ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଭାବୁକ ହେଲେ ଇସ୍ରୋ ଅଧ୍ୟକ୍ଷ ‘କେ.ଶିବମ’, ଭିଡିଓ ଭାଇରାଲ


ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ ତଥା (ଇସ୍ରୋ)ର ଅଧ୍ୟକ୍ଷ କେ. ଶିବମ ଦେଶର ମହତ୍ତ୍ୱପୂର୍ଣ୍ଣ ମିଶନ ଚନ୍ଦ୍ରାୟନ-୨ରେ ଆସିଥିବା ବାଧା ପରେ ସେ ଭାବବିହ୍ୱଳ ହୋଇପଡିଥିଲେ । ଯାହା ଫଳରେ ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହିବାକୁ ଲାଗିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦେଇଥିଲେ । ଚନ୍ଦ୍ରାୟନ-୨ ମିଶନର ‘ଲ୍ୟାଣ୍ଡର ବିକ୍ରମ’ ଚନ୍ଦ୍ରରେ ଓହ୍ଲାଇବାର ଏøତିହାସିକ ମୂହୂର୍ତ୍ତରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଇସ୍ରୋର ମୁଖ୍ୟାଳୟରେ ପହଞ୍ଚି ରାଷ୍ଟ୍ରକୁ ସମ୍ବୋଧିତ କରିଥିଲେ ।


ଦେଶକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ, ଇସ୍ରୋରେ ଉପସ୍ଥିତ ଥିବା ସମସ୍ତ ବୈଜ୍ଞାନିକମାନଙ୍କ ସହ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ତାଙ୍କ ଆତ୍ମବିଶ୍ୱାସ ବଢାଇଥିଲେ । ଯେତେବେଳେ ମୋଦି ବେଜ୍ଞାନିକଙ୍କ ସହ ମିଶି ପ୍ରତ୍ୟାବର୍ତ୍ତନ କରୁଥିଲେ । ସେହି ସମୟରେ ଶିବମ, ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ କରିବା ସହ ଭାବବିହ୍ୱଳ ହୋଇ ପଡିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଆଲିଙ୍ଗନ କରି ପିଠିକୁ ଥାପୁଡେଇ ଦେଇ ସାନ୍ତ୍ୱନା ପ୍ରଦାନ କରିଥିଲେ ଏବଂ ପ୍ରୟାସ ଜାରୀ ରଖିବା ପାଇଁ କହିଥିଲେ ।


Share It

Comments are closed.