କମ୍ୟୁନିଟି ସ୍ପ୍ରେଡ କଣ? ଦିଲ୍ଲୀରେ ଘୁରି ବୁଲୁଛି ଯାହାର ବିପଦ


ଏବେ ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣର କମ୍ୟୁନିଟି ଟ୍ରାନ୍ସମିସନ କଥା କୁହାଯାଉଛି । ସୋମବାର ଦିନ ପ୍ରେସ କନଫରେନ୍ସରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସେସୋଦିଆ କହିଥିଲେ ଯେ ଦିଲ୍ଲୀରେ କରୋନାର ମାମଲା ବଢ଼ିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କମ୍ୟୁନିଟି ସ୍ପ୍ରେଡ ବା ଗୋଷ୍ଠୀ ସଂକ୍ରମଣ କଣ ଅଟେ ଓ ଏହା କିପରି ହୋଇଥାଏ ।
ଗୋଷ୍ଠୀ ସଂକ୍ରମଣ କରୋନା ଭାଇରସର ତୃତୀୟ ସ୍ତର ବା ଥର୍ଡ ଷ୍ଟେଜ ଅଟେ । ଏହି ଷ୍ଟେଜ ସେତେବେଳେ ଆସିଥାଏ ଯେତେବେଳେ କୌଣସି ଗୋଟିଏ ବଡ଼ ଅଂଚଳର ଲୋକ ଭାଇରସ ସଂକ୍ରମିତ ମିଳିଥାନ୍ତି । ସେଠାରେ କରୋନା ଭାଇରସରେ ସଂକ୍ରମିତ ଲୋକ ସଂଖ୍ୟା ବିପଦଜନକ ସ୍ତରରେ ପହଂଚିଯାଇଥାଏ ।
ଗୋଷ୍ଠୀ ସଂକ୍ରମଣରେ କୌଣସି ଏଭଳି ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇପାରେ ଯେ ନାତ କରୋନା ଭାଇରସ ଦ୍ୱାରା ପ୍ରଭାବିତ ଦେଶରୁ ଫେରିଥାନ୍ତି ଏବଂ ନା ସେ କୌଣସି ଅନ୍ୟ କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥାନ୍ତି । ଅନେକ ଦେଶର ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ କମ୍ୟୁନିଟି ସ୍ପ୍ରେଡ ହେବାଦ୍ୱାରା ଏଥିରୁ ବଂଚିବା କଷ୍ଟକର ହୋଇପଡ଼େ । ଏହି ଷ୍ଟେଜରେ ଏହା ଜଣାପଡ଼ିନଥାଏଯେ କୌଣସି ବ୍ୟକ୍ତି କେଉଁଠାରୁ ସଂକ୍ରମିତ ହେଉଛନ୍ତି ।
ଜଣାଇଦେଉଛୁ ଯେ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ କରୋନା ଭାଈରସ ଦ୍ୱିତୀୟ ଚରଣ ଅର୍ଥାତ ଲୋକଲ ଟ୍ରାନ୍ସମିସନ ସ୍ତରରେ ଥିଲା । ଲୋକଲ ଟ୍ରାକ୍ସମିସନ ତାହାକୁ କୁହାଯାଇଥାଏ ଯେତେବେଳେ କୌଣସି ରୋଗୀ ବିଦେଶରୁ ଫେରିଥିବା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ସଂକ୍ରମିତଙ୍କ ଜରିଆରେ ବେମାର ହୋଇଥାନ୍ତି । ଏହାର ଅର୍ଥ ହେଉଛି ଯେ ଲୋକଲ ଟ୍ରାନ୍ସମିସନରେ ଜଣାରହିିଥାଏ ଯେ ଭାଇରସ କେଉଁଠାରୁ ବଢ଼ୁଛି ।
ଏହା ପୂର୍ବରୁ ରହିଥାଏ ପ୍ରଥମ ଷ୍ଟେଜ,ଯେଉଁଥିରେ କରୋନା ଭାଇରସ ସଂକ୍ରମଣ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକରୁ ଆସିଥିବା ଲୋକଙ୍କ ଠାରେ ସଂକ୍ରମଣ ମିଳିଥାଏ । କିନ୍ତୁ ସବୁଠାରୁ ଭୟଙ୍କର ହୋଇଥାଏ ଚତୁର୍ଥ ଷ୍ଟେଜ, ଚୀନରେ ଏହା ନିଜର ଚତୁର୍ଥ ଷ୍ଟେଜରେ ଥିଲା । ଏଭଳି ସ୍ଥିତିରେ ଏହାର ସମାଧାନ ଖୋଜିବା କଷ୍ଟକର ହୋଇଥାଏା
ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷା ସିସୋଦିଆ ସୋମବାର କହିଥିଲେ ଯେ ମଙ୍ଗଳବାରଦିନ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବୈଠକରେ ମହତ୍ୱପୂର୍ଣ୍ଣ ଚର୍ଚ୍ଚା ହେବ । ଏଥିରେ ଏହା ନିଷ୍ପତି କରାଯିବ ଯେ ଦିଲ୍ଲୀରେ କରୋନାର ଷ୍ଟେଜ କଣ ରହିଛି ଏବଂ କଣ କରୋନା ଦିଲ୍ଲୀରେ କମ୍ୟୁନିଟି ସ୍ପ୍ରେଡ ଷ୍ଟେଜରେ ପହଂଚିଗଲାଣି । ଯଦି ଦିଲ୍ଲୀରେ କମ୍ୟୁନିଟି ସ୍ପ୍ରେଡ ହୋଇଯାଇଛି ତେବେ ଏହା ସହ ମୁକାବିଲା କରିବାକୁ କଣ ରଣନୀତି ଗ୍ରହଣ କରାଯିବ । ଏହା ଉପରେ ଡାଟା ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯିବ । ଏଭଳି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ମଧ୍ୟଠିକ ନାହିଁ । ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଛି ।


Share It

Comments are closed.