ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ ଭିଷ୍ଟା ଇକ୍ୱିଟି ପାର୍ଟନର୍ସ


ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କ୍ରମରେ ବିଶ୍ୱର ପ୍ରମୁଖ ଘରୋଇ ଇକ୍ୱିଟି ସଂସ୍ଥା ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (ଭିଷ୍ଟା) ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ନିବେଶ କରାଯିବାକୁ ଥିବା ଘୋଷଣା କରାଯାଇଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ସଂସ୍ଥାଗତ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଭିଷ୍ଟାର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୨.୩୨ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ । ଏହି ନିବେଶ ଦ୍ୱାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଫେସବୁକ୍ ପରେ ଜିଓ ପ୍ଲାଟଫର୍ମସ୍‌ର ତୃତୀୟ ବୃହତ୍ତମ ନିବେଶକ ହୋଇଛି ଭିଷ୍ଟା ଇକ୍ୱିଟି ପାର୍ଟନର୍ସ । ତିନି ସପ୍ତାହରୁ କମ୍ ସମୟ ଭିତରେ ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତି କ୍ଷେତ୍ର ନିବେଶକଙ୍କ ଠାରୁ ଜିଓ ପ୍ଲାଟଫର୍ମସ୍ ଏବେ ୬୦,୫୯୬.୩୭ କୋଟି ଟଙ୍କାର ପୁଞ୍ଜି ହାସଲ କରିପାରିଛି ।
ଜିଓ ପ୍ଲାଟଫର୍ମସ୍ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ଓ ଏକ ପରବର୍ତୀ ପିଢ଼ିର ପ୍ରଯୁକ୍ତି କଂପାନି ଯାହା ଜିଓର ଅଗ୍ରଣୀ ଡିଜିଟାଲ୍ ଆପ୍‌, ଡିଜିଟାଲ୍ ବ୍ୟବସ୍ଥା ବା ଇକୋସିଷ୍ଟମ୍ ଏବଂ ଭାରତର ଏକ ନମ୍ବର ହାଇସ୍ପିଡ୍ ଯୋଗାଯୋଗ ପ୍ଲାଟଫର୍ମକୁ ଗୋଟିଏ ଛାତ ତଳକୁ ଆଣି ଭାରତ ପାଇଁ ଅନନ୍ୟ ଡିଜିଟାଲ୍ ସମାଜ ଗଠନ କରୁଛି । ଯୋଗାଯୋଗ ସେବା ପ୍ରଦାନ କରୁଥିବା ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ୩୩୮ ନିୟୁତରୁ ଅଧିକ ମୋବାଇଲ୍ ଗ୍ରାହକ ଅଛନ୍ତି ଏବଂ ଏହା ଜିଓ ପ୍ଲାଟଫର୍ମସ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ହୋଇରହିଛି ।
