ଭୁବନେଶ୍ୱରରୁ ଛାଡୁଥିବା ଏହି ପାଞ୍ଚଟି ଟ୍ରେନର ଟିକେଟ ଶୀଘ୍ର ସରିଯାଏ


ଦିନକୁ ଦିନ ରେଳ ଯାତ୍ରା ପାଇଁ ଟିକେଟ ଟିଏ ପାଇବା ପାଇଁ ଆହୁରି କଷ୍ଟ ହୋଇ ଯାଉଥିବା ବେଳେ, କେବେ କେବେ ଦୁଇ ମାସ ପୂର୍ବରୁ ମଧ୍ୟ ଟିକେଟ ମିଳିବା ସହଜ ହେଉନି । ତେବେ କେଉଁ ଟ୍ରେନରେ ଟିକେଟ ଶୀଘ୍ର ସରୁଛି ଆଉ କେଉଁ ଟ୍ରେନରେ ଲମ୍ବା ସମୟ ପର୍ଯ୍ୟନ୍ତ ଉପଲବ୍ଧ ରହୁଛି ଜାଣିବା ପାଇଁ , ଲୋକପ୍ରିୟ ଯାତ୍ରା ଆପ୍ ରେଲ ୟାତ୍ରୀ ପକ୍ଷରୁ ଅନ୍ୟ ଏକ ବ୍ୟବହାର ଉପଯୋଗୀ ବୈଶିଷ୍ଟ୍ୟ ରସ-ଓ-ମିଟରର ଶୁଭାରମ୍ଭ କରାଯାଇଛି । ଏହି ବୈଶିଷ୍ଟ୍ୟ ଆଧାରରେ ଗ୍ରାହକମାନେ କନର୍ଫମଡ ଟିକେଟ କ୍ରୟ କରିବାର ସୁଯୋଗ ହାତଛଡା କରିବେ ନାହିଁ । ପୂର୍ବର ତଥ୍ୟ ଏବଂ ମେସିନ ଲର୍ଣ୍ଣିଙ୍ଗ ଆଲଗୋରିଦିମର ବ୍ୟବହାର କରି ରେଲୟାତ୍ରୀ ପକ୍ଷରୁ ଲମ୍ବା ଅବଧି ଟ୍ରେନର ଟିକେଟ ବୁକିଙ୍ଗ କିପରି ଶୀଘ୍ର ହେବ ତାହା ଅନୁମାନ କରାଯାଇଛି । ବୁକିଙ୍ଗ ହେଉଥବା ହାର ଅନୁଯାୟି କିଛି ଟ୍ରେନର ଟିକେଟ ବୁକିଙ୍ଗ ଆରମ୍ଭ ହେବାର ୧୦ରୁ ୧୨ ଦିନ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇଯାଏ ଯେବେକି ଅନ୍ୟ କିଛି ଟ୍ରେନରେ ଟିକେଟ କିଛି ଦିନ ପୂର୍ବ ପର୍ଯ୍ୟନ୍ତ ମଧ୍ୟ ଉପଲବ୍ଧ ହୁଏ ।

ତଥ୍ୟ ଅନୁଯାୟି ଭୁବନେଶ୍ୱରରୁ ଛାଡ଼ୁଥବା ପ୍ରମୁଖ ୫ଟି ଟ୍ରେନ୍ ଯେପରିକି, ଭୁବନେଶ୍ୱର-ବାଙ୍ଗାଲୋର ସିଟି ପ୍ରଶାନ୍ତି ଏକ୍ସପ୍ରେସ୍ ବୁକିଂ ଖୋଲା ହେବାର ୧୨ ଦିନ ଭିତରେ ସମସ୍ଥ ୩ଏ କ୍ଲାସ୍ ବିକ୍ରୟ ହୋଇଯାଉଥିବାବେଳେ ଭୁବନେଶ୍ୱର -ଆନନ୍ଦ ବିହାର ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ୩ଏ ୧୨ ଦିନ ଭିତରେ, ଭୁବନେଶ୍ୱର – ସିକନ୍ଦରାବାଦ୍ ବିଶାଖା ଏକ୍ସପ୍ରେସ୍ ୩ଏ ୧୬ ଦିନ ଭିତରେ, ଭୁବନେଶ୍ୱର – ମୁମ୍ବାଇ ସିଏସଏମଟି କୋଣାର୍କ ଏକ୍ସପ୍ରେସ୍ ୩ଏ ୨୧ ଦିନ ଭିତରେ, ଭୁବନେଶ୍ୱର –ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଏସ ଏଲ୍ ୨୨ ଦିନ ଭିତରେ ବିକ୍ରି ହୋଇଯାଇଥାଏ ।

ଏହି ବୈଶିଷ୍ଟ୍ୟ ମାଧ୍ୟମରେ ଯାତ୍ରୀ କନଫର୍ମଡ ଟିକେଟ ପାଇବାର ସୁଯୋଗ ବୃଦ୍ଧି ପାଇଥାଏ ଏବଂ ଏହା ଦ୍ୱାରା ଯାତ୍ରୀ ଉପଲବ୍ଧ ଟିକେଟ ବୁକ କରିବାର ସଠିକ ସମୟ ଜାଣିପାରିଥାଏ । ଯଦି ୫୩ଟି ସିଟ ଉପଲବ୍ଧ ଥାଏ ତେବେ ଏହି ବୈଶିଷ୍ଟ୍ୟ ଦ୍ୱାରା ଜଣାଯାଏ କି କେବେ ସୁଦ୍ଧା ଏହି ସମସ୍ତ ଟିକେଟ ବିକ୍ରି ହୋଇଯିବ । ଏହା ଭବିଷ୍ୟତ ଯାତ୍ରା ପାଇଁ ଟିକେଟ କିଣିବାର ଯୋଜନା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଏକ ଆଲାରାମ ପରି କାର୍ଯ୍ୟ କରିବ ।


Share It

Comments are closed.