ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


କଟକ: ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ବହୁମୂଲ୍ୟ ସାମଗ୍ରୀ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଗତ ଶୁକ୍ରବାର ଦିନ କଟକ ମହାନଦୀ ବ୍ରିଜ ନୀକଟରେ ଘଟିଥିବା ଏକ ଦୁର୍ଘଟଣା ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସ ନୀକଟକୁ ଏକ ଫୋନ କଲ ଆସିଥିଲା । ଖବର ପାଇବା ମାତ୍ରେ ଚାଳକ ପ୍ରିତିଶ ରଞ୍ଜନ ଖଟୁଆ, ଇଏମଟି ସୁବ୍ରତ ଶେଖର ସାମନ୍ତରାଏ ଏବଂ ସହାୟକ ରୋହିତ କୁମାର ଦାସଙ୍କୁ ନେଇ ଏକ ୧୦୮ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲା । ଏହାପରେ ରୋଗୀଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଆଣି ଏସସିବି ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ରୋଗୀଙ୍କୁ ମେଡିକାଲରେ ଛାଡ଼ି ଆସିବା ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କ କ୍ୟାବିନରେ ଏକ ୱାଲେଟରେ ୧୧୨୫୫ଟଙ୍କା ଏବଂ ଏକ ସ୍ମାର୍ଟଫୋନ ରହିଯାଇଥିବା ଦେଖିବାକୁ ପାଇଲେ । ଯାହାପରେ ଆମ୍ବୁଲାନ୍ସ କର୍ମୀମାନେ ନିଜେ ରୋଗୀଙ୍କ ଭାଇଙ୍କ ସହ ଯୋଗାଯୋଗ କରି ତାଙ୍କ ହାତକୁ ସମସ୍ତ ଜିନିଷ ହସ୍ତାନ୍ତର କରିଛନ୍ତି । ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି ସଚ୍ଚୋଟତା ପାଇଁ ସେମାନେ ସର୍ବସାଧାରଣରେ ବେଶ ପ୍ରଶଂସିତ ହୋଇଛନ୍ତି ।


Share It

Comments are closed.