ଆଣ୍ଠୁ ଓ କହୁଣୀରୁ କଳାଦାଗ ହଟାଇବାକୁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ଉପାୟ


ମୁହଁରେ ଚମକ ପାଇଁ ସାଧାରଣତଃ ସମସ୍ତେ ବିଭିନ୍ନ ଉପାୟ ଆପଣେଇ ଥାନ୍ତି। ହେଲେ ଅନେକ କହୁଣୀ ଓ ଆଣ୍ଠୁର କଳାଦାଗକୁ ଅଣଦେଖା କରନ୍ତି। ଏହି କଳାଦାଗ ପାଇଁ ଇଚ୍ଛାଥିଲେ ବି ସର୍ଟ ଡ୍ରେସ ପିନ୍ଧି ହୁଏନି। ଆପଣ ଯଦି ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ କିଛି ଘରୋଇ ଟିପ୍ସ ଆପଣେଇ ପାରିବେ।

ଏହି କଳାଦାଗ ଦୂର କରିବା ପାଇଁ ଆପଣ ପ୍ରତିଦିନ ଆଣ୍ଠୁ ଓ କହୁଣୀରେ ଲେମ୍ବୁ ଓ କ୍ଷୀରର ମିଶ୍ରଣ ଲଗାଇ ପାରିବେ। ନିୟମିତ ଏହାର ବ୍ୟବହାର କଲେ ଫରକ ଆପେ ଜାଣି ପାରିବେ।
ସେହ ସ୍ଥାନରେ ଆପଣ ଆଲୋଭେରା ଜେଲ ମଧ୍ୟ ଲଗାଇ ପାରିବେ। ନିୟମିତ ଏହାକୁ ଲଗାଇବା ଦ୍ୱାରା ଆଣ୍ଠୁ ଓ କହୁଣୀରୁ ଦାଗ ଦୂର ହୋଇଥାଏ।
ଗାଧୋଇବା ସମୟରେ ପୂରା ଶରୀରରେ ଆପଣ ନଡ଼ିଆ ତେଲ ଲଗାଇ ପାରିବେ। ଏହା ତ୍ୱଚାକୁ କୋମଳ ରଖିବା ସହ କଳାଦାଗ ହଟାଇବାରେ ସାହାଯ୍ୟ କରିଥାଏ।
ଏହାବ୍ୟତୀତ ଆପଣ ହଳଦୀ, ଲେମ୍ବୁ, ମହୁର ଏକ ମିଶ୍ରଣ ଲଗାଇ ପାରିବେ।


Share It

Comments are closed.