କାର୍ଗିଲ ବିଜୟର ମୁଖ୍ୟ କର୍ଣ୍ଣଧାରଙ୍କ ବିଷୟରେ କିଛି ଅକୁହା କଥା


ଆଜିର ଦିନ ହେଉଛି ଭାରତୀୟଙ୍କ ପାଇଁ ଏକ ଗର୍ବର ଦିନ କାରଣ ୨୬ ଜୁଲାଇ ହେଉଛି ସମସ୍ତ ଭାରତୀୟଙ୍କ ପାଇଁ କାର୍ଗିଲ ବିଜୟ ଦିବସ । ଅଢେଇ ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତ ପାକିସ୍ତାନକୁ ହରାଇ କାର୍ଗିଲ ପର୍ବତ ଉପରେ ତ୍ରିରଙ୍ଗା ପତକା ଉଡାଇଥିଲା । ଆସନ୍ତୁ ତେବେ ଜାଣିବା କାର୍ଗିଲ ଯୁଦ୍ଧରେ ଘଟିଥିବା କିଛି ଘଟଣାବଳୀ ସଂପର୍କରେ ଏବଂ ଏହି ବିଜୟର କର୍ଣ୍ଣଧାରା ପାଲଟିଥିବା ପୂର୍ବତ୍ତନ ସେନାଧକ୍ଷ ଭି.ପି ମଲ୍ଲିକଙ୍କ ସଂପର୍କରେ ।
କାର୍ଗିଲ ଯୁଦ୍ଧ ସମୟରେ ଭାରତ ସୈନ୍ୟ ପାକିସ୍ତାନର ସୈନ୍ୟଗଣଙ୍କୁ ଦେଶରୁ ବିତାଡିତ କରିବାରେ ସଫଳ ହୋଇଥିବା ବେଳେ ଅପର ପକ୍ଷରେ ପୂର୍ବତ୍ତନ ସେନାଧକ୍ଷ ଭି.ପି ମଲ୍ଲିକଙ୍କ ନେତୃତ୍ତ୍ୱରେ ଭାରତୀୟ ସେନା ପାକିସ୍ତାନ ଭିତରକୁ ଅନୁପ୍ରବେଶ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିଲେ । କିନ୍ତୁ ସେହି ସମୟରେ ତତ୍ତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀ ଭାରତୀୟ ସେନାଙ୍କୁ ଏହା ନ କରିବା ପାଇଁ ଆଦେଶ ଦେଇଥିଲେ ।
ଭି.ପି ମଲ୍ଲିକ ନିଜର ଏକ ପୁସ୍ତିକା ‘କାର୍ଗିଲ’ରେ ଏହା ଘଟଣା ସମ୍ବନ୍ଧରେ ଲେଖିଥିବା ସହ ଅନେକ ଗୁଡିଏ ସାର୍ବଜନୀକ ସଭା ଗୁଡିକରେ କାର୍ଗିଲ ସମ୍ବନ୍ଧରେ ନିଜର ଅନୁଚିନ୍ତା ମଧ୍ୟ ପ୍ରକାଶ କରିଛନ୍ତି । ମଲ୍ଲିକ ପ୍ରଧାନମନ୍ତ୍ରୀଙ୍କୁ ଏହା ଭରସା ମଧ୍ୟ ଦେଇଥିଲେ ଆମେ ପାକିସ୍ତାନୀ ସୈନ୍ୟଙ୍କୁ ଦେଶରୁ ବିତାଡିତ କରିବା ପାଇଁ ନିଶ୍ଚୟ ସଫଳ ହେବୁ କିନ୍ତୁ ତାଙ୍କୁ କାର୍ଗିଲ ସମେତ ଅନ୍ୟ ମୋର୍ଚ୍ଚା ମାନଙ୍କରେ ମଧ୍ୟ ଯୁଦ୍ଧ ଆରମ୍ଭ କରିବାକୁ ହେବ । ସେଥିପାଇଁ ଆଣ୍ଡାମାନ ନିକୋବରର ବ୍ରିଗେଡକୁ ପଶ୍ଚିମ ସୀମାରେ ଆଣିବା ପାଇଁ ଏବଂ ନୈସେନାର ଯୁଦ୍ଧ ଜାହାଜକୁ ବଙ୍ଗୋପସାଗରରୁ ଆରବ ସାଗରକୁ ଆଣିବା ପାଇଁ ଉପଦେଶ ଦେଇଥିଲେ ।
ସେ ଏପରି ଭାବରେ ଯୁଦ୍ଧର ରଣନୀତ ପ୍ରସ୍ତୁତ କରିଥିଲେ ଯେପରି ପାକିସ୍ତାନୀ ସୈନ୍ୟଙ୍କୁ ଏକା ସମୟରେ ଅନେକ ଜାଗାରୁ ଘେରି ଆକ୍ରମଣ କରାଯାଇପାରିବ ।
ବାଜପେୟୀ ନୱାଜଙ୍କୁ ଫୋନ କରି କହିଥିଲେ – ଆମେ ଆମ ଅଞ୍ଚଳରେ ଅନୁପ୍ରେବଶକାରୀଙ୍କୁ ବରଦାସ୍ତ କରିବୁ ନାହିଁ
ଅପରେସନ ବିଜୟ ଆରମ୍ଭ ହେବ, ତତ୍ତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଦ୍ୱାରା ଏହି ନିର୍ଣ୍ଣୟ ନିଆଯିବା ପରେ ସେ ନିଜର ପ୍ରତିଦ୍ୱନ୍ଧୀ ନୱାଜ ସରଫିଙ୍କୁ ଫୋନ କରି କହିଥିଲେ ଆମେ ଆମ ଅଞ୍ଚଳରେ ଅନୁପ୍ରେବଶକାରୀଙ୍କୁ ବରଦାସ୍ତ କରିବୁ ନାହିଁ । ଆମେ ଆମ ଜାଗା ଖାଲି କରାଇବୁ । ସେ ଆହୁରୀ ମଧ୍ୟ କହିଥିଲେ ଏହା ଅନୁପ୍ରବେଶ ନୁହେଁ ବରଂ ନୂଆ ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିବାର କାର୍ଯ୍ୟକଳାପ ।
ବାଜପେୟୀ ଏତିକି ପର୍ଯ୍ୟନ୍ତ ଠିକ ଥିଲେ, କିନ୍ତୁ ଏଲଓସି ପାର କରି ପାକିସ୍ତାନି ସେନାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ମଲ୍ଲିକଙ୍କ ଦ୍ୱାରା ପ୍ରସ୍ତୁତ କରିଥିବା ରଣନୀତକୁ ସିଧାସିଧା ମନା କରିଦେଇଥିଲେ । ମଲ୍ଲିକ ଯେବେ ବାୟୁ ସେନାକୁ କାର୍ଗିଲରେ ଅବତାରଣ କରିବା ପାଇଁ ଆଦେଶ ସେହି ସମୟରେ ବାଜପେୟୀ ବାୟୁସେନାକୁ ଏଲଓସିକୁ ଉଲ୍ଲଘନ ନ କରିବା ପାଇଁ ଆଦେଶ ଦେଇଥିଲେ ।


Share It

Comments are closed.