କଂଟେନମେଂଟ ଜୋନ୍‌ରୁ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ସମ୍ପ୍ରତି ପରିସ୍ଥିତିରେ କରୋନା ମହାମାରୀ ଦ୍ୱାରା ଅତି ପ୍ରଭାବିତ ବିଭିନ୍ନ ସ୍ଥାନକୁ କଂଟେନମେଂଟ ଜୋନ୍‌ଭାବେ ଘୋଷଣା କରାଯାଇଥିବା ସମୟରେ ରୋଗୀ ସ୍ଥାନାନ୍ତରକୁନେଇ ସମସ୍ୟା ଉପୁଜିଛି । କିନ୍ତୁ ଏହିପରି ଘଡ଼ିସନ୍ଧି ମୁହୂର୍ତରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ସେବା ମନୋବୃତି ସତରେ ଅନ୍ୟ ମାନଙ୍କ ସୃଷ୍ଟିକରିଛି ଉଦାହରଣ । ନିକଟରେ ରାଇକିଆ ବ୍ଲକ ଅର୍ନ୍ତଗତ ମାଣିକେଶ୍ୱର ଗ୍ରାମପଂଚାୟତ ଅଧିନରେ ଆସୁଥିବା ବୋରିପଙ୍ଗା ଗ୍ରାମର ଦେବୀ ଦିଗାଲ (୨୭) ନାମକ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ଘରଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ବାଟରେ ପଡ଼ୁଥିବା ଗମାଣ୍ଡି ଅଂଚଳକୁ ପ୍ରଶାସନ ପକ୍ଷରୁ କଂଟେନମେଂଟ ଜୋନ୍‌ଭାବେ ଘୋଷଣା କରାଯାଇଛି । ଯେବେକି ଉଚିତ୍ ରାସ୍ଥାର ଅଭାବରୁ ଆମ୍ବୁଲାନ୍ସଟି କିଛି ଦୂରରେ ଅଟକି ଯାଇଥିଲା ।


ଘରଲୋକ ଏକ ଅଟୋଯୋଗେ କଂଟେନମେଂଟ ଜୋନ୍‌ର ବ୍ୟାରକେଡ଼ ନିକଟରେ ପହଂଚାଇଥିଲେ । ଯେବେକି ୧୦୮ ଆମ୍ବୁଲାନ୍ସ କର୍ମଚାରୀ, ଅରବିନ୍ଦ ଦିଗାଲ, ସୁଦର୍ଶନ ଜାନୀ, ବିନୋଦ କୁମାର ନାୟକ ଏବଂ ଗ୍ରାମବାସୀଙ୍କ ମିଳିତ ପ୍ରଚେଷ୍ଟାରେ ତାଙ୍କୁ ଷ୍ଟ୍ରେଚରରେ ୪୦୦ ମିଟର ଜଙ୍ଗଲିଆ ରାସ୍ତାରେବୋହି ଆମ୍ବୁଲାନ୍ସକୁ ସ୍ତାନାନ୍ତର କରାଯାଇଥିଲା । ଏହାପରେ ପ୍ରସୂତିଙ୍କୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିକରାଯିବା ସହ ତାଙ୍କ ଜୀବନ ରକ୍ଷା କରାଯାଇପାରିଛି । ୧୦୮ କର୍ମଚାରୀଙ୍କର ଏହି ସେବା ମନୋବୃତି ସାଧାରଣରେ ଖୁବ୍ ପ୍ରଂଶସା ସାଉଁଟିଛି ।


Share It

Comments are closed.