ଜିଓର ଲକ୍ଷ୍ୟ ହେଉଛି ସାରା ଭାରତରେ ୧୩୦ କୋଟି ଲୋକ ଏବଂ ବ୍ୟବସାୟ, ବିଶେଷକରି କ୍ଷୁଦ୍ର ବ୍ୟବସାୟୀ, ଲଘୁ-ବ୍ୟବସାୟୀଏବଂ ଚାଷୀମାନଙ୍କ ପାଇଁ ଏକ ଡିଜିଟାଲ୍ ଭାରତ ନିର୍ମାଣ କରିବା । ଭାରତୀୟ ଡିଜିଟାଲ୍ ସେବାକ୍ଷେତ୍ରରେ ଜିଓ ବୈପ୍ଳବିକ ପରିବର୍ତନ ଆଣିଛି ଏବଂ ଭାରତକୁ ପ୍ରଯୁକ୍ତିକ୍ଷେତ୍ରରେ ବିଶ୍ୱର ଅଗ୍ରଣୀ କରାଇବା ସହ ବିଶ୍ୱର ପ୍ରମୁଖ ଡିଜିଟାଲ୍ ଅର୍ଥନୀତି ମଧ୍ୟରେ ସ୍ଥାନିତ କରିବାଲାଗି ଅଗ୍ରସର କରାଉଛି ।
ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ହେଉଛି ବିଶ୍ୱର ଏକ ଅଗ୍ରଣୀ ନିବେଶକାରୀ ସଂସ୍ଥା ଯାହା ଏଣ୍ଟରପ୍ରାଇଜ୍ ସଫ୍ଟୱେର୍‌, ଡାଟା ଏବଂ ପ୍ରଯୁକ୍ତି ଭିତ୍ତିକ କଂପାନି ଗୁଡ଼ିକୁ ଆଗକୁ ବଢ଼ାଇବା ଏବଂ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛି, ଯେଉଁ କଂପାନି ଗୁଡ଼ିକ ଶିଳ୍ପକୁ ଏକ ନୂତନ ମାର୍ଗ ପ୍ରଦାନ କରିବା ସହିତ ବୈପ୍ଳବିକ ପରିବର୍ତନକୁ ତ୍ୱରାନ୍ୱିତ କରୁଛନ୍ତି । ଭିଷ୍ଟାର ମୋଟ ୫୭ ବିଲିଅନ ଡଲାରରୁ ଅଧିକ ପୁଞ୍ଜିନିବେଶ ପ୍ରତିବଦ୍ଧତା ରହିଛି ଏବଂ ସାରା ବିଶ୍ୱରେ ଏହା ନିବେଶ କରିଥିବା କଂପାନି ଗୁଡ଼ିକର ବିଶ୍ୱସ୍ତରୀୟ ନେଟୱର୍କ ସାମଗ୍ରିକ ଭାବେ ଦୁନିଆର ପଞ୍ଚମ ବୃହତମ ସଂସ୍ଥାଗତ ସଫ୍‌ଟଓୟାର କଂପାନି ଉପସ୍ଥାପିତ କରୁଛି । ସ୍ୱତନ୍ତ୍ର ଭାବେ ଏଣ୍ଟରପ୍ରାଇଜ୍ ସଫ୍ଟୱେର୍ କ୍ଷେତ୍ରରେ ଦୀର୍ଘ ୨୦ ବର୍ଷ ଧରି ନିବେଶ କରୁଥିବା ଭିଷ୍ଟା ବିଶ୍ୱାସକରେ ଯେ ପ୍ରଯୁକ୍ତିର ପରିବର୍ତନକାରୀ ଶକ୍ତି ଏକ ଉନ୍ନତ ଭବିଷ୍ୟତ ପାଇଁ ମହତ୍ୱପୂର୍ଣ୍ଣ । ଏକ ସ୍ୱାସ୍ଥ୍ୟବାନ୍ ପୃଥିବୀ, ଏକ ସ୍ମାର୍ଟ ଅର୍ଥନୀତି, ଏକ ବିବିଧ ଓ ଅନ୍ତର୍ଭୁକ୍ତୀକୃତ ସମାଜ ଏବଂ ସମୃଦ୍ଧିର ଏକ ବିସ୍ତୃତ ପଥ ପାଇଁ ଏହା ଏକ ପ୍ରମୁଖ ଆବଶ୍ୟକତା । ବର୍ତମାନ, ଭିଷ୍ଟାର ପୋର୍ଟଫୋଲିଓରେ ଥିବା କଂପାନି ଗୁଡ଼ିକର ଭାରତରେ ଉଲ୍ଲେଖନୀୟ ଉପସ୍ଥିତି ରହିଛି ଯେଉଁମାନଙ୍କ ପାଇଁ ୧୩,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।
