ସାଓମି ପକ୍ଷରୁ ୩୨ ମେଗା ପିକ୍ସେଲ ସେଲଫି କ୍ୟାମେରାଯୁକ୍ତ ରେଡ଼ମି ୱାଇ ୩ର ଶୁଭାରମ୍ଭ


ଭାରତର ୧ ନଂ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ପକ୍ଷରୁ ଆଜି୩୨ ଏମ୍ପି ସେଲଫି କ୍ୟାମେରା ସହିତ ରେଡ଼ମି ୱାଇ ୩ ଓ ରେଡ଼ମି ୭ର ଶୁଭାରମ୍ଭ ଘୋଷଣା କରାଯାଇଛି, ଯାହା ପ୍ରଥମ ଥର ପାଇଁ ରେଡ଼ମି ସୃଙ୍ଖଳରେ କ୍ରିଓ ଆର୍କିଟେକ୍ଚର୍ ଆଣୁଛି ।
ଏହି ଅବସରରେ, ଅନୁଜ ଶର୍ମା, ମୁଖ୍ୟ ବାଣିଜ୍ୟିକ ଅଧିକାରୀ, ସାଓମି ଇଣ୍ଡିଆ, ପ୍ରକାଶ କରିଛନ୍ତି, “ଆମେ ଆମର ନୂତନ ରେଡ଼ମି ୱାଇ ୩କୁ ପ୍ରଦାନ କରି ଖୁବ୍ ଉତ୍ସାହିତ, ଯାହା ଏହାର ଆକର୍ଷଣିୟ ୩୨ଏମ୍ପି ସେଲଫି କ୍ୟାମେରା ସହିତ ଏମ୍ଆଇ ପ୍ରଶଂସକମାନଙ୍କ ସେଲ୍ଫି ଅନୁଭୁତିକୁ ପୁନଃବିଶ୍ଳେଷିତ କରୁଛି । ଚମତ୍କାର ଆକ୍ୱାରମ୍ ପ୍ରିଜିମ୍ ଡିଜାଇନ୍ରେ ଆ୍ଛାଦିତ ହୋଇ ରେଡ଼ମି ୱାଇ ୩ ପୂର୍ବର ପୂନରୋକ୍ତିରୁ ଆଗକୁ ଅଗ୍ରସର ହୋଇଛି । ଏହା ସହିତ, ଆମେ ମଧ୍ୟ ସର୍ବଗୁଭସମ୍ପନ୍ନ ରେଡ଼ମି ୭ର ଶୁଭାରମ୍ଭ କରିଛୁ, ଯେଉଁଥିରେ ରହିଛି କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୬୩୨ ପାୱାର । ରେଡ଼ମି ୭ ଆକର୍ଷଣୀୟ ଅଉରା ସ୍ମୋକ୍ ଡିଜାଇନ୍ ସହିତ ପ୍ରମୁଖ ବୈଶିଷ୍ଟ୍ୟମାନ ପ୍ରଦାନ କରୁଛି, ଯେଉଁଥିରେ ରହିଛି ଏକ ଡୁଆଲ୍ ରିୟର କ୍ୟାମେରା । ଏହା ଏହି ଫୋନ୍କୁ ଏହାର ବିଭାଗରେ ସର୍ବୋତ୍କୃଷ୍ଟ ଯନ୍ତ୍ରର ପରିଚୟ ପ୍ରଦାନ କରୁଛି । ଉଭୟ ଫୋନ୍ ଉଚ୍ଚ-କ୍ଷମତାଯୁକ୍ତ ୪୦୦୦ ଏମ୍ଏଏଚ୍ ବ୍ୟାଟେରୀ ସହିତ ଆସୁଛନ୍ତି, ଯେଉଁମାନେ ସାରା ଭାରତରେ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଆକର୍ଷଣୀୟ ଜ୍ଞାନକୌଶଳ ପ୍ରଦାନ କରୁଛନ୍ତି ।”

