ମା’ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା


ପ୍ରିୟଙ୍କା ଚୋପ୍ରା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖୁଲାସା କରିଛନ୍ତି । ନିକଟ କିଛି ଦିନ ତଳେ ପ୍ରିୟଙ୍କା ନିଜ ଭବିଷ୍ୟତ ଯୋଜନାକୁ ନେଇ ଅନେକ କଥା କହିଛନ୍ତି । ସେହ କହିଛନ୍ତି ଯେ, “ମୋ ଭବିଷ୍ୟତ ଯୋଜନା ହେଉଛି, ଘର ଖୋଜିବା ଏବଂ ସନ୍ତାନ ଜନ୍ମ କରିବା । ” ସେ ଅହୁରି ମଧ୍ୟ କହିଛନ୍ତି ଯେ, “ମୋ ପାଇଁ ଘର ହେଉଛି ସେଇଟା ଯେଉଁଠି ମୁଁ ଭଲ ପାଉଥିବା ଲୋକମାନେ ରହୁଥିବେ ।”


”ସେ କହିଛନ୍ତି, “ବର୍ତ୍ତମାନ ମୁଁ ଲସ ଆଞ୍ଜେଲେସକୁ ଦୀର୍ଘ ସମୟ ପାଇଁ ବିକଳ୍ପ ରୂପେ ବାଛିଥିବାବେଳେ ପୂର୍ବରୁ ମୁମ୍ବାଇ ଏବଂ ନ୍ୟୁୟର୍କରେ ମୋ ଘର ରହିଛି । ମୁଁ ମୋ ଘରେ ସୁଇମପୁଲ ଏବଂ ବ୍ୟାକୟାର୍ଡ ନିର୍ମାଣ କରିବାକୁ ଚାହେଁ ଯେଉଁଠାରେ ସବୁବେଳେ ମୋତେ ମୁମ୍ବାଇ ସ୍ମୃତି ମନେ ପଡୁଥିବ ।


ପ୍ରକାଶ ଥାଉକି, ପ୍ରିୟଙ୍କା ଏବଂ ନିକ ଚଳିତ ବର୍ଷ ପିପୁଲସ ମ୍ୟାଗାଜିନ ପକ୍ଷରୁ ବେଷ୍ଟ ସେଲିବ୍ରିଟିଙ୍କ ସୂଚୀରେ ସାମିଲ ହୋଇଯାଇଛନ୍ତି । ଏହି ଯୋଡି ଜଣକ ସୂଚନୀର ପ୍ରଥମ ସ୍ଥାନରେ ଅଛନ୍ତି । ଏହା ହେଉଛି ପ୍ରଥମ ଥର ଯେଉଁଥିରେ ମ୍ୟାଗାଜିନର ଟାଇଟେଲ ପାଇଁ କୌଣସି ଯୋଡିଙ୍କୁ ଚୟନ କରାଯାଇଛି ।


Share It

Comments are closed.