ଗର୍ଭବତୀଙ୍କୁ ରକ୍ତଦାନ କରି ଜୀବନ ରକ୍ଷାକଲେ ୧୦୨ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହୃଦୟତା ଅନେକ ସମୟରେ ଲୋକଲୋଚନକୁ ଆସିପାରିଛି । ନିକଟରେ ଏକ ଗର୍ଭବତୀ ମହିଳାଙ୍କୁ ରକ୍ତ ଦାନକରି ଜୀବନ ରକ୍ଷାକରିଥିବାରୁ ସ୍ଥାନୀୟ ଅଚଂଳରୁ ପ୍ରଶଂସା ସାଉଁଟିଛନ୍ତି ଆମ୍ବୁଲାନ୍ସର ପାଇଲଟ । ନିକଟରେ ଏକ ଘଟଣାକ୍ରମେ ମେ, ୨୦ ତାରିଖରେ ଯାଜପୁର ଡ଼ଏଚଏଚକୁ ଅପରାହ୍ନ ୩.୦୭ ସମୟରେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ନେବା ପାଇଁ ୧୦୨କୁ ଏକ ଫୋନ୍ କଲ ଆସିଥିଲା । ଫୋନ୍ ପାଇବାପରେ ଏକ ଜବ୍ ଆଇଡ଼ି ଫାଇଲପରେ ଯାଜପୁର ରୋଡ଼ ସିଏଚସିରୁ ଏକ ଜନନୀ ଆମ୍ବୁଲାନ୍ସ ରୋଗୀକୁ ଆଣିବାକୁ ବାହାରିଥିଲା । ରୋଗୀକୁନେଇ ଆମ୍ବୁଲାନ୍ସର ପାଇଲଟ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦାଖଲ କରିବା ପରେ ଡ଼ାକ୍ତର ସେଠାରେ ତାଙ୍କୁ ତୁରନ୍ତ ରକ୍ତର ଆବଶ୍ୟକତା ରହିଛିବୋଲି ପରାମର୍ଶ ଦେଇଥିଲେ । ନିକଟରେଥିବା ରକ୍ତ ଭଣ୍ଡାରରେ ସେହି ସମୟରେ ରକ୍ତ ନଥିବାରୁ ଏବଂ ସମୟର ଅଭାବକୁ ଦୃଷ୍ଟିରେରଖି ରୋଗୀଙ୍କ ସମ୍ପର୍କୀୟ, ଆମ୍ବୁଲାନ୍ସର ପାଇଲଟ, ଏସକେ. କାମିରୁଦ୍ଦିନ୍‌ଙ୍କୁ ରକ୍ତ ଦେବା ପାଇଁ କହିଥିଲେ । ଭାଗ୍ୟବଶତଃ ରୋଗୀଙ୍କ ରକ୍ତ ଏବଂ ପାଇଲଟଙ୍କ ରକ୍ତ ଗ୍ରୁପ୍ ସମାନ ରହିଥିଲା । କୌଣସି ଦ୍ୱିତୀୟ ଭାବନା ନରଖି ପାଇଲଟ, ଏସକେ କାମିରୁଦ୍ଦିନ୍ ଗର୍ଭବତୀ ମହିଳାଙ୍କୁ ରକ୍ତ ଦାନକରି ଦୁଇଟି ଅମୂଲ୍ୟ ଜୀବନ ରକ୍ଷା କରିପାରିଛନ୍ତି । ବାସ୍ତବରେ ୧୦୮ ଆମ୍ବୁଲାନ୍ସର ପାଇଲଟଙ୍କର ଏପରି ମହାନ କାର୍ଯ୍ୟ ଖୁବ୍ ପ୍ରଂଶସନୀୟ ।


Share It

Comments are closed.