ଅନୁଗୁଳ ଠାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଟାଉନ ହଲ୍ ବୈଠକ ଅନୁଷ୍ଠିତ


ଅନୁଗୁଳ: ଚଳିତ ମାସ ୭ ତାରିଖରେ ଜିକିତ୍ସା ହେଲଥ କେୟାର ଲିମିଟେଡ଼ର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ଏବଂ ଜେଡଏଚଏଲ ଓଡ଼ିଶା, ଅପରେସନ ମ୍ୟାନେଜର ଶ୍ରୀ ଶେଖ ହବିବୁର ରେହେମାନଙ୍କ ଉପସ୍ଥିତିରେ ଅନୁଗୁଳ ଜିଲ୍ଲା କଳା କେନ୍ଦ୍ର ଠାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନେଇ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମୁଦାୟ ୬୩ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଯୋଗଦେଇଛନ୍ତି । ଉକ୍ତ ବୈଠକରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କିପରି ସୁରକ୍ଷିତ ଭାବରେ ଏବଂ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବେ, ରୋଗୀ ମାନଙ୍କୁ ସଠିକ୍ ସମୟରେ ଡ଼ାକ୍ତରଖାନାରେ ପହଂଚାଇପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି ।
କ୍ରିଉ ସଦସ୍ୟମାନଙ୍କ ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ଅତିଥିଙ୍କ ମଧ୍ୟରେ ରହିଛନ୍ତି ବିଭୂତି ଦାଶ(ଏଏମଏମ), ସୁରଜିତ ସିହ୍ନା(ସିନିୟର ମ୍ୟାନେଜର-ସିଡିସି), ଶ୍ରୀକାନ୍ତ ରଣସିଂହ(ମ୍ୟାନେଜର ଆକାଉଂଟ), ସନ୍ତୋଷ କୁମାର ପଣ୍ଡା (ମେଂଟେନାନ୍ସ ସୁପରଭାଇଜର), ଆଲୋକ କୁମାର ବେହେରା(ଏମଇଟି), ରାଜୀବ କୁମାର ରାଉଳ(ଏମଇ), ଶାରଦା ପ୍ରସାଦ ଦାସ(ସିଏଲ) ଏବଂ ତ୍ରିନାଥ ବିଶ୍ୱାଳ(ସିଏଲ) ପ୍ରମୁଖ ।
ଏହି ଆର ଆଣ୍ଡ ଆର କାର୍ଯ୍ୟକ୍ରମରେ କର୍ତବ୍ୟ ପ୍ରତି ସେମାନଙ୍କର ନିଷ୍ଠା ଏବଂ ସଚ୍ଚୋଟତା ପାଇଁ ୧୦୮ ଆମ୍ବୁଲାନ୍ସର କର୍ମଚାରୀ ଯଥା ସଞ୍ଜିତ କୁମାର ବିଶ୍ୱାଳ, ପିତବାସ ସାହୁ, ବୈଲୋଚନ ସାହୁ, ଛବିନ୍ଦ୍ର ନାଥ ଦାସ, ବାସୁଦେବ ନାୟକ ଏବଂ ପ୍ରଶାନ୍ତ କୁମାର ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଉକ୍ତ ବୈଠକରେ ୧୦୮ ଆମ୍ବୁଲାନ୍ସର ସୁପରିଚାଳନା ଏବଂ ସେବା ପ୍ରତି ପ୍ରତିବଦ୍ଧତା ଉପରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି । ଏହା ସହିତ କୌଣସିବି ଗରିବ ତଥା ଅଧ୍ୟୁଷିତ ଅଂଚଳର ରୋଗୀ ଯେପରି ୧୦୮ ଆମ୍ବୁଲାନ୍ସ ସେବାରୁ ବଂଚିତ ନହୁଅନ୍ତି ସେଥିପ୍ରତି ମଧ୍ୟ କର୍ମଚାରୀ ମାନଙ୍କୁ ଦୃଷ୍ଟି ଦେବାକୁ ପ୍ରଶିକ୍ଷଣ ଦିଆଯାଇଛି ।


Share It

Comments are closed.