ସ୍ୱତନ୍ତ୍ର ଭାବେ ଏଣ୍ଟରପ୍ରାଇଜ୍ ସଫ୍‌ଟଓୟାର, ଡାଟା ଏବଂ ପ୍ରଯୁକ୍ତିଭିତିକ କଂପାନି ଉପରେ ବିଶେଷ ଧ୍ୟାନ ଦେଉଥିବା ଭିଷ୍ଟା ପକ୍ଷରୁ ପୁଞ୍ଜିନିବେଶ ଜିଓ ନିର୍ମାଣ କରିଥିବା ବିଶ୍ୱସ୍ତରୀୟ ଡିଜିଟାଲ୍ ପ୍ଲାଟଫର୍ମ ପ୍ରତି ସ୍ୱୀକୃତି, ଯାହାକୁ ଜିଓ ବ୍ରଣ୍ଡ୍‌ବ୍ୟାଣ୍ଡ୍ ଯୋଗାଯୋଗ, ସ୍ମାର୍ଟ ଡିଭାଇସ୍ କ୍ଲାଉଡ୍ ଓ ଏଜ୍ କମ୍ପ୍ୟୁଟିଂ, ବିଗ୍ ଡାଟା ଆନାଲିିସିସ୍‌, ଆର୍ଟିଫିସିଆଲ ଇଟେଂଲିଜେନ୍ସ, ଇଟଂରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଓ ବ୍ଲକ୍‌ଚେନ୍ ଆଦି ପ୍ରମୁଖ ବୈଷୟିକ ଶକ୍ତିକୁ ନେଇ ଗଠନ କରିଛି ।
ଭିଷ୍ଟା ସହିତ ହୋଇଥିବା ସହଭାଗିତା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁ୍‌କ୍ତ ମୁକେଶ ଅମ୍ବାନି କହିଛନ୍ତି ଯେ, “ବୈଷୟିକ ଓ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ନିବେଶକ ଭିଷ୍ଟାକୁ ମୂଲ୍ୟବାନ ସହଯୋଗୀ ଭାବେ ସ୍ୱାଗତ କରୁଥିବାରୁ ମୁଁ ଅତ୍ୟନ୍ତ ଉଲ୍ଲସିତ । ଆମର ଅନ୍ୟ ସହଯୋଗୀମାନଙ୍କ ଭଳି ଆମ ସହିତ ଭିଷ୍ଟାର ମଧ୍ୟ ସମାନ ଲକ୍ଷ୍ୟ ରହିଛି ଯାହାହେଉଛି ସମସ୍ତ ଭାରତୀୟଙ୍କ ଲାଭ ପାଇଁ ଭାରତୀୟ ଡିଜିଟାଲ୍ ବ୍ୟବସ୍ଥା ଓ ଇକୋସିଷ୍ଟମ୍‌କୁ ଆଗକୁ ବଢାଇବା ଏବଂ ପରିବର୍ତ୍ତନ ଜରିଆରେ ପୁନର୍ବିନ୍ୟାସ କରିବା । ସେମାନେ ପ୍ରଯୁକ୍ତିର ପରିବର୍ତନ ଆଣିବାପାଇଁ ରହିଥିବା ଅମାପ ଶକ୍ତି ବଳରେ ସଭିଙ୍କ ପାଇଁ ଆହୁରି ଉନ୍ନତ ଭବିଷ୍ୟତ ହୋଇପାରିବ ବୋଲି ବିଶ୍ୱାସ ରଖନ୍ତି । ରବର୍ଟ ଓ ବ୍ରାଏନ୍ ଯାହାଙ୍କ ପରିବାରର ମୂଳତଃ ଗୁଜରାଟରୁ ଆସିଛି, ସେମାନଙ୍କ ଭାବେ ମୁଁ ଦୁଇ ବିଶ୍ୱସ୍ତରୀୟ ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ କରୁଥିବା ଦୁଇ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ପାଇଛି ଯେଉଁମାନଙ୍କର ଭାରତ ଉପରେ ଏବଂ ଏକ ଡିଜିଟାଲ୍ ଭାରତୀୟ ସମାଜରେ ରୂପାନ୍ତରିତ ହେବାର ଅପାର ସୁଯୋଗ ଓ ସମ୍ଭାବନା ଉପରେ ବିଶ୍ୱାସ ରହିଛି । ଆମେ ବହୁତ ଉତ୍ସାହିତ ଯେ ଭିଷ୍ଟା ଏହାର ବିଶ୍ୱସ୍ତରୀୟ ନିବେଶ ପାଇଁ ପ୍ରଦାନ କରୁଥିବା ପେସାଦାର ଅଭିଜ୍ଞତା ଓ ବିବିଧ ସ୍ତରର ସହାୟତା ଜିଓର ଲାଭ ପାଇଁ ବ୍ୟବହାର ହୋଇପାରିବ ।’’
