ଇଣ୍ଡିଆନ୍ ଆସୋସିଏଶନ ଅଫ୍ ଟୁର୍ ଅପରେଟର୍‌ସର ୩୬ତମ ବାର୍ଷିକ ସମ୍ମିଳନୀ


ଭୁବନେଶ୍ୱର: ଇଣ୍ଡିଆନ୍ ଆସୋସିଏଶନ ଅଫ୍ ଟୁର୍ ଅପରେଟର୍‌ସ (ଆଇଏଟିଓ)ର ୩୬ତମ ବାର୍ଷିକ ସମ୍ମିଳନୀ ଗାନ୍ଧୀନଗର୍‌ର ହୋଟେଲ୍ ଦ ଲୀଲାଠାରେ ଆୟୋଜିତ ହୋଇଯାଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ୍ ଏହି ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି । ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗର ସଚିବ ଶ୍ରୀ ଅରବିନ୍ଦ ସିଂହ, ଗୁଜରାଟର ପର୍ଯ୍ୟଟନ ସଚିବ ଶ୍ରୀ ହରିତ୍ ଶୁକ୍ଳା ଓ ଅନ୍ୟ ଅତିଥିମାନେ ଏହି ଉଦ୍ଘାଟନୀ ସମ୍ମିଳନୀରେ ଉପସ୍ଥିତ ଥିଲେ । ଭାରତର କୋଣ ଅନୁକୋଣରୁ ଟୁର୍ ଅପରେଟର୍‌ମାନେ ଆଇଏଟିଓର ୩୬ତମ ସମ୍ମିଳନୀରେ ଯୋଗ ଦେବା ପାଇଁ ଗୁଜରାଟ ଆସିଥିଲେ । ସେମାନେ ସମ୍ମିଳନୀର ୩ୟ ଦିନରେ ‘ବ୍ରାଣ୍ଡ ଇଣ୍ଡିଆ: ଦ ରୋଡ୍ ଟୁ ରିକଭରି’ ବିଷୟବସ୍ତୁ ଉପରେ ଆଲୋଚନା କରିଛନ୍ତି । ସମ୍ମିଳନୀର ୩ୟ ଦିନରେ ବ୍ୟବସାୟଗୁଡିକର ପୁନରୁଦ୍ଧାର ପାଇଁ ବ୍ରାଣ୍ଡ ଇଣ୍ଡିଆ- ଦ ରୋଡ୍ ଟୁ ରିକଭରି, ହୋଟେଲ୍‌ସ ଇନ୍ ଦ ନ୍ୟୁ ନର୍ମାଲ୍‌, କନେକ୍ଟିଭିଟି: ନ୍ୟୁ ଫ୍ରଂଟିୟର୍ସ, ଏସ୍‌ଇଆଇଏସ୍‌: ନ୍ୟୁ ପଲିସି ଅଣ୍ଡର୍ ଏଫ୍‌ଟିପି ୨୦୨୧-୨୬, ରେସ୍‌ପନ୍ସିବୁଲ୍ ଟୁରିଜ୍‌ମ, ଅଟୋମେଶନ ଓ ଡିଜିଟାଲ ମାର୍କେଟିଂ, ନୂଆ ସ୍ୱଭାବିକତା ଅଧିନରେ ପ୍ରସ୍ତୁତୀକରଣ ଇତ୍ୟାଦି ପ୍ରସଙ୍ଗ ଉପରେ ବିଭିନ୍ନ ବ୍ୟବସାୟିକ ଅଧିବେଶନ ଆୟୋଜିତ ହୋଇଥିଲା ।

ଗୁଜରାଟ ସରକାର ଚଳିତ ବର୍ଷ ଆରମ୍ଭରେ ସ୍ଥାୟୀ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି ଏକ ନୂତନ ପର୍ଯ୍ୟଟନ ନୀତି ଘୋଷଣା କରିଛନ୍ତି । ସ୍ଥାୟୀ ପର୍ଯ୍ୟଟନର ବିଷୟବସ୍ତୁ ଉପରେ ମଧ୍ୟ ସମ୍ମିଳନୀର ୩ୟ ଦିନରେ ଟୁର ଅପରେଟରମାନେ ଆଲୋଚନା କରିଥିଲେ । ଏହି ୩ ଦିନିଆ ସମ୍ମିଳନୀରେ ଗୁଜରାଟ, ଉତରପ୍ରଦେଶ, ଉତରାଖଣ୍ଡ, ଜମ୍ମୁ କଶ୍ମୀର, କେରଳ ଓ ଭାରତର ଅନ୍ୟ ରାଜ୍ୟଗୁଡିକର ପର୍ଯ୍ୟଟନ ଉପରେ ରାଜ୍ୟ ଉପସ୍ଥାପନା ଉପସ୍ଥାପିତ କରାଯାଇଥିଲା । ସମ୍ମିଳନୀର ୩ୟ ଦିନରେ ଅନ୍ୟ ରାଜ୍ୟଗୁଡିକର ପର୍ଯ୍ୟଟନ ଉପସ୍ଥାପନା ମଧ୍ୟ ଉପସ୍ଥାପିତ ହୋଇଥିଲା । ଆଇଏଟିଓ ଅଧ୍ୟକ୍ଷ ଓ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ବିଭିନ୍ନ ଅଧିକାରୀ ସମ୍ମିଳନୀରେ ‘ଦେଖୋ ଅପ୍‌ନା ଦେଶ୍‌’ ଉପରେ ଏକ ଉପସ୍ଥାପନା ଦେଇଥିଲେ ।

ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି କୋଭିଡ୍‌-୧୯ ମହାମାରୀ ପରେ ପର୍ଯ୍ୟଟନ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିବା । ଏହି କାର୍ଯ୍ୟକ୍ରମ ଗୁଜରାଟ ଓ ଭାରତର ପର୍ଯ୍ୟଟନ କ୍ଷେତ୍ରର ବିକାଶ କ୍ଷେତ୍ରରେ ନିଶ୍ଚିତ ରୂପେ ସହାୟକ ହେବ । କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିବା ବ୍ୟବସାୟିକ ଅଧିବେଶନଗୁଡିକ ଦେଶର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏବଂ ବ୍ରାଣ୍ଡ ଇଣ୍ଡିଆର ନିର୍ମାଣ ପାଇଁ ନୂତନ ବିଚାରଧାରାକୁ ସୃଷ୍ଟି କରିଛି । ଏହି କନ୍‌ଫରେନ୍ସ ଭାରତରେ ଟୁର୍ ଅପରେଟର୍‌ମାନଙ୍କ ବି୨ବି ମାର୍କେଟିଂ ପାଇଁ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରିଥିଲା । ଟୁର୍ ଅପରେଟର୍‌ମାନେ ବିଭିନ୍ନ ପ୍ରସଙ୍ଗ ଉପରେ ପରସ୍ପର ସହିତ ଆଲୋଚନା କରିଥିଲେ, ଯାହା ସେମାନଙ୍କୁ ଅନ୍ୟ ରାଜ୍ୟଗୁଡିକର ପର୍ଯ୍ୟଟନ ଶିଳ୍ପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା । ଏହାପରେ ଦେଶର ଅନ୍ୟ ଭାଗର ଟୁର୍ ଅପରେଟର୍‌ମାନେ ଗୁଜରାଟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଥିଲେ । ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ଅଧିକାରୀ, ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ବିଭାଗର ଅଧିକାରୀ, ସମଗ୍ର ଭାରତରୁ ଟୁର୍ ଅପରେଟର୍ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଆଇଏଟିଓର ଏହି ତିନି ଦିନିଆ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ ।


Share It

Comments are closed.