ଅହମ୍ମଦାବାଦରେ ପହଞ୍ôଚଲେ ଟ୍ରମ୍ପ, ବନ୍ଧୁଙ୍କ ସ୍ୱାଗତ ପାଇଁ ଘଣ୍ଟାଏ ପୂର୍ବରୁ ଅନାଇ ରହିଥିଲେ ମୋଦୀ


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦୁଇ ଦିନିଆ ଭାରତ ଭ୍ରମଣ ନିମନ୍ତେ ଅହମ୍ମଦାବାଦରେ ପହଞ୍ôଚସାରିଛନ୍ତି । ସ୍ଥିର କରାଯାଇଥିବା ସମୟ ଅନ୍‌ୁସାରେ ପାଖାପାଖି ୧୧:୪୦ରେ ଟ୍ରମ୍ପଙ୍କ ବିମାନ ଅହମ୍ମଦାବାଦସ୍ଥିତ ସର୍ଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି । ସାଥିରେ ତାଙ୍କର ପତ୍ନୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜାର୍ଡ କସନର୍ ମଧ୍ୟ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରାୟ ୧ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେ । ତେବେ ବିମାନବନ୍ଦରରୁ ସାବରମତୀ ଆଶ୍ରମ ପର୍ଯ୍ୟନ୍ତ ତାଙ୍କ ପାଇଁ ୨କିମିର ଏକ ବିଶାଳ ରୋଡ଼ ଶୋ’ର ଆୟୋଜନ କରାଯାଇଛି । ସେଠାରୁ ମୋଟେରା କ୍ରିକେଟ ଷ୍ଟାଡିୟମ୍ ରାସ୍ତାରେ ଲକ୍ଷାଧିକ ଲୋକ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଅନୁମାନ କରାଯାଉଛି । ଭାରତରେ ତାଙ୍କର ପାଖାପାଖି ୩୬ ଘଣ୍ଟାର କାର୍ଯ୍ୟକ୍ରମ ରହିଛି । ଏହି ସମୟ ମଧ୍ୟରେ ସେ ଅହମ୍ମଦାବାଦ, ଆଗ୍ରା ଓ ଦିଲ୍ଲୀ ଭ୍ରମଣ କରିବେ ।
ତାଙ୍କର ସୁରକ୍ଷା ପାଇଁ ଦିଲ୍ଲୀରେ ପୂର୍ବରୁ ୩୦ ଗୁଇନ୍ଦା ଅଧିକାରୀ ଉପସ୍ଥିତ ଅଛନ୍ତି । ଦିଲ୍ଲୀ ପୋଲିସ ହୋଟେଲ୍ ଆଇଟିସି ମୋର୍ଯ୍ୟରେ ହାଇ ଡେଫିନେସନ୍ ଓ ନାଇଟ୍ ଟେକ୍ନୋଲୋଜିଯୁକ୍ତ ସିସିଟିଭି କ୍ୟାମେରା ଲଗାଇଛି, ଯେଉଁଠାରେ ଟ୍ରମ୍ପଙ୍କ ରହଣି ବ୍ୟବସ୍ଥା ହୋଇଛି ।


Share It

Comments are closed.