ଆଖି ବୁଜିଲେ କରୋନା ଭାଇରସ୍ ଚିହ୍ନଟକାରୀ ଡାକ୍ତର


ଡିସେମ୍ବର ୩୦ରେ ଡାକ୍ତର ଲି ୱେନଲିଆଙ୍ଗଙ୍କ ନିକଟକୁ ୭ ଜଣ ରୋଗୀ ଆସିଥିଲେ । ସେମାନେ ୟୁହାନ ମାଛ ବଜାରରୁ ସାମୁଦ୍ରିକ ମାଛ କିଣି ଖାଇବ ପରେ ଅସୁସ୍ଥ ଅନୁଭବ କରିଥିବା କହିଥିଲେ । ୩୪ ବର୍ଷୀୟ ଡାକ୍ତର ଲି ସେମାନଙ୍କୁ ପରୀକ୍ଷା କରି କରୋନା ଭାଇରାସରେ ସଂକ୍ରମିତ ହୋଇଥିବାର ଜାଣିବାକୁ ପାଇଥିଲେ ।
ଏହା ପରେ ଉକ୍ତ ଡାକ୍ତର ଜଣକ ରୋଗୀଙ୍କୁ ଔଷଧ ପରାମର୍ଶ ଦେଇ ସମ୍ପୃକ୍ତ ସେହି ମାଛ ବଜାରକୁ ଯାଇଥିଲେ । ସେଠାରୁ ବିକ୍ରି ହେଉଥିବା ମାଛକୁ କିଣି ତାକୁ ପରୀକ୍ଷା କରିଥିଲେ । ୨୦୦୩ରେ ସାର୍ସ ଭୂତାପୁ ବ୍ୟାପିବା ଫଳରେ ଶତାଧିକ ରୋଗୀ ମରିଥିବା କଥା ତାଙ୍କର ମନେ ପଡିଗଲା । ଏହା ଜାଣିବା ପରେ କାଳବିଳମ୍ବ ନକରି ସେ ଡାକ୍ତରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କରୋନା ଭାଇରସ ବିଷୟରେ ଜଣାଇବା ସହ ସତର୍କ ରହିବାକୁ ପରାମର୍ଶ ଦେବାକୁ ଲାଗିଲେ । ଚାହୁଁଚାହୁଁ ଚାରିଆଡେ କରୋନା ଭାଇରସ ମାତିଥିବା କଥା ସୋସିଆଲ ମିଡିଆରେ ଖେଳିଗଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଖବରର ପୋଲିସ ତଦନ୍ତ କରି ଲି’ଙ୍କ ନିକଟରେ ପହଞ୍ଚିଗଲା । ଗୁଜବ ପ୍ରସାରିତ କରିଥିବା ଅଭିଯୋଗରେ ୟୁହାନ ପୋଲିସ ଲି’ଙ୍କ ସମେତ ୮ ଜଣଙ୍କ ଗିରଫ କଲା । ଡାକ୍ତଖାନାର ଆଇସିୟୁ ବେଡରୁ ସେ ଏହି ବିଷୟ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ବଖାଣିଥିଲେ । ବିନା ଦୋଷରେ ତାଙ୍କୁ ଗିରଫ କରିବା ପରେ ପୋଲିସ ଲୋକମାନଙ୍କୁ ମିଛ ଗୁଜବରେ ଭୟ ନକରିବାକୁ ଡାକବାଜି ଯନ୍ତ୍ରରେ ଘୋଷଣା କରିଥିଲେ । ଚୀନ ସ୍ୱାସ୍ଥ୍ୟ କମିଶନ ବାସ୍ତବକିତା ଅନୁଭବ କରିବା ବେଳକୁ ସବୁ ଡେରି ହୋଇଯାଇଥିଲା ।
ଚୀନର ହୁଆନାନ ସାମୁଦ୍ରିକ ମାଛ, କଙ୍କଡା କିଣି ଖାଉଥିବା ଲୋକମାନେ ଜଣକ ପରେ ଜଣେ ମେଡିକାଲରେ ପହଞ୍ଚିବାକୁ ଲାଗିଲେ । ସତ୍ୟତା ଜାଣିବା ପରେ ଡାକ୍ତର ଲି’ଙ୍କୁ ଥାନାରୁ ମୁକ୍ତ କରିଥିଲେ । ସେ କିଭଳି କରୋନା ନରୂପଣ କଲେ, ତାହା ଜାଣିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ କୈଫିୟତ ଲୋଡିଥିଲେ । ଏହା ପରେ ଲି’ କରୋନା ରୋଗୀଙ୍କୁ ଚିକିତ୍ସା କରିବା ମଧ୍ୟରେ ନିଜେ ଏହି ଗୁରୁତର ରୋଗରେ ଆକ୍ରନ୍ତ ହୋଇ ପଡିଥିଲେ । ଲି’ଙ୍କ ନିକଟ କିଛି ଦିନ ତଳେ ପରୋଲକ ଘଟିଥିବାବେଳେ ପୂର୍ବରୁ ତାଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ପାଇଁ ଚୀନର ସୁପ୍ରିମକକୋର୍ଟ ପୁଲିସ ପ୍ରଶାସନକୁ କଡା ନିନ୍ଦା କରିଛନ୍ତି ।
ପ୍ରକାଶ ଥାଉକି, କରୋନା ଭାଇରସରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୬୩୯କୁ ଟପିଯାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୧, ୫୨୦ରେ ପହଞ୍ଚିଛି ବୋଲି ଜାଣିବାକୁ ମିଳିଛି ।


Share It

Comments are closed.