‘ଇଦ୍‌-ଉଲ-ଫିତର’ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ପାଳନ କରାଯାଉଥିବା ‘ଇଦ୍‌-ଉଲ-ଫିତର’ ଅବସରରେ ଦେଶବାସୀ ଏବଂ ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ଇଦ-ଉଲ-ଫିତର’ ଅବସରରେ ଅଭିନନ୍ଦନ ଜଣାଇବା ସହ ସମସ୍ତେ ସୁସ୍ଥ ରହିବା ନିମନ୍ତେ ପ୍ରାର୍ଥନା ମଧ୍ୟ କରିଛନ୍ତି । ରବିବାର ଦିନ ଅର୍ଥାତ ମେ’୨୪ରେ ‘ଇଦ-ଉଲ-ଫିତର’ର ଚାନ୍ଦ ଦେଶରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଇଦ ମୁବାରକ, ‘ଇଦ-ଉଲ-ଫିତର’ର ଅଭିନନ୍ଦନ । ଏହି ବିଶେଷ ଅବସରରେ ଦୟା, ଭାଇଚାର ଏବଂ ସଦଭାବନାର ଭବନାରୁ ଆଗକୁ ବଢାନ୍ତୁ । ସମସ୍ତେ ସୁସ୍ଥ ଏବଂ ସମୃଦ୍ଧ ହୁଅନ୍ତୁ ।”

ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ମଧ୍ୟ ଦେଶବାସୀଙ୍କୁ ପବିତ୍ର ଇଦ ଅବସରରେ ଅଭିନନ୍ଦନ ଜଣାଇଥିଲେ । ମହାମହୀମ ରାଷ୍ଟ୍ରପତି ନିଜ ବାର୍ତ୍ତା ଜରିଆରେ ଲୋକଙ୍କୁ କହିଥିଲେ ଯେ, “ସାମାଜିକ ଦୂରତା ନିୟମକୁ ମାନିବାକୁ , କରୋନା ଭାଇରସ ଆହ୍ୱାନକୁ ଶୀଘ୍ରରୁ ଶୀଘ୍ର ପ୍ରତିହତ କରିବାରେ ଏବଂ ନିରାପଦ ଓ ସୁରକ୍ଷିତ ରହିବା ଲାଗି ଅନ୍ୟ ସମସ୍ତ ସତର୍କତା ଅବଲମ୍ବନ କରିବା ଲାଗି ସଂକଳ୍ପ ନିଅନ୍ତୁ । ”
ଉପ-ରାଷ୍ଟ୍ରପତି କହିଥିଲେ ଯେ, “ଇଦ-ଉଲ-ଫିତର ସହ ଯୋଡି ହୋଇଥିବା ମହାନ ଆଦର୍ଶ ଆମ ଜୀବନରେ ସ୍ୱାସ୍ଥ୍ୟ, ଶାନ୍ତି, ସମୃଦ୍ଧି ଏବଂ ସଦଭାବନା ନେଇ ଆସନ୍ତୁ । ”
ପ୍ରକାଶ ଥାଉକି, କରୋନା ଭାଇରସ ପାଇଁ ବଳବତ୍ତର ରହିଥିବା ଲକଡାଉନ ପାଇଁ ଦେଶର ସମସ୍ତ ମସଜିଦ ଏବଂ ମନ୍ଦିର ଭଳି ଅନ୍ୟାନ୍ୟ ଧାର୍ମିକସ୍ଥଳି ବନ୍ଦ ରହିଛି । ଏଥିପାଇଁ ମୁସଲିମ ଧର୍ମଗୁରୁ ଲୋକଙ୍କୁ ନିଜ ନିଜରେ ରହି ନମାଜ ପାଠ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ସହ ଧର୍ମଗୁରୁ ଲୋକମାନଙ୍କୁ ଏହି ପବିତ୍ର ଇଦରେ ଲକ୍‌ଡାଉନର ନିୟମ କଡାକଡି ପାଳନ କରିବା ପାଇଁ ନିବେଦନ ମଧ୍ୟ କରିଛନ୍ତି । ଧର୍ମଗୁରୁ କହିଛନ୍ତି ଯେ, “ଆମେ ଲୋକମାନଙ୍କୁ ପରସ୍ପର ସହ ହାତ ମିଳାଇବା ଏବଂ ଆଲିଙ୍ଗନ ନକରିବା ପାଇଁ ନିବେଦନ ମଧ୍ୟ କରିଛୁ ।”


Share It

Comments are closed.