ଗତ କାଲି ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦିନିକି ସିରିଜର ନିର୍ଣ୍ଣାୟକ ମ୍ୟାଚ ତଥା ଶେଷ ଦିନିକିଆ ମ୍ୟାଚରେ ଭାରତ ୪ଟି ୱିକେଟରେ ବିଜୟ ହାସଲ କରିଥିବାବେଳେ ଅନ୍ୟପଟେ ଦଳ ଏହି ସିରିଜକୁ ୨-୧ରେ କବଜା କରିନେଇଛି । ପୂର୍ବରୁ ସିରିଜ ୧-୧ରେ ବରାବର ଥିବାବେଳେ ଏହି ମ୍ୟାଚଟି ଉଭୟ ଦଳ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ଥିଲା । ୱେଷ୍ଟଇଣ୍ଡିଜ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିବାବେଳେ ସେ ଭାରତ ସାମନାରେ ୩୧୫ରନ ଲକ୍ଷ୍ୟ ରଖିଥିଲା । ତେବେ ଏହି ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୬ଟି ୱିକେଟ ହରାଇ ୪୮.୪ ଓଭରେ ମ୍ୟାଚଟିକୁ ବିଜୟ କରିନେଇଥିଲା । ତେବେ ବର୍ଷର ଶେଷକୁ ସିରିଜକୁ ଭାରତ ବିଜୟ ସହ ନିଜ ଅଭିଯାନ ଶେଷ କରିଥିବାବେଳେ ଏହି ବିଜୟ ପଛରେ କେଉଁ ୫ ଜଣ ଖେଳାଳୀଙ୍କ ମୁଖ୍ୟ ଭୂମିକା ଥିଲା ଆସନ୍ତୁ ସଂକ୍ଷେପରେ ଜାଣିବା ।
ରୋହିତ ଶର୍ମା : ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ତଥା ଉପ-ଅଧିନାୟକ ରୋହିତ ପୁଣିଥରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ଏକ ସୁନ୍ଦର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଏହି ଇଂନିସରେ ୬୩ଟି ବଲରେ ୮ଟି ଚୌକା ଏବଂ ଗୋଟିଏ ଛକା ମାରି ୬୩ ରନ ସଂଗ୍ରହ କରିଥିବାବେଲେ ଅନ୍ୟପଟେ ରାହୁଲଙ୍କ ସହ ମିଶି ସେ ଦଳର ସ୍କୋର କାର୍ଡରେ ଅଗ୍ରଗତି ହାସଲ କରିବାରେ ସଫଳ ମଧ୍ୟ ହୋଇଥିଲେ ।
କେଏଲ ରାହୁଲ : ଧାୱାନଙ୍କ ଅନୁପସ୍ଥିତରେ ଦଳରେ ସୁଯୋଗ ପାଇଥିବା ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ମଧ୍ୟ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି । ସେ ୮୯ଟି ବଲରେ ୭୭ ରନର ଏକ ସୁନ୍ଦର ଇଂନିସ ଖେଳିଥିଲେ । ରାହୁଲ, ରୋହିତଙ୍କ ସହ ମିଶି ଦଳ ପାଇଁ ୧୨୨ରନର ପାର୍ଟନରସିପ ମଧ୍ୟ କରିଥିଲେ ।
ବିରାଟ କୋହଲି : ଚେସ ମାଷ୍ଟର ଋପେ ଆଖ୍ୟା ପାଇଥିବା ବିରାଟ ପୁଣିଥରେ ଏକ ସୁନ୍ଦର ପାଳି ଖେଳି ଦଳକୁ ବିଜୟର ନିକଟତ୍ତର କରାଇଥିଲେ । ସେ ୮୧ଟି ବଲରେ ୮୫ ରନ ସଂଗ୍ରହ କରି ଦଳ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିଥିଲେ ।
ରବିନ୍ଦ୍ର ଜାଡେଜା : ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପୁଣି ଥରେ ଦଳ ପାଇଁ ସଙ୍କଟ ମୋଚନ ଋପେ ଉଭା ହୋଇଥିଲେ । ଜଟିଳ ପରିସ୍ଥିତିରେ ସେ ଦଳ ବେଶ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ୩୧ଟି ବଲରେ ୩୯ ରନର କରି ଅପରାଜିତ ପାଳି ଖେଳିବା ସହ ଦଳକୁ ବିଜୟର ଦ୍ୱାର ମଧ୍ୟ ଦେଖାଇଥିଲେ ।
ଶ୍ରଦ୍ଧାଲ ଠାକୁର : ଦ୍ରୁତ ବୋଲର ଶ୍ରଦ୍ଧାଲ ଠାକୁର ବୋଲିଂରେ ସେତେଟା ଭଲ ପ୍ରଦର୍ଶନ କରିପାରିନଥିବାବେଳେ ଅନ୍ୟପଟେ ଶେଷ ମୂହୂର୍ତ୍ତରେ ଧୂଆଁଧାର ବ୍ୟାଟିଂ(ଗୋଟିଏ ଛକା, ଗୋଟିଏ ଚୌକା) କରି ଦଳକୁ ବିଜୟର ସ୍ୱାଦ ଚଖାଇଥିଲେ ।
Prev Post
Comments are closed.