ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାରକୁ ଛୁଇଁବ, ୧୯୮୧ ମୃତ


ଭାରତରେ କରୋନା ଭାଇରସର ପ୍ରକୋପ ଖୁବ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଦେଶରେ ବର୍ତ୍ତମାନ ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୫୯,୬୬୨ରେ ଆସି ପହଞ୍ଚିଥିବବେଳେ ଏଥିରେ ମୋଟ ୧୯୮୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ, ଦେଶରେ କରୋନା ଭାଇରସ ସମ୍ବନ୍ଧିୟ ମାମଲାରେ ବୃଦ୍ଧି ଘଟି ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୬୨ରେ ଆସି ପହଞ୍ଚିଥିବାବେଳେ ଏହି ଭାଇରସ ଯୋଗୁଁ ମୋଟ ୧୯୮୧ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ୩୯୮୩୪ଟି ଆକ୍ଟିଭ କେସ ରହିଥିବାବେଳେ ବର୍ତ୍ତମାନ ସୁଧା ୧୭୮୪୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସରିଲେଣି ।
ସେହିଭଳି ଓଡିଶାରେ ୨୭୦ଟି ମାମଲା ମଧ୍ୟରୁ ୨୦୫ଟି ଆକ୍ଟିଭ କେସ ରହିଥିବାବେଳେ ବର୍ତ୍ତମାନ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ସେହିଭଳି ଓଡିଶାରେ ଏହି ଭାଇରସର ସଂକ୍ରମଣ କାରଣରୁ ୨ ଜଣଙ୍କ ମୃତ୍ୟୁ ଘଟିଛି ।
ଦେଶରେ ସର୍ବାଧିକ କରୋନା ସଂକ୍ରମିତ ମାମଲା ମହାରାଷ୍ଟ୍ରରେ ଦେଖାଦେଇଥିବାବେଳେ ଏଠାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯,୦୬୩ରେ ଆସି ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୪,୮୬୨ଟି ଆକ୍ଟିଭ କେସ ରହିଥିବାବେଳେ ବର୍ତ୍ତମାନ ସୁଧା ୩୪୭୦ ଜଣ ସୁସ୍ଥ ହୋଇଘରକୁ ଫେରି ସାରିଲେଣି ।
ଏହିକ୍ରମରେ କୋଭିଡ-୧୯ ତାଲିକାରେ ଗୁଜୁରାଟ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଏଠାରେ ମୋଟ ସଂକ୍ରମିତଙ୍କ ୭,୪୦୩ରେ ଆସି ପହଞ୍ଚିଛି । ଏହି ଆକ୍ରାନ୍ତଙ୍କ ମାମଲା ମଧ୍ୟରୁ ଗୁଜୁରାଟରେ ୫,୦୮୨ଟି ଆକ୍ଟିଭ ମାମଲା ରହିଥିବାବେଳେ ବର୍ତ୍ତମାନ ସୁଧା ୧୮୭୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।
ସେହିଭଳି ଦିଲ୍ଲୀରେ ମଧ୍ୟ କରୋନାର ପ୍ରକୋପ ଥମିବାର ନାଁ ଧରୁ ନାହିଁ । ଦେଶର ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୧୮ ରହିଥିବାବେଳେ ଏଥିମଧ୍ୟରୁ ୪,୨୩୦ଟି ଆକ୍ଟିଭ କେସ ରହିଛି । ଏହା ବାଦ ରାଜଧାନୀରେ ମୋଟ ୨,୦୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ବର୍ତ୍ତମାନ ସୁଧା ୬୮ ଜଣଙ୍କ ମୃତ୍ୟୁ ଘଟିଛି ।


Share It

Comments are closed.