ଗ୍ରୀସରେ ଭୟଙ୍କର ଅଗ୍ନିକାଣ୍ଡ – ୭୮ ମୃତ


ଗ୍ରୀସର ରାଜଧାନୀ ଏଥେନ୍ସ ପାଖରେ ଥିବା ଜଙ୍ଗଲ ଅଞ୍ଚଳରେ ଏକ ଭୟଙ୍କର ଅଗ୍ନି କାଣ୍ଡ ଘଟିଛି । ଏହା ଦ୍ୱାରା ପ୍ରାୟ ୭୮ ଲୋକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସୂଚନା ମୁତାବକ ମୁତାବକ ଏହା ହେଉଛି ଚଳିତ ଦଶକର ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ । ରେଡ କ୍ରସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡରେ ସମୁଦ୍ରଟତସ୍ଥ ଏକ ଗାଁ ଥିବା ଜଣକ ଘରୁ ପ୍ରାୟ ୨୬ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
ଏହି ଅଞ୍ଚଳରେ ସବୁଠାରୁ ଭୟଙ୍କର ନିଆଁ ଲାଗିଛି । ଯାହାଫଳରେ ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ନିଆଁ ଘେରରେ ଫସି ଥିବାର ମଧ୍ୟ ସନ୍ଦେହ ପ୍ରକାଶ କରାଯାଉଛି । ରିଲିଫ ଏବଂ ସୁରକ୍ଷାକର୍ମୀ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ୫ଟି ହେଲିକ୍ୟାପ୍ଟର ଏବଂ ୨୫୦ ଦମକଳ ଗାଡି ଗୁଡିକୁ ନିୟୋଜିତ କରାଯାଇଛି ।
ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଗ୍ରୀସ ଅଟିକାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଇଦିଆଯାଇଛି । ଏହାକୁ ଦୃଷ୍ଟିରେ ଗ୍ରୀସର ପ୍ରଧାନମନ୍ତ୍ରୀ ଆଲେକ୍ସି ପଡୋଶୀ ଦେଶ ଗୁଡିକଙ୍କ ଠାରୁ ସହାୟତାର ହାତ ପତାଇଛନ୍ତି । ଏହା ପରେ ଏହାର ପଡୋଶୀ ଦେଶ ଜର୍ମାନୀ, ଫ୍ରାନ୍ସ, ଇଟାଲୀ ନିଜ ଯବାନଙ୍କୁ ପଠାଇଦେଛନ୍ତି


Share It

Comments are closed.