କ୍ରିମିୟା ବ୍ରିଜ୍ ଉପରେ ମର୍ସିଡିଜ କାର ଚଳାଇଲେ ପୁଟିନ୍‌, ଦେଖନ୍ତୁ ଭିଡିଓ


କ୍ରିମିୟା ବ୍ରିଜ ଉପରେ ମର୍ସିଡିଜ କାର ଚଳାଇଲେ ପୁଟିନ୍‌ । ପୁଟିନଙ୍କ ସାଙ୍ଗରେ ଥିଲେ ରୁଷ ଉପପ୍ରଧାନମନ୍ତ୍ରୀ ଦିମିତ୍ରୋ ରୋଗୋଜିନ। କ୍ରିମିୟା ବ୍ରିଜ ଉପରେ କାର ଚଳାଇ ମରାମତି କାମର ତଦାରଖ କରିଛନ୍ତି ରୁଷ ରାଷ୍ଟ୍ରପତି। ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ମରାମତିରେ କେତେ ଲୋକ ଲାଗିଛନ୍ତି ଓ କେବେ କାମ ସରିବ ବୋଲି ରୋଗୋଜିନଙ୍କୁ ପଚାରିଥିଲେ ପୁଟିନ। ପ୍ରାୟ ୫୦୦ ଲୋକ ବ୍ରିଜ ମରାମତି କାମରେ ଲାଗିଥିବା ସୂଚନା ଦେଇଥିଲେ ରୋଗୋଜିନ୍‌। ଏହା ସହ ପୁଟିନ ବିଲ୍‌ଡରଙ୍କ ସହ ବ୍ରିଜ ମରାମତି ବିଷୟରେ ଆଲୋଚନା ମଧ୍ୟ କରିଥିଲେ ।

ଅକ୍ଟୋବରରେ କ୍ରିମ୍ରିୟା ବ୍ରିଜ ଉପରେ ଆକ୍ରମଣ କରିଥିଲା ୟୁକ୍ରେନ । ଟ୍ରକରେ ବିସ୍ଫୋରକ ରଖି ବ୍ରିଜ ଉପରେ ବିସ୍ଫୋରଣ କରାଯାଇଥିଲା। ଏହି ପୋଲ ଭାଙ୍ଗିବା ପରେ ରୁଷ ଓ କ୍ରିମିୟା ମଧ୍ୟରେ ସ୍ଥଳ ଭାଗରେ ସମ୍ପର୍କ ଏକ ପ୍ରକାର ଶେଷ ହୋଇଯାଇଥିଲା । ଏହାପରେ ଏହାର ମରାମତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି।


Share It

Comments are closed.