ୍ରୋ ୫ଜିରେ ଯେକୌଣସି ସ୍ମାର୍ଟଫୋନ୍ ତୁଳନାରେ ସର୍ବାଧିକ ଶକ୍ତିଶାଳୀ ପ୍ରୋସେସର୍ ସ୍ନାପ୍‌ଡ୍ରାଗନ୍ ୮୬୫ ରହିଛି । ଏହି ଫୋନ୍ ଏକ ବିଶାଳ ୪୨୦୦ ଏମ୍‌ଏଏଚ୍ ବ୍ୟାଟେରୀ ସହ ବିଶ୍ୱର ଦ୍ରୁତତମ ଚାର୍ଜିଙ୍ଗ୍ ୬୫ୱାଟ୍ ସୁପର୍‌ଡାର୍ଟର ମିଶ୍ରଣ ସର୍ବାଧିକ ଅନୁଭୂତି ପ୍ରଦାନ କରୁଛି । ରିଅଲ୍‌ମି ଏକ୍ସ୫୦ ପ୍ରୋଜ ୫ଜି ଦୁଇଟି ରଙ୍ଗରେ ଓ ୩ଟି ଭାରିଆଂଟ୍‌ରେ ଉପଲବ୍ଧ ହେଉଛି ଏବଂ ଏହାର ମୂଲ୍ୟ ୬ଜିବି+୧୨୮ଜିବି ଭାରିଆଂଟ୍ ପାଇଁ ୩୭,୯୯୯ ଟଙ୍କା, ୮ଜିବି+୧୨୮ଜିବି ପାଇଁ ୩୯,୯୯୯ ଟଙ୍କା ଓ ୧୨ଜିବି+୨୫୬ଜିବି ପାଇଁ ୪୪,୯୯୯ ଟଙ୍କା ରହିଛି । ଏହା ଫେବୃଆରୀ ୨୪ ତାରିଖ ସନ୍ଧ୍ୟା ୬ଟାରୁ ଫ୍ଲିପ୍‌କାର୍ଟ ଓ ରିୟଲ୍‌ମି.କମ୍‌ରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି ।

ରିଅଲ୍‌ମି ଏକ୍ସ୫୦ ପ୍ରୋ ୫ଜିର ଶୁବାରମ୍ଭ ସମ୍ପର୍କରେ ଘୋଷଣା କରି ରିଅଲ୍‌ମି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମାଧବ ସେଠ୍ କହିଛନ୍ତି, “ଆମେ ଭାରତର ପ୍ରଥମ ୫ଜି, ସୁପରଫାଷ୍ଟ ଓ ପ୍ରଦର୍ଶନ ପରିଚାଳିତ ସ୍ମାର୍ଟଫୋନ୍ ରିୟଲ୍‌ମି ଏକ୍ସ୫୦ ପ୍ରୋ ୫ଜିର ଉନ୍ମୋଚନ କରି ଖୁବ୍ ଗର୍ବିତ । ସର୍ବୋତମ ପ୍ରଦର୍ଶନ, ଡିଜାଇନ୍ ଓ ଗୁଣବତା ଥିବା ରିଅଲ୍‌ମି ଏକ୍ସ୫୦ ପ୍ରୋ ୫ଜି ହେଉଛି ଭବିଷ୍ୟତ ପାଇଁ ଏକ ଟ୍ରେଣ୍ଡସେଟର୍ ଓ ଆମର ଏକ ନୂତନ ଶୁଭାରମ୍ଭ ।”


Share It

Comments are closed.