ରେଡ଼ମି ନୋଟ୍ ୭ ସିରିଜ୍ରେ ଆସିଥିବା ଅଉରାଡିଜାଇନ୍ ରେଡ଼ମି ୱାଇ ୩ ଓ ରେଡ଼ମି ୭କୁ ଏକ ନୂତନ ଆକର ପ୍ରଦାନ କରୁଛି । ରେଡ଼ମି ୱାଇ ୩ ପଛ ପାଶ୍ୱର୍ରେ ପ୍ରିଜିମ୍ ଭଳି ଇଫେକ୍ଟ ସହିତ ମାଇକ୍ରୋ ଲାଇନ୍ଗୁଡ଼ିକ ପ୍ରଦାନ କରୁଛି । ରେଡ଼ମି ୭ର ସ୍ମୋକ୍ ଇନସ୍ପାୟାର୍ଡ ରଙ୍ଗଗୁଡ଼ିକ ନିଶ୍ଚିତ ଭାବେ ବଜାରରେ ଲୋକପ୍ରିୟ ହେବ । ଉଭୟ ଫୋନ୍ଗୁଡ଼ିକର ଆଗରେ କର୍ଣ୍ଣିଂ ଗରିଲା ଗ୍ଲାସ୍ ୫, ରେନ୍ଫୋର୍ସଡ କର୍ଣ୍ଣର ଏବଂ ପି୨ଆଇ ନାନୋ କଟିଂ ରହିଛି, ଯାହା ଜଳ ପ୍ରତିରୋଧତା ପ୍ରଦାନ କରୁଛି ।
ରେଡ଼ମି ୱାଇ ୧ ଓ ୱାଇ ୨ ସିରିଜ୍ ସହିତ୭୦ ଲକ୍ଷରୁ ଅଧିକ ଗ୍ରାହକ ଶୃଷ୍ଟି କରି, ରେଡ଼ମି ୱାଇ ୩ ସେଲ୍ଫି ଉପରେ ଦୃଷ୍ଟି କେନ୍ଦ୍ରିତ କରୁଥିବା ଗ୍ରାହକମାନଙ୍କ ପାଇଁ ଏକ ପରବର୍ତ୍ତି ପିଢ଼ି ଭାବେ ଉଭା ହୋଇଛି ।

ରେଡ଼ମି ୭

ରେଡ଼ମି ୭ ସମସ୍ତ ପାଇଁ ଏକ ସର୍ବଗୁଣସମ୍ପନ୍ନ ଫୋନ୍ ଅଟେ । ରେଡ଼ମି ୭ ରେଡ଼ମି ସ୍ମାର୍ଟଫୋନ୍ରେ କ୍ୱାଲକମ୍ର ୬୦୦ ସିରିଜ୍କୁ ଆରମ୍ଭ କରିଛି । କ୍ରିଓ ୨୫୦ ଶକ୍ତିଯୁକ୍ତ ସ୍ନାପ୍ଡ୍ରାଗନ୍ ୬୩୨ ସମସ୍ତ କାର୍ଯ୍ୟ ପାଇଁ ଉତ୍ତମ ଭାବେ କୋମଳ କାର୍ଯ୍ୟକ୍ଷମତା ପ୍ରଦାନ କରୁଛି । ରେଡ଼ମି ୱାଇ୩ ଭଳି ସମାନ ଆଡରେନୋ ୫୦୬ ଗିପିୟୁ ପ୍ରଦାନ କରି ରେଡ଼ମି ୭ ସରଳ ଭାବେ ଉନ୍ନତ ଗ୍ରାଫିକ୍ସଯୁକ୍ତ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରୁଛି ।
ରେଡ଼ମି ୭ ହେଉଛି ରେଡ଼ମିର ପୁନଃଭାବନା, ଯାହା ସମସ୍ତ ଫ୍ରଣ୍ଟରେ ପୂର୍ବର ପୁନରୋକ୍ତିରୁଏକ ମୋଟାମୋଟି ଅପ୍ଗ୍ରେଡ଼ । ଏହା ୬.୨୬” (୧୫.୯ସେମି) ଏଚ୍ଡି+ ଡଟ୍ ନଚ୍ ଡିସ୍ପ୍ଲେ ସହିତ କର୍ଣ୍ଣିଂ ଗରିଲା ଗ୍ଲାସ୍ ୫ ଭଳି ବୈଶିଷ୍ଟ୍ୟ ପ୍ରଦାନ କରି, ରେଡ଼ମି ୭ର ଆକୃତି ହାତକୁ ଏକ ଉତ୍ତମ ଅନୁଭବତା ପ୍ରଦାନ କରିବା ପାଇଁ ଚିନ୍ତିତ ହୋଇଛି । ଅଉରା ସ୍ମୋକ୍ ଡିଜାଇନ୍ ପଛରେ ଆନ୍ଦିତ ପାର୍ଟକୁ ମିଶ୍ରଣ କରିବା ପାଇଁ ଆସିଛି, ଯାହା ଏକ ଚମତ୍କାର ଡିଜାଇନ୍ ପ୍ରଦାନ କରିବା ସହିତ ଏହାକୁ ଧରିବା ପାଇଁ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛି ।
ରେଡ଼ମି ୭ରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଅପ୍ଗ୍ରେଡ଼ ହେଉଛି ଏହାର ପଛ କ୍ୟାମେରା- ୧୨ଏମପି + ୨ଏମପି ର ଡୁଆଲ୍ କ୍ୟାମେରା ସେଟ୍ଅପ୍ ଏହାକୁ ଏହାର ପିଢ଼ିର ରେଡ଼ମି ନୋଟ୍ର ନିକଟତର କରୁଛି । ଏଆଇ ଦୃଶ୍ୟ ଚିହ୍ନଟ (୩୦ରୁ ଅଧିକ ଦୃଶ୍ୟ) ଓ ପିଡିଏଏଫ୍ ସପୋର୍ଟ ସହିତ ରେଡ଼ମି ୭ର କ୍ୟାମେରାଗୁଡ଼ିକ ଫଟୋଗ୍ରାଫିକୁ ସମସ୍ତ ପ୍ରକାରର ଆଲୋକ ପରିସ୍ଥିତିରେ ନିୟନ୍ତ୍ରଣ କରିବା ନିମନ୍ତେ ରହିଛି ।
ଏହି ସବୁ ଉପରେ ୪ହଜାର ଏମଏଏଚ୍ର ଏକ ଉଚ୍ଚ କ୍ଷମତା ବିଶିଷ୍ଟ ବ୍ୟାଟେରୀ ଯାହା ଦୁଇଦିନ ପର୍ଯ୍ୟନ୍ତ ଚାର୍ଜ ରଖୁଥିବାବେଳେ ନିଜର ଉକ୍ରୃଷ୍ଟତା ଯୋଗୁଁ ରେଡମୀ ବ୍ୟବହାରକାରୀଙ୍କ ମଧ୍ୟରେ ବେଶ ଜଣାଶୁଣା ।