ଏହି ନିବେଶ ସମ୍ପର୍କରେ ଭିଷ୍ଟାର ପ୍ରତିଷ୍ଠାତା, ଅଧ୍ୟକ୍ଷ ଓ ସିଇଓ ରବର୍ଟ ଏଫ୍ ସ୍ମିଥ୍ କହିଛନ୍ତି ଯେ, “ଭାରତ ପାଇଁ ଜିଓ ଯେଉଁ ଡିଜିଟାଲ୍ ସମାଜ ନିର୍ମାଣ କରୁଛି ତାହାର ଅପାର ସମ୍ଭାବନା ଓ ସୁଯୋଗ ଉପରେ ଆମର ଦୃଢବିଶ୍ୱାସ ରହିଛି । ବିଶ୍ୱର ଜଣେ ପ୍ରମୁଖ ଦୂରଦ୍ରଷ୍ଟା ଭାବେ ମୁକେଶଙ୍କ ଲକ୍ଷ୍ୟ ସହିତ ଜିଓର ବିଶ୍ୱସ୍ତରୀୟ ନେତୃତ୍ୱ ଦଳ ଏକ ପ୍ଲାଟଫର୍ମ ଗଠନ କରିଛନ୍ତି ଯାହା ଜରିଆରେ ଆରମ୍ଭ ହୋଇଥିବା ଡାଟା ବିପ୍ଳବକୁ ଆହୁରି ବ୍ୟାପକ କରିହେବ ଏବଂ ଯଥେଷ୍ଟ ଆଗକୁ ନିଆଯାଇପାରିବ । ସାରା ଭାରତରେ ଯୋଗାଯୋଗ କ୍ଷେତ୍ରର ବ୍ୟାପକ ଅଭିବୃଦ୍ଧିରେ ଜିଓ ପ୍ଲାଟଫର୍ମ ସାଙ୍ଗରେ ଯୋଡି ହୋଇ ଆଧୁନିକ ଗ୍ରାହକ, କ୍ଷୁଦ୍ର ବ୍ୟବସାୟ ଏବଂ ଏଣ୍ଟରପ୍ରାଇଜ୍ ସଫ୍ଟୱେର୍ ନେଇ ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରଦାନ କରିବା ସହ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ୍ ଅର୍ଥନୀତିର ଭବିଷ୍ୟତକୁ ଇନ୍ଧନ ପ୍ରଦାନ କରିବା ନେଇ ଆମେ ବେଶ୍ ରୋମାଂଚିତ ।’’
ଏହି ସହଭାଗିତା ପାଇଁ ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମଞ୍ଜୁରି ଆବଶ୍ୟକ ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ମର୍ଗାନ୍ ଷ୍ଟାନଲି ଆର୍ଥିକ ଉପଦେଷ୍ଟା ହୋଇଥିବା ବେଳେ ଏଜେଡ୍‌ବି ପାର୍ଟନର୍ସ ଆଣ୍ଡ ଡେଭିସ୍ ପୋଲ୍‌କ ଆଣ୍ଡ୍ ୱାର୍ଡୱେଲ୍ ଆଇନଗତ ପରାମର୍ଶଦାତାଭାବେ କାର୍ଯ୍ୟ କରିିଛନ୍ତି । କିର୍କଲ୍ୟାଣ୍ଡ୍ ଆଣ୍ଡ୍ ଏଲିସ୍ ଏଲ୍‌ଏଲ୍‌ପି ଏବଂ ଶାର୍ଦୁଲ ଅମରଚାନ୍ଦ ମଙ୍ଗଲଦାସ ଆଣ୍ଡ୍ କୋ ଭିଷ୍ଟା ପାଇଁ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟକରିଛନ୍ତି ।


Share It

Comments are closed.