ବିରାଟଙ୍କ ହୃଦୟରେ ରହୁଛନ୍ତି ଅନୁଷ୍କା, ଫଟୋ ଭାଇରାଲ


ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେକା ସମୟରେ ଅନୁଷ୍କା ଶର୍ମାଙ୍କ ସହ କ୍ୱାଲିଟି ଟାଇମ ସ୍ପେଣ୍ଟ କରୁଥିବାବେଳେ ଦୁହେଁ ପରସ୍ପରଙ୍କ ସହ ନିଜର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରୁଛନ୍ତି । ଏହି ମଧ୍ୟରେ ବିରାଟ ନିଜର ପ୍ରଶଂସକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଆର୍ଟକୁ ମଧ୍ୟ ସେୟାର କରିଛନ୍ତି । ଏହି ଆର୍ଟରେ ଦେଖାଯାଇଛି ଯେ, ବିରଟାଙ୍କ ହୃଦୟରେ ଅନୁଷ୍କା ଅଛନ୍ତି ।
ପ୍ରଶଂସକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଆର୍ଟକୁ ବିରାଟଙ୍କ ସହ ଅନୁଷ୍କାଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି ।

Image Sources : livehindustan

ଅନୁଷ୍କା ନିକଟରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ କ୍ୟାପସନରେ ଲେଖିଥିଲେ ଯେ, “ମୋତେ ଲାଗୁଥିଲା ୟାଙ୍କୁ ପଡିଆ ମଝିର ମୂହୂର୍ତ୍ତ କଥା ମନେ ପଡୁଥିବ । ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭଲ ପାଇବା ସହିତ ବିରାଟ କିଛି ଏଭଳି ଭାବେ ନିଜର ପ୍ରଶଂସଙ୍କୁ ଖୁବ ମନେ ପକାଉଥିବେ । ସେଥିପାଇଁ ମୁଁ ତାଙ୍କୁ ଏଥିରୁ ବଞ୍ଚିତ ହେବାକୁ ଦେଲି ନାହିଁ । ”
ଏହି ଭିଡିଓରେ ଅନୁଷ୍କା ସଂପୂର୍ଣ୍ଣ ଟପୋରୀ ଅନ୍ଦାଜରେ ନଜର ଚିତ୍କାର କରୁଛନ୍ତି, “କୋହଲି, ଏ କୋହଲି…କୋହଲି… ଚୌକା ମାର ନା ଚୌକା…କ୍ୟା କର ରାହା ହେ, ଏ କୋହଲି ଚୌକା ମାର । ” ଏହି ଭିଡିଓରେ ଆପଣଙ୍କୁ ବିରାଟ ନଜର ଆସିବେ ।


Share It

Comments are closed.