ଏମ୍ଆଇ ଏଲଇଡି ସ୍ମାର୍ଟ ବଲବ୍(ଧଳା ଏବଂ ରଙ୍ଗୀନ)
ସାଓମି ପକ୍ଷରୁ ଏମ୍ଆଇ ଏଲଇଡି ସ୍ମାର୍ଟ ବଲବ୍(ଧଳା ଏବଂ ରଙ୍ଗୀନ)ର ଘୋଷଣା ଏମ୍ଆଇର ଉତ୍ପାଦ ଗୁଡିକ ମଧ୍ୟରେ ଏକ ନୂତନ ଅଧ୍ୟାୟ ଯୋଡାହୋଇଛି । ଏମ୍ଆଇ ଏଲଇଡି ସ୍ମାର୍ଟ ବଲବ୍ରେ ୧୬ଲକ୍ଷ ରଙ୍ଗ ରହିଥିବାବେଳେ ଏହାକୁ ଏମ୍ଆଇ ହୋମ୍ ଆପ, ଗୁଗୁଲ ଆସିଷ୍ଟାଣ୍ଡ ଏବଂ ଆମାଜୋନ ଆଲେକ୍ସା ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରୁଛି । ୧୧ବର୍ଷିଆ ଜୀବନ ଅବଧିଯୁକ୍ତ ଏହି ବଲବ୍ ଗୁଡିକ ସାଓମିର ଅନ୍ୟ ଉତ୍ପାଦ ଭଳି ନିଜର ଗୁଣବତ୍ତାକୁ ପ୍ରମାଣିତ କରୁଛି ।
ଏମ୍ଆଇ ଏଲଇଡି ସ୍ମାର୍ଟ ବଲବ୍ ୨୬ ଏପ୍ରିଲ ଅପରାହ୍ନ ୧୨ଘ.ରୁ ସାଓମିର କ୍ରାଉଡ ଫଣ୍ଡିଂ ମାଧ୍ୟମରେ ଶୁଭାରମ୍ଭ ହେବ ।
ଉପଲବ୍ଧତା:
ରେଡମି ୱାଇ୩ ର ୩ଜିବି +୩୨ଜିବି ମଡେଲ ୯୯୯୯ଟଙ୍କାରେ ଏବଂ ୪ଜିବି + ୬୪ଜିବି ମଡେଲ ୧୧୯୯୯ଟଙ୍କାରେ ନାଲି, ନୀଳ ଏବଂ କଳା ରଙ୍ଗରେ ଏମଆଇ.କମ୍, ଅମାଜନ ଏବଂ ଏମଆଇ ହୋମ୍ସରେ ୩୦ ଏପ୍ରିଲ ଅପରାହ୍ନ ୧୨ଟାରୁ ଉପଲବ୍ଧ ରହିବ ।
ରେଡମି୭ର ୨ଜିବି+୩୨ଜିବି ମଡେଲ ୭୯୯୯ଟଙ୍କାରେ ଏବଂ ୩ଜିବି+୩୨ଜିବି ମଡେଲ ୮୯୯୯ଟଙ୍କାରେ ନାଲି, ନୀଳ ଏବଂ କଳା ରଙ୍ଗରେ ଏମଆଇ.କମ୍, ଅମାଜନ ଏବଂ ଏମଆଇ ହୋମ୍ସରେ ୨୯ ଏପ୍ରିଲ ଅପରାହ୍ନ ୧୨ଟାରୁ ଉପଲବ୍ଧ ରହିବ ।


Share It

Comments are closed.