ଜୁଲାଇ ୨୭ : ଶତାବ୍ଦୀର ସବୁଠାରୁ ବଡ ଚନ୍ଦ୍ରଗ୍ରହଣ


ଏକ ବିଂଶ ଶତାବ୍ଦୀର ସବୁଠାରୁ ବଡ ଚନ୍ଦ୍ରଗ୍ରହଣ କାଲି ଦେଖିବାକୁ ମିଳିବ । ଏହାର ପ୍ରଭାବ ଭାରତର ସମସ୍ତ ପାଖାପାଖି ସ୍ଥାନରେ ୧ଘଣ୍ଟା ୪୩ମିନିଟ ପର୍ଯ୍ୟନ୍ତ ରହିବ । ଏହାର ସମୟସୀମା ୬ ଘଣ୍ଟା ୧୪ମିନିଟ୍ ପର୍ଯ୍ୟନ୍ତ ରହିବ । ଉକ୍ତ ଦିନଟିରେ ପ୍ରାୟ ୧୦୩ମିନିଟ ଧରି ଲୋକମାନେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ସ୍ଥିତି ଖାଲି ଆଖିର ଦେଖିପାରିବେ । ଏହାର କିଛି ଅଂଶ ଦକ୍ଷିଣ ଆମେରିକା, ଆଫ୍ରିକା, ମଧ୍ୟ ପୂର୍ବ ଏବଂ ମଧ୍ୟ ଏସିଆରେ ମଧ୍ୟ ଦେଖାଯିବ । ଭାରତୀୟମାନେ ଚନ୍ଦ୍ରକୁ ଉଭୟ ଆଂଶିକ ଏବଂ ସମ୍ପୂର୍ଣ୍ଣ ଭାବେ ଦେଖିପାରିବେ । ଏହି ବୃହତ ଦନ୍ଦ୍ରଗ୍ରହଣର ପ୍ରଭାବ ଦିନ ୨୭ଜୁଲାଇ ଦିନ ୧୨ରୁ ଆରମ୍ଭ ହୋଇ ଜୁଲାଇ ୨୮ ସକାଳ ୫ ପର୍ଯ୍ୟନ୍ତ ରହିବ ।
ଗତ ୨୦୦୦ ମସିହା ଜୁଲାଇ ୧୬ରେ ଏହିପରି ଏକ ବୃହତ ଚନ୍ଦ୍ରଗ୍ରହଣ ପଡିଥିଲା । ଏହାର ପ୍ରଭାବ ୧ଘଣ୍ଟା ୪୬ମିନିଟ ପର୍ଯ୍ୟନ୍ତ ରହିଥିଲା । ପୁରାଣ ଅନୁଯାୟୀ ଚନ୍ଦ୍ରଗ୍ରହଣ ସୂର୍ଯ୍ୟ ଏବଂ ଚନ୍ଦ୍ର ଉପରେ ରାହୁ ଏବଂ କେତୁଙ୍କ ପ୍ରଭାବ ଯୋଗୁଁ ପଡିଥାଏ । କିନ୍ତୁ ଖ୍ରୀଷ୍ଟ ପୂର୍ବ ୪୭୬-୫୫୦ରେ ଆର୍ଯ୍ୟଭଟ୍ଟ ଏହାର ବୈଜ୍ଞାନିକ କାରଣ ପ୍ରଦାନ କରିଥିଲେ । ତାଙ୍କ ମତ ଅନୁଯାୟୀ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ମଝିରେ ପୃଥିବୀ ଆସିବା ଦ୍ୱାରା ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ ତେଣୁ ତାହାକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ । ତେଣୁ ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ପଡିଥାଏ ଯେଉଁଦିନ ସୂର୍ଯ୍ୟ ଏବଂ ଚନ୍ଦ୍ର ବିପରୀତ ଦିଗରେ ଥାନ୍ତି ଏବଂ ସୂର୍ଯ୍ୟ ପରାଗ ଅମାବାସ୍ୟା ଦିନ ପଡିଥାଏ ଯେବେ ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟ ଗୋଟିଏ ଦିଗରେ ଅବସ୍ଥାନ କରନ୍ତି । ସୂର୍ଯ୍ୟଙ୍କର କିରଣ ପୃଥିବୀ ଦେଇ ସଠିକ ଭାବେ ଗତି କରିନପାରୁଥିବାରୁ ପୃଥିବୀର ଜଳବାୟୁରେ ଏକ ପତଳା ସ୍ତର ସୃଷ୍ଟି ହୋଇଥାଏ ଯାହା ଚନ୍ଦ୍ର ଉପରେ ଏକ କିରଣ ପ୍ରତିଫଳିତ କରିଥାଏ । ସୂର୍ଯ୍ୟଙ୍କର ନୀଳ କିରଣ ପୃଥିବୀ ଦେଇ ଗତି କରିଥାଏ ତେଣୁ ଏହି ଦିନ ଆକାଶଟି ସମ୍ପୂର୍ଣ୍ଣ ରୂପେ ନୀଳ ଦେଖାଯାଏ ଏବଂ ଜଳବାୟୁରୁ ଲାଲ କିରଣ ଅତିବାହିତ ହୋଇ ଚନ୍ଦ୍ରରେ ପ୍ରତିଫଳିତ ହୋଇଥାଏ ତେଣୁ ଏହି ଦିନ ଚନ୍ଦ୍ର ସମ୍ପୂର୍ଣ୍ଣ ଗାଢ ଲାଲ ରଙ୍ଗରେ ପାଲଟି ଯାଏ ।

ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟ ପରାଗରେ ପୃଥିବୀ ଉପରେ ଖରାପ ପ୍ରଭାବ ପଡିଥାଏ ବୋଲି ମଧ୍ୟ କୁହାଯାଏ । କେବଳ ମନୁଷ୍ୟ ଏବଂ ପ୍ରାଣୀ ନୁହଁନ୍ତି ଏହି ଗ୍ରହଣର ପ୍ରଭାବ ବୃକ୍ଷଲତାଙ୍କ ଉପରେ ମଧ୍ୟ ପଡିଥାଏ । ଏହି ସମୟରେ ଘରେ ଘରେ ପାକ ନିଷେଧର ପରମ୍ପରା ରହିଥିବା ବେଳେ ଏହାର ବୈ÷ଜ୍ଞାନିକ କାରଣ ମଧ୍ୟ ରହିଛି । ଗ୍ରହଣ ସମୟରେ ସୂର୍ଯ୍ୟଙ୍କର ପ୍ରଭାବ ଖୁବ କମ ରହିଥାଏ ତେଣୁ ଏହି ସମୟରେ ରନ୍ଧା କିମ୍ବା ଭାରି ମସଲା ଯୁକ୍ତ ଖାଦ୍ୟ ହଜମ ହେବା ଖୁବ କଷ୍ଟକର । ତେଣୁ ଏହି ସମୟରେ ହାଲକା ଖାଦ୍ୟ ତଥା ଚୁଡା, ଫଳ ଇତ୍ୟାଦି ଖାଇବା ଉଚିତ । ଗ୍ରହଣକୁ ନେଇ ବହୁ ପ୍ରକାରର ଅନ୍ଧବିଶ୍ୱାସ ରହିଛି । ଲୋକମତ ଅନୁଯାୟୀ ଗ୍ରହଣ ସମୟର ବାହାରକୁ ଯିବା ନିଷେଧ କାରଣ ଏହି ସମୟରେ ଶରୀରରେ ଖୁବ ଖରାପ ପ୍ରଭାବ ପଡିଥାଏ । ଏବଂ ଗ୍ରହଣ ପରେ ଗାଧେଇବା ମଧ୍ୟ ଏକ ପ୍ରକାରର ବାଧ୍ୟତାମୂଳକ ରହିଥାଏ । ସ୍ୱତନ୍ତ୍ରଭାବେ ଗର୍ଭବତୀ, ଶିଶୁମାନଙ୍କ ପାଇଁ ବିଭିନ୍ନ ପ୍ରକାରର କଟକଣା ମଧ୍ୟ ରହିଥାଏ ।


Share It

Comments are closed.