ଉଦ୍ଧବ ଠାକରେଙ୍କୁ ଟାର୍ଗେଟ୍‌ କରି ପୁଣି ବର୍ଷିଲେ କଙ୍ଗନା, କହିଲେ ‘ଆଜ୍‌ ମେରା ଘର୍‌ ଠିକ୍‌ ହୈ, ତେରା ଘମଣ୍ଡ ଟୁଟ୍‌ ଗୟା’


‘ଆଜ୍‌ ମେରା ଘର ଟୁଟା ହୈ, କଲ୍‌ ତେରା ଘମଣ୍ଡ ଟୁଟେଗା’ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦିନେ ଏଭଳି କହିଥିଲେ ବଲିଉଡ ଅଭିନେତ୍ରୀ ଉଦ୍ଧବ ଠାକରେ । ଆଉ ଆଜି ତାହା ଶତ ପ୍ରମାଣିତ ହୋଇଛି । ଠାକରେଙ୍କ ନିକଟରୁ ମୁଖ୍ୟମନ୍ତ୍ରୀ ଚୌକି ଯାଇଛି । ବୁଧବାର ରାତିରେ ନିଜେ ସୋସିଆଲ ମିଡିଆରେ ଲାଇଭ୍‌ ଆସି ସିଏମ୍‌ ପଦରୁ ଇସ୍ତଫା ଦେଇଥିଲେ ଠାକରେ ।

ଏବେ ମହାରାଷ୍ଟ୍ର ରାଜନୀତିର ଦୃଶ୍ୟପଟ ବଦଳିବା ପରେ ନୂଆ ଭିଡିଓ ଜାରି କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ । ଦୀର୍ଘଦିନ ହେଲା ମହାରାଷ୍ଟ୍ର ପଲିଟିକ୍ସରେ ହାଇଡ୍ରାମା ଜାରି ରହିଥିବା ବେଳେ ମୁହଁ ଖୋଲୁନଥିଲେ କଙ୍ଗନା । ଏବେ ଉଦ୍ଧବଙ୍କ ଇସ୍ତଫା ପରେ ହଠାତ୍‌ ଭିଡିଓ ଜାରିକରି ପୂର୍ବ କଥା ମନେପକାଇଛନ୍ତି କଙ୍ଗନା ।

କଙ୍ଗନା କହିଛନ୍ତି, ‘୧୯୭୫ ପରେ ଏହି ସମୟ ଭାରତର ଲୋକତନ୍ତ୍ର ପାଇଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ସମୟ । ୧୯୭୫ରେ ଜନନେତା ଜେପି ନାରାୟଣଙ୍କ ଗୋଟିଏ ନାରା ‘ସିଂହାସନ ଛୋଡୋ’ ଜୋରଦାର ହୋଇଥିଲା । ସେତେବେଳେ ସରକାରର ପତ୍ତନ ଘଟିଥିଲା । ୨୦୨୦ରେ ମୁଁ କହିଥିଲି ଲୋକତନ୍ତ୍ର ଏକ ବିଶ୍ବାସ । ସତ୍ତାର ଘମଣ୍ଡରେ ଆସି ଯିଏ ଏହି ବିଶ୍ବାସକୁ ଭାଙ୍ଗିଥାଏ ତାହାର ଘମଣ୍ଡ ଭାଙ୍ଗିବା ବି ଥୟ । ହନୁମାନଙ୍କୁ ଶିବଙ୍କର ୧୨ତମ ଅବତାର କୁହାଯାଏ । ଏବେ ଶିବସେନା ଯଦି ହନୁମାନ ଚାଳିଶାକୁ ବ୍ୟାନ୍‌ କରିଦେଉଛି ତେବେ ତାକୁ ଶିବ ବି ରକ୍ଷା କରିବେନି’। କଙ୍ଗନାଙ୍କ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

କଣ କହିଥିଲେ କଙ୍ଗନା :

ସେତେବେଳେ କଙ୍ଗନା ରଣାଓ୍ବତଙ୍କ ମୁମ୍ବାଇ ସ୍ଥିତ ଅଫିସ୍ ମଣିକର୍ଣ୍ଣିକା ଫିଲ୍ମସ୍‌କୁ ବିଏମସି ପକ୍ଷରୁ ଭଙ୍ଗାଯିବା ଘଟଣାରେ ଉଦ୍ଧବ ଠାକରେ ବିରୁଦ୍ଧରେ ମନଇଚ୍ଛା ବର୍ଷିଥିଲେ । କେବଳ ସେତିକି ନୁହେଁ କହିଥିଲେ, ‘ଉଦ୍ଧବ ଠାକରେ ଏକ୍‌ ବାତ୍‌ ୟାଦ୍‌ ରଖନା, ଆଜ୍‌ ମେରା ଘର ଟୁଟା ହୈ, କଲ୍‌ ତେରା ଘମଣ୍ଡ ଟୁଟେଗା’। ଆଉ ଆଜି ତାହା ହିଁ ହୋଇଛି । ମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ଠାକରେ ।


Share It

Comments are closed.